Spread the love

ଜାତୀୟ ସ୍ତରୀୟ ଯୁବ ଉତ୍ସବରେ ଭାଗ ନେବେ ମାଲକାନଗିରି ଜିଲ୍ଲା ଛାତ୍ରୀ

ମାଲକାନଗିରି ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
ଜାତୀୟ ସ୍ତରୀୟ ଯୁବ ଉତ୍ସବରେ ଭାଗ ନେବେ ମାଲକାନଗିରି ଜିଲ୍ଲା ଛାତ୍ରୀ ବିଦିଶା ମହାନ୍ତି। ମାଲକାନଗିରି ମଡେଲ ଡିଗ୍ରୀ କଲେଜ ଛାତ୍ରୀ ବିଦିଶା ମହାନ୍ତି ରାଜ୍ୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍ । ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଡ଼ିସେମ୍ବର ୨୪ ରୁ ୨୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଯୁବ ଉତ୍ସବ ଆୟୋଜନ କରାଯାଇଥିଲା। ତାଙ୍କର ଏହି ସଫଳତାରେ ନିଜର ଖୁସି ପ୍ରକଟ କରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଶୁଭେଚ୍ଛା ଜଣାଇବା ସହ ଏହି କୃତିତ୍ବ ଅନ୍ୟ ଛାତ୍ର ଛାତ୍ରୀଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି। ବିଦିଶାଙ୍କ ସଫଳତାରେ ମଡେଲ ଡିଗ୍ରୀ କଲେଜ ସହିତ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ସୂଚନା ଥାଉ କି ଜାତୀୟ ସ୍ତରୀୟ ଯୁବ ଉତ୍ସବ ନୂଆ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବ। ଯେଉଁଥିରେ ବିଦିଶା ଓଡିଶାର ପ୍ରତିନିଧିତ୍ଵ କରିବେ।

Leave a Reply

Your email address will not be published. Required fields are marked *