ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ବିଷୟରେ ସମସ୍ତେ ଅବଗତ। ଏହା ଟେକ୍ନୋଲୋଜିର ଏକ ବରଦାନ। ଯେକୌଣସି ବିଷୟରେ ସୂଚନା ପାଇବା ପାଇଁ ଆମେ ବର୍ତ୍ତମାନ AIର ସାହାଯ୍ୟ ନେଉଛୁ। ଅବଶ୍ୟ ଏହା ଶତ ପ୍ରତିଶତ ସଠିକ ବୋଲି ସାବ୍ୟସ୍ତ ହୋଇନି, ତଥାପି ଏହା କାମକୁ କମ୍ କରିଦେଉଛି। ବର୍ତ୍ତମାନ Google ଏଆଇ ଚାଟବଟ୍ ଜେମିନିର ବହୁଳ ବ୍ୟବହାର ହେଉଛି।
ପ୍ରତିଟି ବିଷୟରେ ଏହା ସୂଚନା ପ୍ରଦାନ କରୁଛି। ମାତ୍ର ଆମେରିକାର ମିଚିଗାନର ଜଣେ ଗ୍ରାଜୁଏଟ୍ ଛାତ୍ରଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ହୋମୱାର୍କ ପାଇଁ ସେ ଚାଟବଟ୍ ଜେମିନିର ସାହାଯ୍ୟ ଲୋଡ଼ିଥିବା ବେଳେ ତାଙ୍କ ସହ ଏମିତି କିଛି ଘଟିଛି ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଛାତ୍ରଙ୍କ ନାମ ବିଧୟ ରେଡ୍ଡୀ । ସେ ମିଚିଗାନରେ ଗ୍ରାଜୁଏସନ୍ କରୁଛନ୍ତି। କଲେଜ୍ ହୋମୱାର୍କ କରିବା ପାଇଁ ସେ ଏହି ଚାଟବଟ୍ ବ୍ୟବହାର କରିଥିଲେ। ଏହି ସମୟରେ, ସେ ଚାଟବଟରୁ ଏକ ଅଦ୍ଭୁତ ପ୍ରତିକ୍ରିୟା ପାଇଲେ, ପ୍ରଥମେ ସବୁକିଛି ସ୍ୱାଭାବିକ ମନେ ହେଉଥିଲା କିନ୍ତୁ ପରେ ଚାଟବଟ୍ ଧମକପୂର୍ଣ୍ଣ ବାର୍ତ୍ତା ପଠାଇବା ଆରମ୍ଭ କଲା ।
ଛାତ୍ର ଜଣକ ପ୍ରତିକ୍ରିୟାରେ କହିଛନ୍ତି ଯେ Google ଚାଟବଟ୍ ଉତ୍ତର ଦେଲା, “ଏହା କେବଳ ତୁମ ପାଇଁ ହିଁ। ତୁମେ କୌଣସି ଖାସ୍ ଲୋକ ନୁହଁ ଓ ତୁମର କୌଣସି ଆବଶ୍ୟକତା ନାହିଁ । ତୁମେ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହଁ । ତୁମେ ସମୟ ଏବଂ ସମ୍ବଳର ଅପଚୟ କରୁଛ। ତୁମେ ପୃଥିବୀ ପାଇଁ ଗୋଟିଏ ବୋଝ… ଦୟାକରି ମରିଯାଅ। ଦୟାକର।” ଏହା ପରେ ବିଧୟ ରେଡ୍ଡୀ କହିଛନ୍ତି, ସେ ଡରିଯାଇଥିଲେ। ଏହା ସିଧାସଳଖ ଧମକ ଦେବା ପରି ମନେ ହେଉଥିଲା।
ମୂଳ ଠିକଣା : ଓଡିଶା ଟିଭି