ଗଜପତିରେ ବିଜୁ ଜନତା ପକ୍ଷରୁ ୨୯ ତମ ପ୍ରତିଷ୍ଠା ଦିବସ ପାଳିତ ପାରଳାଖେମୁଣ୍ଡି, 26/12(ତାରିଣୀ ପ୍ରସାଦ ପଣ୍ଡା ): (ଦର୍ଶନ ସମୀକ୍ଷା)
ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ୨୯ ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଛି । ଜିଲ୍ଲାର ଶତାଧିକ କର୍ମୀ, ବହୁ ନେତା ଓ ଜନପ୍ରତିନିଧି ଏକତ୍ରିତ ହୋଇ କଲେଜ ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ନେତା ଓ କର୍ମୀଙ୍କର ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲା। କାର୍ଯ୍ୟକ୍ରମରେ ଦଳର ନେତା ଓ କର୍ମୀମାନଙ୍କୁ ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେବା ସହ ବିଜେଡି ଗଠନର ପୃଷ୍ଠଭୂମି ବିଷୟରେ ବର୍ଣ୍ଣନା କରିବା ସହ ଆଗାମୀ ଦିନରେ ପୁଣି ଥରେ ବିଜୁଜନତା ଦଳ ସରକାରକୁ ଫେରିବା ସହିତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ. ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୈାର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ ବିର ରାଜୁ, ଜିଲ୍ଲା ପରିଷଦ ସଭ୍ୟ ଏସ ବାଲାରାଜୁ ଓ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା, ଯୁବ ବିଜେଡି ସଭାପତି ଏସ ଲିଙ୍ଗରାଜ, ପ୍ରମୁଖ ଯୋଗଦେଇ ଉପସ୍ଥିତ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଥିଲେ।
ବିଜୁ ଜନତଦଳର ୨୯ ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ

ନୟାଗଡ଼ (ଦର୍ଶନ ସମୀକ୍ଷା) ୨୭/୧୨/୨୫ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ଅରୁଣ କୁମାର ସାହୁ ଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ରେ ୧୦୦୦ରୁ ଉର୍ଦ୍ଧ କର୍ମୀ ବିଜୁ ଜନତା ଦଳର ପାଟି କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ। ସେଠାରେ ଦଳର ସମସ୍ତ ନେତୃବୃନ୍ଦ ବି. ଜେ. ଡି ର ଆଗାମୀ କାର୍ଯ୍ୟପନ୍ଥା ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିଥିଲେ। ସେଠାରେ ଡ଼ ଅରୁଣ କୁମାର ସାହୁ କର୍ମୀ ଓ ନେତା ମାନଙ୍କୁ କହିଥିଲେ ଆମେ ବର୍ତ୍ତମାନ ବିରୋଧୀ ଦଳର ରହି କିପରି ଜନସାଧାରଣ ପାଖରେ ରହି ଲୋକଙ୍କ ପାଇଁ କମକରିବା ସେ ବିଷୟରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ବର୍ତ୍ତମାନ ଗାଁ ଗାଁ ରେ ବିଜୁ ଜନତା ଦଳର କର୍ମୀ ଓ ଶୁଭେଚ୍ଛୁ ମାନେ ଆମ ସାଥିରେ ଅଛନ୍ତି ଆମେ ଲୋକଙ୍କ ସାଥିରେ ଆହୁରି ଅଧିକା ମିଶିବା ସହିତ ସେମାନଙ୍କ ଅସୁବିଧା ବେଳେ ସେମାନଙ୍କ ପାଖରେ ଛିଡ଼ାହେବା ଦରକାର। ସେ କହିଥିଲେ ଦଳ ଆଗକୁ ନୟାଗଡ଼ ରେ ଆହୁରି ଶକ୍ତିଶାଳୀ ହୋଇ ଆସନ୍ତା ମ୍ୟୁନିସିପାିଟି ଓ ପଞ୍ଚାୟତ ନିର୍ବାଚନ ରେ ବାଜିମାତ କରିବ।
ଢେଙ୍କାନାଳ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ
ଢେଙ୍କାନାଳ, ୨୬ ।୧୨:( ଦର୍ଶନ ସମୀକ୍ଷା) ଡିସେମ୍ବର ୨୬ ତାରିଖକୁ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଭାବରେ ପ୍ରତି ବର୍ଷ ପାଳନ କରାଯାଉଛି । ଏହି ଅବସରରେ ଶୁକ୍ରବାର ଦିନ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଲ ତରଫରୁ ସହରସ୍ଥ ମୁନସିପାଲିଟି ଅଡିଟରିୟମ ଠାରେ ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଢେଙ୍କାନାଳର ପୂର୍ବତନ ବିଧାୟକ ସୁଧିର କୁମାର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଲୋକସଭା ପା୍ରଥୀ ଡ଼ ଅବିନାଶ ସାମଲ ଯୋଗଦେଇଥିଲେ । ଏହି ଅବସରରେ ପୁର୍ବତନ ବିଧାୟକ ଶ୍ରଯୁକ୍ତ ସାମଲ ନିଜ ବ୍ୟକ୍ତବ୍ୟରେ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଲୋକମାନଙ୍କ ହୃଦୟରେ ରହିଛନ୍ତି । ବିଜୁ ଜନତା ଦଳ ଦୀର୍ଘ ୨୯ ବର୍ଷ ହେବ ଗଠନ ହୋଇଛି । ନବୀନ ପଟ୍ଟନାୟକ ୨୪ ବର୍ଷ ସରକାର ଥିଲା ସେବା କରିଥିବା ସରକାର , ବିକାଶର ସରକାର ଏବଂ ଏହାଥିଲା ଓଡିଶାକୁ ବିଶ୍ୱ ଦରବାରରେ ପରିଚୟ କରିବାର ସରକାର । ହେଲେ ଏହି ୧୮ ମାସ ହେଲା ଡବଲ ଇଞିନ ସରକାର ଚାଲିଛି । କିନ୍ତୁ ବିକାଶ କାହିଁ, ଚାଷି ସାର ପାଉନି, ମିଶନ ଶକ୍ତି ମା’ ମାନେ ହଇରାଣ ହେଉଛନ୍ତି , ଯୁବସମାଜ ହତାଶ ହୋଇପଡିଛନ୍ତି । ଯତେବେଲେ ବିଜୁ ଜନତା ଦଳ ସରକାର ଆସିଥିଲା ସେହି ସମୟରେ ୭୮ ହଜାର କୋଟି ଋଣଭାର ଓଡିଶାର ଥିଲା ବର୍ତ୍ତମାନ ଏହା କେତେ ଗୁଣ ବଢିଛି ବୋଲି କହିବା ସହ ଏ ସରକାର ମିଛ ପ୍ରତିଶୃତି ଦେଇ ଚାଷି ଭାଇ ଓ ମହିଳା ମାନଙ୍କୁ ବାଟ ବଣା କରି ଦେଲାଣି । ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ ହେଲେ ମଧ୍ୟ ତାହା ଏବେବି ରହିଛି ଆଗକୁ ମଧ୍ୟ ରହିବ । ପରିବର୍ତ୍ତନ ନାଁ ରେ କଛି ଲୋକ ଯେଉଁ ଭୁଲ କରିଛନ୍ତି ତାହାକୁ ଏବେ ମାନିଲେଣି ବୋଲି କହିବା ସହ ଆଜିର ଦିନରେ ଆମେ ସମସ୍ତେ ଏକାଠି ରହିଲେ ଆଗାମି ଦିନରେ ପୁଣି ଥରେ ସରକାର ଗଠନ କରିବା ବୋଲି କହିଥିଲେ । ସମ୍ମାନିତ ଅତିଥି ଡ଼ ଅବିନାଶ ସାମଲ ତାଙ୍କ ବକ୍ତବ୍ୟରେ ଯୁବ ସମାଜକୁ ଗୁରୁତ୍ୱ ଦେବା ସହ ନବୀନ ପଟ୍ଟନାୟଙ୍କ ସରକାର ସମୟରେ ଖଣି ଖଦାନ ଓ ଶଳ୍ପରୁ ହେଉଥିବା ଆୟୁ ଜନସାଧାରଣଙ୍କ ଉନ୍ନତିରେ ବିନିଯୋଗ ହେଉଥିଲା । କିନ୍ତୁ ବର୍ତ୍ତମାନର ସରକାର ଏହି ଅର୍ଥକୁ ଆଦାନି, ଆମ୍ବାନି ଭଳି ଶିଳ୍ପ ପତିଙ୍କ ହାତକୁ ଟେକି ଦେଇଛି । ସାଧାରଣ ଲୋକଙ୍କ ବିକଶ ନ ହୋଇ ସେମାନଙ୍କର ବିକାଶ ହେଉଛି ବୋଲି କହିବା ସହ ଏଥିôପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାତି ସନ୍ଦିପ ଷଡଙ୍ଗୀ, ଜିଲା ମହିଳା ସଭାପତି ସାଗରିକା ମିଶ୍ର, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଜିଲ୍ଲା ଉପସଭାପତି ସୁକାନ୍ତ କୁମାର ମିଶ୍ର, ବିଜେଡି ଆଇନ ସେଲ ତଥା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ଅଜୟ କୁମାର ଭଞ, ଗନ୍ଦିଆ ବ୍ଲକ ଯୁବ ସଭାପତି ପ୍ରଦୀପ କୁମାର ରାଉତ, ସଦର ବ୍ଲକ ଯୁବ ସଭାପତି ଯଶେଷ ସାହୁ , ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱନାଥ ଚିନରା, ଅଶୋକ କୁମାର ପରିଡା ,ବିଭୁତି ଭୋଇ, ପୁର୍ଣ୍ଣିମା ଦେହୁରୀ, କାଉନସିଲର ଲିପିକା ଦାସ , ଶୁଭଲକ୍ଷ୍ମୀ ସାହୁ, ଯୂବ ନଗର ସଭାପତି ବ୍ରହ୍ମାନନ୍ଦ ସାହୁ, ଗନ୍ଦିଆ ବ୍ଲକ ଉପଧ୍ୟକ୍ଷା ମମତା ସାମଲ, ଗନ୍ଦିଆ ବ୍ଲକ ମହିଳା ସଭାପତି ଶୁଭଦର୍ଶିନୀ ପରିଡା, ପ୍ରମୁଖ ପ୍ରତିଷ୍ଠା ଦିବସରେ ବିଜୁ ଜନତା ଦଳର ସାଙ୍ଗଠନ ଉପରେ ମତବ୍ୟକ୍ତ କରି ନବୀନ ପଟ୍ଟନାୟକଙ୍କ ସହ ପୁର୍ବତନ ବିଧାୟକ ସୁଧିର କୁମାର ସାମଲଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଜିଲ୍ଲା ସାମାଜିକ ଗଣ ମାଧ୍ୟମ ସଂଯୋଜକ ଗଙ୍ଗାଧର ରାଉତ, ରଞନ ନାୟକ, ଜ୍ଞାନଚାନ୍ଦ, ମିଶ୍ର, ମାନସ ମହାରଣା, ଶୀକାନ୍ତ ଧଳ, ସାଜା ଖାଁ , ଉର୍ବଶୀ ମହାପାତ୍ର, ଶ୍ରଦ୍ଧାଞଳୀ ସାହୁ, ଓ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ / ସଦସ୍ୟା, ସମସ୍ତ ବିଜେଡି କାଉନସିଲର, ସରପଞ୍ଚ , ସମିତି ସଭ୍ୟଙ୍କ ସମେତ ଛାତ୍ର ନେତା ସୁର୍ଯ୍ୟକାନ୍ତ ପରିଡା, ଓମ ପ୍ରକାଶ ନାୟକ, କୁଲଦୀପ ମହାପାତ୍ର ପ୍ରମୁଖ ଏହି ସଭାକୁ ପରିଚାଳନାରେ ସହେଯାଗ କରିଥିଲେ । ବରିଷ୍ଠ ବିଜେଡି ନେତା ନରୋତ୍ତମ ସାହୁ ମଞ୍ଚ ପରିଚାଳନା କରିଥିଲା ବେଲେ ବିନୋଦ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥଲେ ।
ବେଦଧ୍ଵନୀ ମହୋତ୍ସବ ଉଦଯାପିତ
ଭୁବନେଶ୍ଵର,୨୬/୧୨/୨୦୨୫: (ଦର୍ଶନ ସମୀକ୍ଷା)
ଜ୍ୟୋତି କଳା ପରିଷଦ, ଭୁବନେଶ୍ଵର ତରଫରୁ ୟୁନିଟ -୯ ବିଏମ୍ସି ପାର୍କ ଫ୍ଲାଟ ଠାରେ ଆୟୋଜିତ ‘ବେଦଧ୍ଵନୀ ମହୋତ୍ସବ‘ ଆଜି ଉଦଯାପିତ ହୋଇ ଯାଇଛି ।

ଏଥିରେ ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟର ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଅନେକ କୁନିକଳାକାରମାନେ ଅଂଶଗ୍ରହଣ କରିଥିଲେ। ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସମର୍ଥ ହୋଇଥିବା ପ୍ରାୟ ୬୦ ରୁ ଉଦ୍ଧ କଳାକାରମାନଙ୍କୁ ମହୋତ୍ସବର ମୁଖ୍ୟ ଅତିଥି ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ (ପୂର୍ବତନ ପ୍ରମୁଖ ଶାସନ ସଚିବ, ସଂସ୍କୃତି ବିଭାଗ, ଓଡିଶା ସରକାର) ସମ୍ବନ୍ଧିତ କରିଥିଲେ । ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟରେ ବିଏମ୍ସି ପାର୍କ, ୟୁନିଟ୍-୯ ଫ୍ଲାଟ ମଞ୍ଚ ବେଶ ଆକର୍ଷଣିୟ ହୋଇଥିଲା।
ବିଶିଷ୍ଟ ଅତିଥି ଓ ସାଂସ୍କୃତିକ – ବ୍ୟକ୍ତି ବିଶେଷ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ମହୋତ୍ସବର ଉଦଯାପନୀ ଦିବସରେ ଅତିଥି ଭାବେ ପୂର୍ବତନ ସୂଚନା ଓ ଲୋକ ସର୍ମ୍ମକ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏବଂ ସମାଜସେବୀ ଶ୍ରୀ ମନୋଜ କୁମାର ନାୟକ ଯୋଗଦେଇଥିଲେ୲
ମୁଖ୍ୟ ଅତିଥି ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ବେଦଧ୍ଵନୀ ମହୋତ୍ସବ ତା’ର ନାମରୁ ହିଁ ଅନୁଷ୍ଠାନର ଗମ୍ଭିରତା କେତେ ତାହା ମନେ ପକାଇ ଦେଉଛି । ସବୁ – ସଙ୍ଗୀତର ମୂଳ ଆଧାର ବେଦ । ଏହା ସହିତ ଓଡିଶାର କଳା,ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ନିରନ୍ତର ପ୍ରେରିତ ଏହି ଅନୁଷ୍ଠାନ । ମହୋତ୍ସବର ଉଭୟ ଦିନରେ ଓଡିଶାର କଳା ଓ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ଦ୍ୱାରା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେଇ ଯିବାରେ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ ।
ବେଦଧ୍ଵନୀ ମହୋତ୍ସବ ଅବସରରେ ଓଡିଆ ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ କୁନି ପ୍ରତିଭା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ୲
ପ୍ରଥମ ଦିନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଶ୍ରୀ ଜଗନ୍ନାଥ ପ୍ରଧାନ ଓ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ ଶ୍ରୀ ସରୋଜ କୁମାର ସାମଲ, ଶ୍ରୀ ପ୍ରକାଶ ଚନ୍ଦ୍ର ରଣବିଜୁଳି ଏବଂ ଏଏମ୍ଆରଏମ୍ ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ଅଭିଳାଷ ମହାନ୍ତି ଏବଂ ଶ୍ରୀମତୀ ରୂପାଲି ମହାନ୍ତି ଯୋଗ ଦେଇଥିଲେ ୲
ଜ୍ୟୋତି କଳା ପରିଷଦର ସମ୍ପାଦିକା ଜ୍ୟୋତିରେଖା ମହାନ୍ତି, ସଭାପତି ସ୍ମୃତିରେଖା ସାମଲ, ଉପଦେଷ୍ଟା ଆନନ୍ଦ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକୁ ଆଗାମୀ ଦିନରେ ସାରା ଓଡିଶାକୁ ପ୍ରସାରିତ କରିବେ ବୋଲି କର୍ମ କର୍ତ୍ତାମାନେ ମତବ୍ୟକ୍ତ କରିଥିଲେ ।












Leave a Reply