ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପୋଲାଭରମ ପ୍ରକଳ୍ପ ବିରୋଧରେ ଲଢ଼େଇ ଜାରି ରଖିବ ବିଜୁ ଜନତା ଦଳ।
ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରୀୟ ସମ୍ବଳର ବଣ୍ଟନ ସଙ୍ଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି ବୋଲି ସଭାପତି ଶ୍ରୀ Naveen Patnaik ମାଲକାନଗିରି ମୋଟୁରେ ଆୟୋଜିତ ମିଳିତ କ୍ରିୟାନୁଷ୍ଠାନ କମିଟିର ବିଶାଳ ସମାବେଶକୁ ଅଭାଷୀ ଜରିଆରେ ସମ୍ବୋଧିତ କରିଛନ୍ତି।
ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ବହୁ ଗାଁ ଜଳମଗ୍ନ ହେବ ଏବଂ ହଜାର ହଜାର ଆଦିବାସୀ ସେମାନଙ୍କର ଭିଟାମାଟି ହରାଇବେ। ରାଜନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜେପି ପ୍ରକଳ୍ପକୁ ସମର୍ଥନ କରୁଛି। ତାଙ୍କ ପାଇଁ ଦଳର ସ୍ୱାର୍ଥ ଆଦିବାସୀଙ୍କ ସ୍ୱାର୍ଥ ଠାରୁ ବଡ଼ ହୋଇଯାଇଛି ବୋଲି ସଭାପତି କହିଛନ୍ତି।
ମାଲକାନଗିରି ମୋଟୁରେ ବିଜେଡି ସମେତ ୧୪ଟି ଆଦିବାସୀ ସଂଗଠନର ପ୍ରତିନିଧି, ଦଳିତ ସମାଜ, ବହୁଜନ ସମାଜ ପାର୍ଟି ଆଦି ବିଭିନ୍ନ ଦଳ ଓ ସଂଗଠନ ଅଂଶ ଗ୍ରହଣ କରି ପୋଲାଭରମ ପ୍ରକଳ୍ପ ବିରୋଧରେ ଲଢ଼େଇ ଜାରି ରଖିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି।