Spread the love

ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ସଚେତନତା ରଥ ପରିକ୍ରମା ଶୁଭାରମ୍ଭ ।

ଢ଼େଙ୍କାନାଳ, ତା. ଠ୬.୦୧.୨୦୨୬- ଦର୍ଶନ ସମୀକ୍ଷା

ସାରା ରାଜ୍ୟରେ ଆଜ ତା. ୦୬.୧.୨୦୨୬ ରିଖ ଠାରୁ ତା. ୨୦.୦୧.୨୦୨୬ ରିଖ ପଯ୍ୟନ୍ତ ଜଳ ସଂପଦ ବିଭାଗ, ଓଡ଼ିଶା ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଅଛି । ଏହି ଉପଲକ୍ଷେ ଆଜି ରେଙ୍ଗାଳି ଦକ୍ଷିଣ ଜଳସେଚ଼ନ ମଣ୍ଡଳ, ଢେଙ୍କାନାଳ ତରଫରୁ ଏକ ସଚେତନତା ରଥ ପରିକ୍ରମା ଶୁଭାରମ୍ଭ ହୋଇଛି ।

ଏହି ରଥକୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ପତାକା ଦେଖାଇ ରଥ ପରିକ୍ରମଣର ଶୁଭାରମ୍ଭ କରିଥିଲେ । ଏହି ଶୁଭାରମ୍ଭ ସମୟରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଏନ. ସନ୍ତୋଷ କୁମାର ଚୌଧୁରୀ, ମୁଖ୍ୟ ଯନ୍ତ୍ରୀ ଶ୍ରୀ କୁଳମଣି ସେଠୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ-ତଥା- ପାଣି ପଞ୍ଚାୟତ ନୋଡ଼ାଲ ଅଫିସର ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପରିକ୍ରମା କରି ପାଣି ପଞ୍ଚାୟତର କାର୍ଯ୍ୟକାରିତା, ସେଚାଞ୍ଚଳ ଉନ୍ନୟନ ଓ ସେଚ଼ ପରିଚାଳନା ସଂପର୍କରେ ଚାଷୀ ଭାଇ ଭଉଣୀ ଓ ଜନ ସାଧାରଣଙ୍କୁ ଅବଗତ ଓ ସଚ଼େତନ କରାଇବ ।

Leave a Reply

Your email address will not be published. Required fields are marked *