ପିୟୁସି ସାର୍ଟିଫିକେଟ୍ ନେଇ ସମସ୍ୟା ଅନେକ, ସରଳୀ କରଣ ହେବା ଆବଶ୍ୟକ – ଡ଼ ଦୀପ୍ତିରଂଜନ କାନୁନଗୋ
ଭୁବନେଶ୍ୱର : (ଦର୍ଶନ ସମୀକ୍ଷା)
ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ନହେଲେ ଗାଡ଼ିକୁ ତୈଳ ମିଳିବ ନାହିଁ । ସେ ଗାଡ଼ି ଦୁଇ ଚକିଆ ହଉ କି ଚାରିଚକିଆ ହେଉ , ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିବାକୁ ପଡ଼ିବ । କାରଣ ଏହା ନଥିଲେ ତୈଳ ମିଳିବ ନାହିଁ , ତେଣୁ ଗାଡ଼ି ଚାଲିବ କେମିତି ? ଦିନକୁ ଦିନ ରାଜ୍ୟରେ ଗାଡ଼ି ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ବାୟୁ ପ୍ରଦୁଷଣ ମଧ୍ୟ ବଢ଼ି ବଢ଼ି ଚାଲିଛି । ବଢ଼ି ବଢ଼ି ଚାଲିଥିବା ବାୟୁ ପ୍ରଦୁଷଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ତଥା ପରିବହନ ବିଭାଗ ଅନ୍ଟା ଭିଡ଼ିଛନ୍ତି । ଭଲ କଥା, ବାୟୁ ପ୍ରଦୁଷଣ ରୋକିବା ପାଇଁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିବା କୁ କେହି ନାପସନ୍ଦ କରିବେ ନାହିଁ । ଆଗରୁ ଗାଡ଼ି ମାଲିକମାନେ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ କରାଉଥିଲେ । କେତେକ ସ୍ଥାୟୀ କେନ୍ଦ୍ର ଖୋଲି ଗାଡ଼ି ମାନଙ୍କର ପ୍ରଦୁଷଣ ମାତ୍ରା ପରୀକ୍ଷା କରି ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ଦେଉଥିଲାବେଳେ ରାସ୍ତା ଘାଟରେ ମଧ୍ୟ ମୋବାଇଲ କେନ୍ଦ୍ର (ଭ୍ୟାନ୍ ) ମାନେ ମଧ୍ୟ ଗାଡ଼ି ମାନଙ୍କର ପ୍ରଦୁଷଣ ମାତ୍ରା ପରୀକ୍ଷା କରି ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ଦେଉଥିଲେ । ତେବେ ରାସ୍ତା ଘାଟରେ ଏହାର ନୀୟମିତ ଯାଂଚ ନହେବାରୁ ଆଉ ଗାଡ଼ି ମାଲିକ ମାନେ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ କରାଇଲେ ନାହିଁ । ଫଳରେ ଲକ୍ଷ ଲକ୍ଷ ଟଙ୍କା ଖଟାଇ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ କରାଉଥିବା କେନ୍ଦ୍ର ମାନେ ହାତ ବାନ୍ଧି ବସିଲେ । ଏବେ ବଢ଼ି ବଢ଼ି ଚାଲୁଥିବା ବାୟୁ ପ୍ରଦୁଷଣ ଉପରେ ରୋକ୍ ଲଗାଇବା ପାଇଁ ସରକାର ଓ ପରିବହନ ବିଭାଗ ଅନ୍ଟା ଭିଡ଼ିଥିଲାବେଳେ ଏଥିରେ କିଛି ସମସ୍ୟା ଦେଖା ଦେଇଛି । ଫଳରେ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିବା ରେ ଗାଡ଼ି ମାଲିକମାନେ ସମସ୍ୟାରେ ପଡ଼ୁଥିବା ଦେଖାଯାଉଛି । ଦେଖା ଦେଉଥିବା ସମସ୍ୟା ଯୋଗୁ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିବା ପାଇଁ ବହୁ ସମୟ ଲାଗୁଛି ଓ ଅନେକ ଗାଡ଼ି ମାଲିକମାନେ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିବା ପାଇଁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରୁନାହିଁ । ମୋ ନିଜର ଦୁଇ ଚକିଆ କିମ୍ବା ଚାରିଚକିଆ ହେଉ କୌଣସି ଗାଡ଼ି ନାହିଁ । ହେଲେ କେଉଁ କାରଣରୁ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିବା ପାଇଁ ଗାଡ଼ି ମାଲିକମାନେ ଅସନ୍ତୋଷ ପ୍ରକାଶ କରିବାର କାରଣ ଖୋଜିବାକୁ ଯାଇ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ଦିଆଯାଉଥିବା କେନ୍ଦ୍ର ନିକଟରେ ଲାଗିଥିବା ଲମ୍ବା ଲାଇନ୍ ନିକଟରେ ପହଂଚି ପ୍ରକୃତ ସମସ୍ୟା ଗୁଡ଼ିକୁ ଅନୁଧ୍ୟାନ କରିଥିଲି । ଯାହା ଗାଡ଼ି ମାଲିକ ମାନଙ୍କ ସହିତ କଥା ହୋଇ ଯାଣିଲି ତାହା ବର୍ଣ୍ଣନା କରିବାକୁ ଉଚିତ ମନେକରୁଛି ।
ପୂର୍ବରୁ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ ପାଇଁ କୌଣସି ସମସ୍ୟା ହେଉନଥିଲା । ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ଦିଆଯାଉଥିବା ସ୍ଥାୟୀ କେନ୍ଦ୍ର ହେଉ କିମ୍ବା ମୋବାଇଲ ଭ୍ୟାନ ନିକଟରେ ଗାଡ଼ି ଛିଡ଼ା କରାଇବା ପରେ ଗାଡ଼ିର ପ୍ରଦୁଷଣ ମାତ୍ରା ପରୀକ୍ଷା କରାଯାଉଥିଲା । ସଙ୍ଗେ ସଙ୍ଗେ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ମିଳିଯାଉଥିଲା । ଏହାର ଅବଧି ମାତ୍ର ୬ ମାସ । ଏବେ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ନହେଲେ ତେଲ ମିଳିବ ନାହିଁ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ଗାଡ଼ି ମାଲିକମାନେ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିବା ପାଇଁ ଲମ୍ବା ଲାଇନ୍ ଲଗାଉଛନ୍ତି । ଅର୍ଥାତ୍ ସେମାନେ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ତାହା ମିଳିପାରୁନାହିଁ । କାରଣ ସରକାର ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ପାଇଁ ଆଧାର ନମ୍ବର ଗାଡ଼ି ରେଜିଷ୍ଟ୍ରେସନ୍ ସହିତ ଯୋଡ଼ି ଆଧାର ନମ୍ବର ରେ ଥିବା ମୋବାଇଲ ନମ୍ବର କୁ ଓଟିପି ଯିବ , ତେବେ ଯାଇ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ମିଳିପାରିବ । ଏହି କାରଣ ଯୋଗୁ ସମସ୍ୟା ଦେଖାଯାଉଛି ଓ ଏହା ସମୟ ସାପେକ୍ଷ । ଉଦାହରଣ ସ୍ୱରୂପ ୧) ଜନୈକ ବିଜୟ ବାବୁ ୪ ବର୍ଷ ତଳେ ଏକ ବାଇକ୍ କିଣିଥିଲେ । ସେ ୪ ବର୍ଷ ତଳେ ଜାଣିନଥିଲେ କି ଦିନେ ତାଙ୍କ ଗାଡ଼ି ରେଜିଷ୍ଟ୍ରେସନ୍ (ଆରସି ) ସହିତ ଆଧାର ସଂଯୋଗ କରାଯିବ । ଗାଡ଼ି କିଣିବା ସମୟରେ ଗାଡ଼ି ସୋ ରୁମ୍ ରେ ତାଙ୍କ ନାମ ବିଜୟ କହିଲେ । ସେହି ଅନୁସାରେ ଗାଡ଼ି ସୋରୁମ୍ ରେ ଇଂରାଜୀରେ ବିଜୟ (Bijaya ) ଲେଖି ରସିଦ କରିଦେଲେ , ସେହି ଅନୁସାରେ ମଧ୍ୟ ଗାଡ଼ି ରେଜିଷ୍ଟ୍ରେସନ୍ ହୋଇଗଲା । ସବୁ ଠିକ୍ ଠାକ୍ ଚାଲିଥିଲା । ବିଜୟ ବାବୁ ନିୟମିତ ଭାବେ ତାଙ୍କ ଗାଡ଼ିର ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ଓ ଇନ୍ସ୍ୟୁରାନ୍ସ କରାଇଥାନ୍ତି । ହେଲେ ଏବେ ଇନସ୍ୟୁରାନ୍ସ କରିବାରେ ସମସ୍ୟା ହେଉନାହିଁ, ସମସ୍ୟା ହେଉଛି ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିବାରେ । କାରଣ ବର୍ତମାନ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିବା ପାଇଁ ଗାଡ଼ିର ରେଜିଷ୍ଟ୍ରେସନ୍ ସହିତ ଆଧାର ନମ୍ବର ସଂଯୋଗ କରାଯାଉଛି । ଆଧାର କାର୍ଡ଼ରେ ଯେଉଁ ମୋବାଇଲ ନମ୍ବର ରହିଛି, ସେହି ମୋବାଇଲ ନମ୍ବର ରେ ଓଟିପି ( ୱାନ୍ ଟାଇମ୍ ପାସ ୱାର୍ଡ଼)ଯାଉଛି । ଏବେ ଏଥିରେ ସମସ୍ୟା ହେଉଛି, ଗାଡ଼ି କିଣା ରସିଦ ଓ ରେଜିଷ୍ଟ୍ରେସନ୍ ରେ ବିଜୟ ନାମ ଇଂରାଜୀରେ Bijaya ଥିବାବେଳେ ଆଧାର ରେ Bijay ରହିଥିବାରୁ ଆଧାର ଓ ଗାଡ଼ି ରେଜିଷ୍ଟ୍ରେସନ୍ ରେ ଅମେଳ ରହିଥିବାରୁ ବିଜୟ ବାବୁ ତାଙ୍କ ଗାଡ଼ିର ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ପୂର୍ବରୁ ବିନା ଅସୁବିଧାରେ କରୁଥିଲେ ମଧ୍ୟ ବର୍ତମାନ ଆଉ ତାଙ୍କ ଗାଡ଼ିର ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିପାରୁନାହାନ୍ତି । ୨) ସେହିପରି ରମେଶ ବାବୁ ନାମକ ଜଣେ ବ୍ୟକ୍ତି ଗତ ୩ ବର୍ଷ ତଳେ ଏକ ବାଇକ୍ କିଣିଥିଲେ । ବାଇକ୍ ର ରେଜିଷ୍ଟ୍ରେସନ୍ କରିବା ବେଳେ ତାଙ୍କର ଯେଉଁ ମୋବାଇଲ ଫୋନ୍ ନମ୍ବର ଦିଆଯାଇଥିଲା, ଏବେ ସେ ମୋବାଇଲ ଫୋନ୍ ନମ୍ବର କୌଣସି କାରଣରୁ ତାଙ୍କର ଆଉ ନାହିଁ । ଏବେ ସେ ଯେଉଁ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି , ତାହାକୁ ବଦଳାଇବାକୁ ପରିବହନ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି ଓ ସହଜରେ ହୋଇପାରୁନାହିଁ । ତାଙ୍କ ଗାଡ଼ିର Aନþiýêରାନ୍ସ କରିବାରେ ସେ କୌଣସି ସମସ୍ୟା ର ସମ୍ମୁଖୀନ ହେଉନାହାନ୍ତି କିନ୍ତୁ ବର୍ତମାନ ତାଙ୍କ ଗାଡ଼ିର ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିବାକୁ ଚାହୁଁଥିଲେ ମଧ୍ୟ ହାସଲ କରିପାରୁନାହାନ୍ତି । ୩) ସେହିପରି ଗୀତାଞ୍ଜଳି ନାମକ ଜଣେ ଯୁବତୀ ୫ ବର୍ଷ ତଳେ ଗୋଟିଏ ସ୍କୁଟି କିଣିଥିଲେ । ଗାଡ଼ି କିଣିଲାବେଳେ ସୋ ରୁମ୍ ଗୀତାଞ୍ଜଳି ନାମକୁ ଇଂରାଜୀରେ Geetanjali ଲେଖି ରସିଦ ଦେଇଦେଲେ । ସେତେବେଳେ ତାଙ୍କର ଠିକଣା ତାଙ୍କ ବାପାଙ୍କ କେୟାରଅଫ୍ ଥିଲା ଓ ସେତେବେଳେ ସେ ବ୍ୟବହାର କରୁଥିବା ମୋବାଇଲ ଫୋନ୍ ନମ୍ବର ଦେଇଥିଲେ । ସେହି ଅନୁସାରେ ଗାଡ଼ି ମଧ୍ୟ ରେଜିଷ୍ଟ୍ରେସନ୍ ହୋଇଗଲା । ଗାଡ଼ି କିଣିବାର ବର୍ଷକ ପରେ ସେ ବିବାହ କରିବା ପରେ ତାଙ୍କ ଆଧାର କାର୍ଡ଼ ସଂଶୋଧନ କରି ଶାଶୁଘର ଠିକଣା ଓ ଅନ୍ୟ ଏକ ମୋବାଇଲ ଫୋନ୍ ନମ୍ବର ଆଧାର କାର୍ଡ଼ ସହିତ ସଂଯୋଗ କରିଥିଲେ । ସେ କିଣିଥିବା ଗାଡ଼ିଟି ମଧ୍ୟ ସେ ଶାଶୁ ଘରକୁ ନେଇନାହାନ୍ତି, ବରଂ ତାଙ୍କ ପିତା ବ୍ୟବହାର କରୁଛନ୍ତି । ସେ ଗାଡ଼ିର Aନþiýêରାନ୍ସ କରିବାରେ କିମ୍ବା ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେଉନଥିଲେ । ବର୍ତମାନ କିନ୍ତୁ ସେ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିପାରୁନାହାନ୍ତି କାରଣ ବର୍ତମାନ ଗାଡ଼ି ରେଜିଷ୍ଟ୍ରେସନ୍ ସହିତ ଆଧାର ସଂଯୋଗ କରାଯାଉଛି । ଆଧାରରେ ଗୀତାଞ୍ଜଳି Gitanjali ଥିବାବେଳେ ଗାଡ଼ି ରେଜିଷ୍ଟେଅସନ୍ ବହିରେ ଗୀତାଞ୍ଜଳି Geetanjali ରହିଛି ଏବଂ ଗାଡ଼ି ରେଜିଷ୍ଟ୍ରେସନ୍ ବହିରେ ମୋବାଇଲ ନମ୍ବର ଯାହା ରହିଛି, ତାଙ୍କ ଆଧାର ରେ ଅନ୍ୟ ମୋବାଇଲ ଫୋନ୍ ନମ୍ବର ରହିଛି । ଏହାଛଡ଼ା ଗାଡ଼ି ରେଜିଷ୍ଟ୍ରେସନ୍ ବହିରେ ଗୀତାଞ୍ଜଳି ଙ୍କ ବାପଘର ଠିକଣା ରହିଥିବାବେଳେ ଆଧାର କାଡ଼ରେ ବର୍ତମାନ ତାଙ୍କ ଶାଶୁଘର ଠିକଣା ଓ ବାପା ଙ୍କ କେଆର ଅଫ ବଦଳରେ ତାଙ୍କ ସ୍ୱାମୀ ଙ୍କ କେୟାର ଅଫ ରହିଛି । ଯାହା ଫଳରେ ଗୀତାଞ୍ଜଳି ଙ୍କ ଗାଡ଼ିର ଇନ୍ସ୍ୟୁରାନ୍ସ ହୋଇଥିଲେ ମଧ୍ୟ ତାଙ୍କ ଗାଡ଼ିର ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହୋଇପାରୁନାହିଁ ।
ଏହିପରି କେତେକ ସମସ୍ୟା ଯୋଗୁ ଲୋକେ ଚାହୁଁ ଥିଲେ ମଧ୍ୟ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ କରିପାରୁନାହାନ୍ତି । ତେଣୁ ଏସବୁକୁ ବିଚାରକୁ ନେଇ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ହାସଲ ପାଇଁ ପ୍ରକ୍ରିୟାକୁ ସରଳୀକରଣ କରାଯିବା ଆବଶ୍ୟକ । ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ପାଇଁ ବିନା ଓଟିପି ରେ ଗାଡ଼ିର ପ୍ରଦୁଷଣ ମାତ୍ରା ପରୀକ୍ଷା କରି ଯେଉଁ ଗାଡ଼ି ଗୁଡ଼ିକ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ପାଇବା ପାଇଁ ଯୋଗ୍ୟ ହେବେ, ସେମାନଙ୍କୁ ପ୍ରତି ୬ ମାସରେ ଥରେ ଯାଂଚ କରି ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ଦିଆଯିବାର ବ୍ୟବସ୍ଥା କରାଯିବା ଆବଶ୍ୟକ । ଭାତ ହାଣ୍ଡିରୁ ଗୋଟିଏ ଚିପି ପରୀକ୍ଷା କଲାଭଳି ରାଜ୍ୟ ପରିବହନ ବିଭାଗ ଓ ବିଭାଗିୟ ମନ୍ତ୍ରୀ ଙ୍କ ଅବଗତ ନିମନ୍ତେ ଏଠାରେ ତିନୋଟି ଉଦାହରଣ ଦିଆଗଲା । ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ପାଇବା ପାଇଁ ଲୋକମାନେ ଏହିପରି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ପ୍ରକୃତରେ ବଢ଼ି ବଢ଼ି ଚାଲିଥିବା ପ୍ରଦୁଷଣ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ନଥିଲେ ଗାଡ଼ିକୁ ତୈଳ ଦିଆଯିବ ନାହିଁ , ତେବେ ଏହାକୁ ସରଳୀକରଣ କରି ଓଟିପି ବ୍ୟବସ୍ଥା କୁ ବନ୍ଦ କରି ଗାଡ଼ି ରେଜିଷ୍ଟ୍ରେସନ୍ ବହି ଦେଖି ପିୟୁସି ସାର୍ଟିଫିକେଟ୍ ଦିଆଯିବାର ବ୍ୟବସ୍ଥା କରନ୍ତୁ ନହେଲେ ପଲ୍ୟୁସନ୍ ବା ବାୟୁ ପ୍ରଦୁଷଣ ଆଳରେ ଗାଡ଼ି ଉପରେ ଫାଇନ୍ ବୋଝ ଲଦିବାର ଅସଲ ଉଦେଶ୍ୟ ବୋଲି ଯାହା ସାଧାରଣରେ ଆଲୋଚନା ହେଉଛି, ତାହା ସତ୍ୟ ଓ ନିଶ୍ଚିତ ରେ ପରିଣତ ହେବ ।
-୦-
ପାରିଜାତ ବିଲଡ଼ିଂ, ଉତରା ଶାସନ
କୌଶଲ୍ୟାଗଙ୍ଗ, ଭୁବନେଶ୍ୱର – ୭୫୧୦୦୧
ମୋବାଇଲ ଫୋନ୍ ନଂ- ୯୪୩୯୫୮୫୩୮୪












Leave a Reply