╔━━━━🔅━━━━━━━━🔅━━╗
*║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୧୮/୦୭/୨୦୨୫,ଶୁକ୍ରବାର🌼* ║
╚━━━━🔅━━━━━━━━ 🔅━━╝
୧- 👉 FM College Tragedy: FM କଲେଜ୍ ଛାତ୍ରୀ ମୃତ୍ୟୁ ଘଟଣାରେ କଲେଜରେ ତଦନ୍ତକାରୀ ଟିମ୍। ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଟିମ୍ ପହଞ୍ଚିଛି। କଲେଜ ICC ସଦସ୍ୟଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍।
୨- 👉 Odisha Crime: ଛାତ୍ରୀ ନିର୍ଯ୍ୟାତନା ସହ ଅନୈତିକ ଶାରୀରିକ ସମ୍ପର୍କ ଅଭିଯୋଗ ନେଇ ଗିରଫ ପରେ ଏବେ GM ବିଶ୍ୱବିଦ୍ୟାଳୟରୁ ସସ୍ପେଣ୍ଡ ହେଲେ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଗୋପୀକାନ୍ତ ସୁନା। ଗତକାଲି ସନ୍ଧ୍ୟା ରେ GMU କୁଳପତିଙ୍କ ପାଖକୁ ମହିଳା ଥାନା ତରଫରୁ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅଭିଯୋଗ ବାବଦରେ ଖବର ଆସିଥିଲା। ତା ପରେ ପୋଲିସ ତାଙ୍କୁ ତାଙ୍କ ପ୍ରଫେସର କଲୋନୀରେ ଥିବା ସରକାରୀ ବାସଭବନରୁ ଗିରଫ କରିଛି।
୩- 👉 ED raid at Bhupesh Baghel house: ଆଜି ସକାଳଠାରୁ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ଭିଲାଇ ଘରେ ଇଡି ଚଢାଉ କରାଯାଇଛି। କୁହାଯାଉଛି ଯେ ଇଡି ଟିମ୍ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଅଟକ ରଖିଛି, କାର୍ଯ୍ୟାନୁଷ୍ଠାନ ଏବେ ବି ଜାରି ରହିଛି। ଆଜି ଚୈତନ୍ୟ ବାଘେଲଙ୍କ ଜନ୍ମଦିନ, ଯେତେବେଳେ ED ଦଳ ଚଢାଉ ପାଇଁ ପହଞ୍ଚିଥିଲା, ଭୂପେଶ ବାଘେଲ ସୋସିଆଲ ମିଡିଆରେ ଲେଖିଲେ ଯେ ତାଙ୍କୁ ‘ଜନ୍ମଦିନ ଉପହାର’ ମିଳିଛି। ଇଡି ଚଢାଉ ସମ୍ପର୍କରେ ସୂଚନା ପାଇବା ପରେ, ଭୂପେଶ ବାଘେଲଙ୍କ ସମର୍ଥକମାନେ ତାଙ୍କ ଘର ବାହାରେ ଏକାଠି ହୋଇଥିଲେ।
୪- 👉 Keonjhar School Student Suicide Case: କେନ୍ଦୁଝର ଜିଲ୍ଲାର ଚମ୍ପୁଆରେ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ହଷ୍ଟେଲ ଛାତରୁ ଡେଇଁ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିବା ପାଞ୍ଚ ଦିନ ପରେ ପୋଲିସ ଏହି ଘଟଣାରେ ଶିକ୍ଷାନୁଷ୍ଠାନର ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶିକ୍ଷକ ଶଶି ଶେଖର ଝା (୫୮), ହଷ୍ଟେଲ ୱାର୍ଡେନ୍ ସୁରେନ୍ଦ୍ର ନାଥ ମିଶ୍ର (୫୨), ହଷ୍ଟେଲ ସୁପରଭାଇଜର ଦୈତାରୀ ସାହୁ (୪୫) ଓ ପ୍ରଶାସନିକ ଅଧିକାରୀ ପ୍ରକାଶନ ଟି (୪୮)। ଜୁଲାଇ ୧୨ ତାରିଖରେ ତାଙ୍କ ଦୁଃଖଦ ମୃତ୍ୟୁ ପରେ ମୃତ ଛାତ୍ରଙ୍କ ବାପା ସୁଧାଂସୁ ଶେଖର ପ୍ରଧାନଙ୍କ ଦ୍ୱାରା ପୋଲିସରେ ଅଭିଯୋଗ ଦାଖଲ କରାଯିବା ପରେ ସମସ୍ତ ଚାରି ଜଣଙ୍କୁ ଗିରଫ କରାଯାଇଥିଲା।
୫- 👉 Flood News: ବ୍ରାହ୍ମଣି ନଦୀରେ ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୫ରୁ ଉର୍ଦ୍ଧ ପଞ୍ଚାୟତର ୩୦ ରୁ ଅଧିକ ଗାଁ ଏବେ ପାଣି ଘେରରେ। ଧାନ ଚାଷ ପ୍ରଭାବିତ ହୋଇଥିବା ବେଳେ ପରିବା ସମୁର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରଶାସନ ଏ ପର୍ଯ୍ୟନ୍ତ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚି ପାରିନାହିଁ । ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁ ଦାଣ୍ଡରେ ଅଣ୍ଟାଏ ପାଣି ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ସେପଟେ କେନ୍ଦ୍ରାପଡ଼ାରେ ବନ୍ୟା ବିଭୀଷିକା ଭିତରେ କୁମ୍ଭୀର ଭୟ। ଚଉଦ କୁଲାଟ ଅଞ୍ଚଳରେ ବୁଲୁଛନ୍ତି କୁମ୍ଭୀର। ବ୍ରାହ୍ମଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ ଲୋକେ ଆତଙ୍କିତ।
୬- 👉 TRF: ନୂଆଦିଲ୍ଲୀ: ଭାରତ ଆତଙ୍କବାଦ ବିରୁଦ୍ଧରେ ଏକ ବିରାଟ ବିଜୟ ହାସଲ କରିଛି। ଆମେରିକା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF)କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଏବଂ ସ୍ୱତନ୍ତ୍ର ଭାବରେ ମନୋନୀତ ବିଶ୍ୱ ଆତଙ୍କବାଦୀ (SDGT) ଭାବରେ ଘୋଷଣା କରିଛି। ଏହି ସଂଗଠନ ଲସ୍କର-ଏ-ତୈବାର ଏକ ଫ୍ରଣ୍ଟ, ଯାହା ୨୨ ଏପ୍ରିଲ ୨୦୨୫ ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ନେଇଥିଲା, ଯେଉଁଥିରେ ୨୬ ଜଣ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଥିଲେ।
୭- 👉 Prithvi-II and Agni-I: ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଗୁରୁବାର (୧୭ ଜୁଲାଇ) ଦିନ, ଦୁଇଟି ଶକ୍ତିଶାଳୀ ସ୍ୱଦେଶୀ ଭାବରେ ବିକଶିତ କ୍ଷୁଦ୍ର ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥ୍ୱୀ-୨ ଏବଂ ଅଗ୍ନି-୧ ର ସଫଳ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜରୁ କରାଯାଇଥିଲା। ଉଭୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସମସ୍ତ କାର୍ଯ୍ୟକ୍ଷମ ଏବଂ ବୈଷୟିକ ମାନଦଣ୍ଡ ପୂରଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ବିଷୟରେ ସୂଚନା ଦେଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ତତ୍ତ୍ୱାବଧାନରେ କରାଯାଇଥିଲା। ଏହା ପୂର୍ବରୁ ବୁଧବାର ଦିନ, ଭାରତ ଲଦାଖରେ ଆକାଶ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଉନ୍ନତ ସଂସ୍କରଣ, ଆକାଶ ପ୍ରାଇମର ସଫଳତାର ସହିତ ପରୀକ୍ଷଣ କରିଥିଲା।
୮- 👉 Odisha News: ଜଗତସିଂହପୁରର ଏକ ନର୍ସିଂହୋମ୍ରେ ଚିକିତ୍ସା ଅବହେଳା ଅଭିଯୋଗରେ ଉତ୍ତେଜନା ଦେଖିବାକୁ ମିଳିଛି। ଅସ୍ତ୍ରୋପଚାର ପରେ ପ୍ରସୂତୀଙ୍କୁ କଟକ ସ୍ଥାନାନ୍ତର ଓ ମୃତ୍ୟୁରୁ ଉତ୍ତେଜନା ଦେଖାଦେଇଛି। ସଦର ଥାନା ଚର୍ଚ୍ଚିକା ବଜାରରେ ଥିବା ନର୍ସିଂହୋମ ବିରୋଧରେ ଅଭିଯୋଗ ହେଇଛି। ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗରେ ଶବ ରଖି କ୍ଷତିପୂରଣ ଦାବି କରିଛନ୍ତି। ଅସ୍ତ୍ରୋପଚାର ପରେ ମୃତ ପିଲା ପ୍ରସବ ଓ ପରବର୍ତ୍ତୀ ଅବସ୍ଥାରେ ପ୍ରସୂତୀଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ହଇଛଇ ସୃଷ୍ଟି କରିଛି।
୯- 👉 Hirakud: ଖୋଲିଲା ହୀରାକୁଦ ଜଳ ଭଣ୍ଡାର ଦୁଇଟି ଗେଟ। ଏବେ ୪ ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ | ବାମ ପଟର ତିନିଟି ଗେଟ ଖୋଲା ରହିଥିବା ବେଳେ ଡାହାଣ ପଟର ଗୋଟିଏ ଗେଟ ଖୋଲା ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ଉପର ମୁଣ୍ଡରୁ ୧ ଲକ୍ଷ ୪୭ ହଜାର ୧୪୬ କିଉସେକ ଜଳ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡକୁ ୬୮ ହଜାର ୭୩୦ କିଉସେକ ଜଳ ନିଷ୍କାସନ କରାଯାଉଛି। ଦିନ ୧୨ ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ୬୧୦.୧୭ ଘନଫୁଟ ରହିଛି।
୧୦- 👉 Weather News: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ। ଆସନ୍ତା ୨୨ ରୁ ୨୪ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଶନିବାର ଜୁଲାଇ ୧୮ ତାରିଖରେ ୨୨ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ଆଲର୍ଟ ଜାରି କରାଯାଇଥିବା ୨୨ ଜିଲ୍ଲା ହେଉଛି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ବଲାଙ୍ଗିର୍, ସୋନପୁର,ବାଲେଶ୍ୱର, ନୁଆପଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ବୌଦ୍ଧ, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି।
- 🙏 ଶୁଭ ସଂନ୍ଧ୍ଯା,ଜୟ ଶ୍ରୀଜଗନ୍ନାଥ🙏
╚━━━━━🔅━━━━━━━━ 🔅━━━╝
Leave a Reply