ପୁରୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି. ଆଜି ସଖାଳୁ ଏକ ସୋତନ୍ତ୍ର ବିମାନ ରେ ଭୁବନେଶ୍ୱର ରୁ ପୁରୀ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରୁଛନ୍ତି. ବଡ଼ ଦାଣ୍ଡରେ କରିବେ ରୋଡ଼ ସୋ. ସୁରକ୍ଷା ବ୍ୟବସ୍ଥା ଅଭୁତ… ଟିକିନିଖି ନଜର ରଖାଯାଉଛି..ତାଳବଣିଆଠୁ ଆରମ୍ଭ କରି ସିଟି ରୋଡ୍, ଭିଭିଆଇପି ରୋଡ୍, ମେଡିକାଲ୍ ଛକ ଓ ସିଂହଦ୍ୱାର ପର୍ଯ୍ୟନ୍ତ ସୁରକ୍ଷା ବଳୟରେ ରଖାଯାଇଛି ।
ମୋଦି ସୋମବାର ସକାଳ ସାଢ଼େ ୭ଟା ସୁଦ୍ଧା ତାଳବଣିଆ ହେଲିପ୍ୟାଡ୍ରେ ସ୍ୱତନ୍ତ୍ର ହେଲିକପ୍ଟରରେ ଅବତରଣ କରିଥିଲେ । ସେଠାରୁ ସିଧାସଳଖ କାରକେଡ୍ ସିଟି ରୋଡ୍, ସୁଭାଷ ବୋଷ ଛକ ଓ ମେଡିକାଲ ଛକ ଦେଇ ସିଂହଦ୍ୱାରରେ ପହଞ୍ଚବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ପାଖାପାଖି ୪୦ ମିନିଟ୍ ମନ୍ଦିର ପରିସରରେ ରହିବେ । ପ୍ରଧାନମନ୍ତ୍ରୀଙ୍କ ଶ୍ରୀମନ୍ଦିର ଗସ୍ତର ୧ ଘଣ୍ଟା ପୂର୍ବରୁ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ମରିଚିକୋଟ ଛକଠାରୁ ଆରମ୍ଭ ହେବ । ସକାଳ ୮ଟା ୧୫ରୁ ରୋଡ୍ ସୋ’ ଆରମ୍ଭ ହୋଇ ୯ଟାରେ ମେଡିକାଲ୍ ଛକରେ ଶେଷ ହେବ । ପରେ ପ୍ରଧାନମନ୍ତ୍ରୀ ପରବର୍ତ୍ତୀ କାର୍ଯ୍ୟସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୩ଜଣ ଏସ୍ପି, ୮ଜଣ ଅତିରିକ୍ତ ଏସ୍ପି, ୨୨ଜଣ ଡିଏସ୍ପି, ୪୨ଜଣ ଇନ୍ସପେକ୍ଟର, ୧୦୯ଜଣ ସବ୍ ଇନ୍ସପେକ୍ଟର, ୩୪ଜଣ ହାବିଲଦାର୍, ୨୦୨ଜଣ କନେଷ୍ଟବଳ, ୨୫୦ଜଣ ହୋମଗାର୍ଡଙ୍କ ସମେତ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।