ପୁଣି ବିଜେଡିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବଡଚଣାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଅମର ଶତପଥୀଙ୍କ ସହ ଧୋକା କରିଛି ବିଜେଡି। ଏହାସହ ବଡଚଣା ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ସହ ଧୋକା କରିଛି ବିଜେଡି। ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାଙ୍କ ପ୍ରଧାନମନ୍ତ୍ରୀ କିଏ ହେବ??? ଗୁମାସ୍ତା ଓ କ୍ରୀତଦାସ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିବା ସହ କହିଛନ୍ତି , ଏମାନଙ୍କର ସ୍ଥାନ ଜେଲରେ। ଓଡ଼ିଶାକୁ ନିଜ ଜାଗିର ବୋଲି ଭାବୁଛନ୍ତି। ବଡଚଣାରେ ଜଳସେଚନ , ପାନୀୟ ଜଳ , ଶିକ୍ଷା , ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ୩୨୦ଟି ଡାକ୍ତରୀ ପଦବୀ ୧୪୦ ପଦବୀ ଫାଙ୍କା!.
ବିଏସକେୱାଇ ନାଁରେ ଘରୋଇ ହସ୍ପିଟାଲ ସହ ମିଶି ଟଙ୍କା ଲୁଟ୍ କରୁଛନ୍ତି। ବିଭିନ୍ନ ସରକାରୀ ବିଭାଗରେ ପଦବୀ ଫାଙ୍କା ପଡିଛି। ଯାଜପୁର ଜିଲ୍ଲାର ୧୪ଟି ଗ୍ରାମ ପଞ୍ଚାୟତରେ ସ୍କୁଲ ନାହିଁ। ୫୦ ଭାଗ ପିଲା ମାଟ୍ରିକ ପରୀକ୍ଷା ଦେଉନାହାନ୍ତି। ୨୪ ବର୍ଷ ଶାସନର ଏହା ହେଉଛି ଉପଲବ୍ଧି। ନଗଡା , ଅପପୁଷ୍ଟି ଓ ଅନାହାର ଏହିଠାରେ ହିଁ ଅଛି। ଯାଜପୁରର ଯୁବବର୍ଗ ଦାଦନ ଖଟିବାକୁ ଯାଉଛନ୍ତି। ଏହା ହିଁ ୨୪ ବର୍ଷ ସରକାରର ପାରିବା ପଣିଆ। ଏଠାରେ ନେତାଙ୍କୁ ଭଡାରେ ଅଣାଯାଉଛି। ଓଡ଼ିଶାର ନେତା ଓଡ଼ିଆ ହେବେ , ବାହାର ଲୋକ ନୁହେଁ। ଆସନ୍ତା ୧୦ ତାରିଖରେ ଜଣେ ଓଡ଼ିଆ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ!.