ପାରଳାଖେମୁଣ୍ଡି ମୁଖ୍ୟ ଖବର//ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର ଓ ପାରଳାରେ ଦେଢ କେଜି ରୂପା ସହ ନଗଦ ୪୦ ହଜାର ଟଙ୍କା ଚୋରୀ, ସାଇଣ୍ଟିଫିକଟିମର ଅନୁଧ୍ୟାନ

Spread the love

ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର
ପାରଳାଖେମୁଣ୍ଡି, 28/12(ତାରିଣୀ ପ୍ରସାଦ ପଣ୍ଡା) ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ ସ୍ନାତକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଇଂରାଜୀ ବିଭାଗ ପକ୍ଷରୁ କୁତ୍ରିମ ବୁଦ୍ଧିମତା ଉପରେ ଏକ ଜାତୀୟ ପାଠଚକ୍ର ଓ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପାଠଚକ୍ରରେ ନାଗାଲେଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଇଂରାଜ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ଃ. ନିଗମାନନ୍ଦ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ପାଠଚକ୍ରକୁ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପାଠଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗୀୟ ମୁଖ୍ୟ କୋର ଅସୀମ ରଞ୍ଜନ ପାଢ଼ୀ ସମ୍ମାନିତ ଅତିଥି ଓ ଜିଆଇଟି ଗୁଣୁପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗୀୟ ମୁଖ୍ୟ ଡ଼ଃ. ରଞ୍ଜିତ କୁମାର ପତି ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଏସ. ରମେଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ଥାନୀୟ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଡ଼ଃ. ପ୍ରଣାବାନନ୍ଦ ପାଟୁସୀ ଧନ୍ୟବାଦ ଅର୍ପଣ କରିଥିଲେ |ମଧ୍ୟାହ୍ନରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ୨୩ଜଣ ଗବେଷକ ଅଧ୍ୟାପକ ଛାତ୍ରୀ ଛାତ୍ରମାନଙ୍କୁ ସଂକଳ୍ପ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ,ଛାତ୍ରୀ ଛାତ୍ର ଙ୍କ ସମେତ ହିଲଟପ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ଛାତ୍ର ଅଂଶ ଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ପରିଚାଳନା କରିଥିଲେ |
ପାରଳାରେ ଦେଢ କେଜି ରୂପା ସହ ନଗଦ ୪୦ ହଜାର ଟଙ୍କା ଚୋରୀ, ସାଇଣ୍ଟିଫିକଟିମର ଅନୁଧ୍ୟାନ

ପାରଳାଖେମୁଣ୍ଡି, 28/12(ତାରିଣୀ ପ୍ରସାଦ ପଣ୍ଡା)

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର କୁମୁଟି ସାହିର କେ. ନାରାୟଣାଙ୍କ ଘରେ ଦୁର୍ବୃତ୍ତ ମାନେ ପଶି ଦେଢ କେଜି ରୂପା ଅଳଙ୍କାର ସମେତ ନଗଦ ୪୦ ହଜାର ଟଙ୍କା ଚୋରି କରିନେଇଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ କେ.ନାରାୟଣ ଏବଂ ତାଙ୍କ ପରିବାର ଲୋକେ ସୋମବାର ଦିନ ଆନ୍ଧ୍ରର ବୋବିଲି ଗ୍ରାମକୁ ଯାଇ ପାଞ୍ଚ ଦିନ ପରେ ନିଜ ଘରକୁ ଫେରିଥିଲେ । ଘରେ ପଶି ଦେଖିବା ପରେ ଦୁର୍ବୃତ୍ତ ମାନେ ଆଲମିରାରେ ଥିବା ନଗଦ ୪୦ ହଜାର ଟଙ୍କା ସମେତ ରୂପା ଅଳଙ୍କାର ନେଇ ପଳାଇଥିବାର ଅଭିଯୋଗ ହୋଇଛି । ତେବେ ଘରର କୌଣସି ତାଲା ଭଙ୍ଗା ଯାଇନଥିବା ବେଳେ ଛାତ ଉପର ଦେଇ ଦୁର୍ବୃତ୍ତ ପଶିଥିବାର ଅନୁମାନ କରାଯାଉଥିବା ବେଳେ ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଆଦର୍ଶଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇ ୪୨୧/୨୫ ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ପ୍ରଦାନ କରିଛନ୍ତି ।
ଗଜପତି କଂଗ୍ରେସ ପକ୍ଷରୁ ୧୪୦ତମ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।

ପାରଳାଖେମୁଣ୍ଡି 28/12(ତାରିଣୀ ପ୍ରସାଦ ପଣ୍ଡା)

ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ୧୪୦ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ସୋଇଯାଇଛି। ଏହି ଅବସରରେ ଆଜି ସକାଳ ୧୧ଘଣ୍ଟା ସମୟରେ
ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ. ଭାରତୀୟ ଜାତୀୟ କଂଗ୍ରେସ ଅରଟ ଚିହ୍ନ ଥିବା କଂଗ୍ରେସ ପତକା ଉତ୍ତୋଳନ କରି, ରଘୁପତି ରାଘବ ରାଜା ରାମ ପତିତପାବନ ସୀତାରାମ ଈଶ୍ୱର ଆହ୍ଲା ଦେ ଭଗବାନ ଗୀତ ଗାନ କରିବା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସଭାଗୃହ ରେ କଂଗ୍ରେସ ଦଳର ମହାନ୍ ମହାନ୍ କଂଗ୍ରେସ ପ୍ରତିଷ୍ଠିତ ପ୍ରତିଭା ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏବଂ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ନିଜର ବ୍ୟକ୍ତବ୍ୟ ରେ ସମସ୍ତଙ୍କୁ ନିବେଦନ ସହିତ କହିଛନ୍ତି ୧୪୦ତମ ପ୍ରତିଷ୍ଠା ଦିବସ ରେ ଜିଲ୍ଲା ବାସିନ୍ଦାଙ୍କୁ ୨୦୨୬ ନବ ବର୍ଷ ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇ ଚଳିତ ବର୍ଷରେ ଜିଲ୍ଲା କଂଗ୍ରେସ ଓ ରାଜ୍ୟ କଂଗ୍ରେସ ଏବଂ ଦେଶରେ କଂଗ୍ରେସ ସଂଗଠନ କିପରି ସୁଦୃଢ ହେବ ବୋଲି ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ। ଆଜି ର ଶୁଭ ଅବସର ଜିଲ୍ଲାବାସୀ ଙ୍କୁ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଈଶ୍ୱର ମାଝୀ,ଏସ ପାପାରାଓ। ରବି କୁମାର, ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ, ପୈରପୂର୍ବତନ ଉପାଧ୍ୟକ୍ଷ ସଂଜୟ ଅଧିକାରୀ, ତ୍ରୀନାଥ ପାତ୍ର, ଅଭି ପଣ୍ଡା,ବାଲକୃଷ୍ଣା,ଲବସାହୁ, ବିଷ୍ଣୁ ପାଢି, ନଗର ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ପାରଳାଖେମୁଣ୍ଡି ସହରରେ ଆରମ୍ଭ ହେଲା ବଙ୍ଗଳାଦେଶୀଙ୍କ ଚିହ୍ନଟ ପ୍ରକ୍ରିୟା।
ପାରଳାଖେମୁଣ୍ଡି, 28/12(ତାରିଣୀ ପ୍ରସାଦ ପଣ୍ଡା )

ଦେଶ ସାରା ବଙ୍ଗଳାଦେଶୀଙ୍କୁ ନେଇ ଆକ୍ରୋଶ ବଡୁଥିବା ବେଳେ ଦେଶର ବିଭିନ୍ନ ଅଞ୍ଚଳରେ ବଙ୍ଗଳାଦେଶୀଙ୍କୁ ଚିହ୍ନଟ କରିବା ଆରମ୍ଭ କରାଯାଇଛି. ଗଜପତି ଜିଲ୍ଲାରେ ମଧ୍ୟ ରୋହିଙ୍ଗିଆ ବଙ୍ଗଳାଦେଶୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସହର ତଥା ଜିଲ୍ଳାର ବିଭିନ୍ନ ସ୍ଥାନରେ ଏହି ମାନେ ନିଜର କାୟା ବିସ୍ତାର କରି ବିଭିନ୍ନ ଫେରି କରୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ବହୁ ଅଭିଯୋଗ ମାନ ଆସୁଥିବା ବେଳେ ଆଜି ପାରଳା ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରଖିବା ସହ ଆଗକୁ ଏପରି ଚିହ୍ନଟ ପ୍ରକ୍ରିୟା ଜାରି ରହିବା ନେଇ ଶୁଣିବାକୁ ମିଳିଛି। ଆରୋଗ୍ୟ ସାହିରେ କିଛି ଅଚିହ୍ନା ଲୋକଙ୍କୁ ଠାବ କରିଥିବା ବେଳେ ସେମାନେ ଫେରି କରୁଥିବା ନଜର ଆସିଛି। ଜିଲ୍ଲାର ଏପରିକି କିଛି ଫ୍ୟାକ୍ଟ୍ରି, ରେଷ୍ଟୁରାଣ୍ଟ ରେ କମ ଟଙ୍କାରେ ଏହି ବଙ୍ଗଳା ଦେଶୀ ମାନଙ୍କୁ ମାଲିକ ମାନେ ପସୁ ଛନ୍ତି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଥିବା ବେଳେ ଏହି ମାଲିକ ମାନଙ୍କ ଉପରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହିନ୍ଦୁ ସଙ୍ଗଠନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *