ସୃଷ୍ଟିର ସବୁ ଘଟଣାବଳୀ ଆମ ନିର୍ଦ୍ଦେଶରେ ପରିଚାଳିତ ହୁଏ ନାହିଁ, ବରଂ ଏହା ପ୍ରକୃିତ ଦ୍ୱାରା ସଂଘଟିତ ହୋଇଥାଏ । ଆମ ନିଜର ଶାରୀରିକ କ୍ରିୟାକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା – (୧) ସ୍ୱାଭାବିକ ଶାରୀରିକ କ୍ରିୟା,, ଯଥା ହଜମ ପ୍ରକ୍ରିୟା, ରକ୍ତ ସଂଚାଳନ, ହୃଦସ୍ପନ୍ଦନ ଇତ୍ୟାଦି, ଯାହା ଆମ ଇଚ୍ଛା ଅନୁସାରେ ନ ହୋଇ ସ୍ୱତଃ ପରିଚାଳିତ ହୋଇଥାଏ । (୨) ଅନ୍ୟ ଶାରୀରିକ କର୍ମ ଯେପରିକି କହିବା, ଶୁଣିବା, ଶୋଇବା, କାର୍ଯ୍ୟ କରିବା, ଇତ୍ୟାଦି ଯାହା ଆମେ ଭାବିଥାଉ ଆମେ ନିଜେ କରୁ।
ଉଭୟ ପ୍ରକାର କର୍ମ ମନ-ଶରୀର-ଇନ୍ଦ୍ରିୟ ଯନ୍ତ୍ର ଦ୍ୱାରା ସମ୍ପାଦିତ ହୋଇଥାଏ । ଏହି ଯନ୍ତ୍ରର ସମସ୍ତ ଅଂଶବିଶେଷ ପ୍ରକୃତି ବା ମାୟା ଶକ୍ତିର ଉପଜ ଅଟନ୍ତି, ଯାହାକି ସତ୍ୱ (ସଦ୍ଗୁଣ), ରଜ (କାମନା) ଓ ତମ (ଅଜ୍ଞାନତା) ରୂପକ ତିନି ଗୁଣ ଦା୍ୱରା ଗଠିତ । ତରଙ୍ଗ ଯେପରି ସମୁଦ୍ର ଠାରୁ ପୃଥକ ନୁହଁନ୍ତି, ବରଂ ତା’ର ଅଂଶ ଅଟନ୍ତି, ସେହିପରି ଶରୀର ପ୍ରକୃତି ଠାରୁ ଉତ୍ପନ୍ନ ହୋଇଥିବା ଦୃଷ୍ଟିରୁ, ପ୍ରକୃତିର ଅଂଶ ଅଟେ । ଅତଏବ, ମାୟିକ ଶକ୍ତି ସମସ୍ତ କ୍ରିୟାର କର୍ତ୍ତା ଅଟେ।
ତାହାହେଲେ ଆତ୍ମା କାହିଁକି ନିଜକୁ କର୍ତ୍ତା ମନେ କରିଥାଏ? ଏହାର କାରଣ ହେଲା, ଅହଂକାରଯୁକ୍ତ ହୋଇ ଆତ୍ମା ଭ୍ରମବଶତଃ ନିଜକୁ ଶରୀର ମାନିନେଇ ଥାଏ । ସେଥିପାଇଁ ତା’ଠାରେ କର୍ତ୍ତାପଣର ଭ୍ରମ ଜାତ ହୋଇଥାଏ । ଦୁଇଟି ଟ୍ରେନ ପାଖାପାଖି ରେଲୱେ ପ୍ଲାଟ୍ଫର୍ମରେ ଛିଡା ହୋଇଛି ଏବଂ ଗୋଟିଏ ଟ୍ରେନର ଯାତ୍ରୀ ଅନ୍ୟ ଟ୍ରେନ୍ଟିକୁ ଚାହିଁ ରହିଛନ୍ତି । ଅନ୍ୟ ଟ୍ରେନଟି ଯେତେବେଳେ ଚାଲିବାକୁ ଆରମ୍ଭ କରେ ଯାତ୍ରୀ ଜଣକ ଭାବନ୍ତି ତାଙ୍କ ଟ୍ରେନ୍ ଚାଲିଲା । ସେହିପରି ସ୍ଥିର ଆତ୍ମା ଚଳାୟମାନ ପ୍ରକୃତି ସହିତ ତାଦାତ୍ମ୍ୟ କରି ନିଜକୁ କର୍ତ୍ତା ମନେ କରିଥାଏ । ଯେଉଁ ମୁହୁର୍ତ୍ତରେ ଆତ୍ମା ଅହଂକାର ତ୍ୟାଗ କରି ଭଗବାନଙ୍କର ଶରଣାଗତ ହୋଇଯାଏ, ସେ ନିଜକୁ ଅକର୍ତ୍ତା ଅନୁଭବ କରିଥାଏ।
“
ସମ୍ପର୍କ” ଲୁଗା, ଜୋତା କି ଚପଲ ନୁହେଁ ଯେ କିଛି ଦିନ ବ୍ୟବହାର କରି ପୁରୁଣା ହୋଇ ଗଲେ ଫିଙ୍ଗି ଦେବା l ଯିଏ ସମ୍ପର୍କର ପ୍ରକୃତ ମୂଲ୍ୟ ବୁଝିଥାଏ, ସେ ସବୁ ସମୟରେ, ସବୁ ପରିସ୍ଥିତିରେ ସାଥିରେ ଥାଏ, ଖରାପ ସମୟ ହେଉ କି ଭଲ ସମୟ ହେଉ, ସାଥିରେ ରହି ସମ୍ପର୍କକୁ ସଜାଡ଼ିବାକୁ ଚେଷ୍ଟା କରେ l