ଗଜପତି ଜିଲ୍ଲାର ସୋତନ୍ତ୍ର ଖବର //ଉପସ୍ଥାପନା ତାରିଣୀ ପ୍ରସାଦ ପଣ୍ଡା ପର୍ଲାଖେମୁଣ୍ଡି

Spread the love

ଗଜପତିରେ ନବ ନିର୍ମାଣ କୃଷକ ସଂଘର କୃଷକ ସମାବେଶରେ ଦାବି ଚାଷୀଙ୍କ ଦାବିକୁ ଉପେକ୍ଷା କରାନଯାଉ ପାରଳାଖେମୁଣ୍ଡି, 25/12(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାର ଉପଲଡ଼ା ଗ୍ରାମଠାରେ ଥିବା ମଣ୍ଡି ପରିସରରେ ନବନିର୍ମାଣ କୃଷକ ସଙ୍ଘଠନ ଦ୍ୱାରା ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ସରକାରଙ୍କୁ ସମାଲୋଚନା କରି କୁହାଯାଇଛିଯେ ଚାଷୀଙ୍କ ଦାବିକୁ ସରକାର ଉପେକ୍ଷା କରୁଛନ୍ତି. କୃଷି ଦ୍ୱାରା ଆଦାୟ ହେଉଥିବା ଫସଲର ଉଚିତ ମୂଲ୍ୟ ମିଳୁନାହିଁ. ମୋଟାମୋଟି ଭାବେ କୃଷି ଓ କୃଷକର ସୁରକ୍ଷା ଓ ସ୍ୱାର୍ଥରକ୍ଷାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି ସଂଘଠନର ପ୍ରତିନିଧିମାନେ ଅଭିଯୋଗ କରି କହିଛନ୍ତିଯେ ଏମଏସପି ନାମରେ ଧାନ ମଣ୍ଡିରେ କଟନୀ ଚଟନୀ ନାମରେ ଚାଷୀଙ୍କୁ ହଇରାଣ କରିବା ବନ୍ଦ କରାଯାଉ,

ଗଜପତି ଜିଲ୍ଲାରେ କପା ଓ ମକା ମଣ୍ଡି ଖୋଲାଯାଉ, ଧାନ ବିକ୍ରି ବେଳେ ଅଖାର ମୂଲ୍ୟ ସହ ପରିବହନ ଖର୍ଚ୍ଚ ପ୍ରଦାନ କରାଯାଉ ବୋଲି ନବ ନିର୍ମାଣ କୃଷକ ସଙ୍ଘଠନର ଏହି ସମାବେଶରେ ଦାବି କରାଯାଇଛି. ଏହି ସମାବେଶକୁ ଗଜପତି ଜିଲ୍ଲା ପ୍ରଭାରୀ ରଣଜିତ୍ ପଟ୍ଟନାୟକଙ୍କ ଅଧ୍ଯକ୍ଷତା କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ଦଣ୍ଡାସୀ ଖଣ୍ଡୁଆଳ, ଗଜପତି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଏସ. ଵାଲାରାଜୁ ପ୍ରମୁଖଙ୍କ ସହ ବହୁ ଚାଷୀ, କୃଷକ ଯୋଗ ଦେଇଥିଲେ.

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ଗଜପତିରେ ବିକ୍ଷୋଭ ପାରଳାଖେମୁଣ୍ଡି, 25/12(ତାରିଣୀ ପ୍ରସାଦ ପଣ୍ଡା ):

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ବରର୍ବରତାକୁ ବିରୋଧ କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦଶନ ଜରାଯାଇଛି. ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା Iବାଂଲାଦେଶରେ ରହୁଥିବା ହିନ୍ଦୁ ମାନଙ୍କ ସୁରକ୍ଷା ଦାୟିତ୍ୱ ଭାରତ ସରକାର ବହନ କରନ୍ତୁ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପ୍ରତିନିଧିମାନେ ଦାବି କରିବା ସହ ଓଡିଶାର ବିଭିନ୍ନ ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସମ୍ପୂର୍ଣ ଭାବେ ରୋକାଯିବା ସହ ଓଡ଼ିଶାରେ ଛଦ୍ମବେଶୀ ଭାବେ ରହିଥିବା ବାଂଲାଦେଶୀମାନଙ୍କୁ ରାଜ୍ୟରୁ ବିଦା କରାଯାଉ ବୋଲି ମଧ୍ୟ ଦାବି କରାଯାଇଛି.

ଗଜପତି ପ୍ରଶାସନ 6 ଜଣ ନାବାଳିକାଙ୍କୁ ଉଦ୍ଧାର କରି ସେମାନଙ୍କ ଯତ୍ନ ଓ ସୁରକ୍ଷାର ଦାୟିତ୍ୱ ନେଲେ ପାରଳାଖେମୁଣ୍ଡି, 25/12(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ପ୍ରଶାସନ ଅତି ଦୟନୀୟ ଅବସ୍ଥାରେ ୬ ଜଣ ଶିଶୁ ରହୁଥ‌ିବା ଖବରପାଇ ସେମାନଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଦାୟିତ୍ୱରେ ଥିବା ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆର୍ ଉଦୟଗିରି ବ୍ଲକ ମହେନ୍ଦ୍ରଗିରି ଶକ୍ତି ସଦନର କର୍ମଚାରୀ ଶିଶୁଙ୍କୁ ଠାବ କରିଥିଲେ। ପରବର୍ତ୍ତୀ ସମଯରେ ଚାଇଲ୍ସ ହେଲ୍ପଲାଇନର ୨ ଜଣ କର୍ମଚାରୀ ଓ ୱାନଷ୍ଟପ୍ ସେଣ୍ଟରର ଜଣେ କର୍ମୀ ସେମାନଙ୍କ ନିକଟରେ ପହଞ୍ଚିଥିଲେ | ଉକ୍ତ ଶିଶୁ ମାନଙ୍କୁ ସେଠାରୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଇଥିଲେ I ଶିଶୁ ମାନଙ୍କର ବିଷୟରେ ସମସ୍ତ ବିଷୟ ଓ ଉଦ୍ଧାର କରିଥିବା କର୍ମଚାରୀଙ୍କ ଠାରୁ ଅବଗତ ହେଲା ପରେ ୬ ଜଣ ଶିଶୁମାନଙ୍କ ମଧ୍ୟରୁ ୩ ଜଣ ୨ ବର୍ଷରୁ କମ୍ ହୋଇଥିବାରୁ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରକୁ ଓ ଅନ୍ୟ ୩ ଜଣ ଶିଶୁଙ୍କୁ ଉକ୍ରଳ ବାଳାଶ୍ରମରେ ଥଇଥାନ କରାଯାଇଛି I ଉଦ୍ଧାର ହୋଇଥିବା ୬ ଜଣ ଶିଶୁମାନଙ୍କ ମଧ୍ୟରୁ ୪ ଜଣଶିଶୁ ରାମଗିରି ଅଞ୍ଚଳର | ସେମାନଙ୍କ ମଧ୍ୟରୁ ବାପା ମା’ଙ୍କୁ ଛାଡି ଅନ୍ୟତ୍ର ବିବାହ କରି ରହୁଛନ୍ତି I ମା’ ସେମାନଙ୍କର ଯତ୍ନ ସଠିକ୍ ଭାବେ ନେଇପାରୁନଥଲା । ଅନ୍ୟ ୨ ଶିଶୁ ମୋହନା ଅଞ୍ଚଳର ବୋଲି ଜଣାପଡିଛି | ଏହି ୬ଜଣପିଲାଙ୍କ ଯତ୍ନ, ସୁରକ୍ଷାଓ ଶିକ୍ଷାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ଦାୟିତ୍ୱ ନେଇଛି ବୋଲି ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି।

ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ପାରଳାଖେମୁଣ୍ଡି, 25/12(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ “ଆନ୍ତଃ ଗୁଣବତ୍ତା ଆଶ୍ୱସନା ପ୍ରକୋଷ୍ଠ” ଓ ବାଣିଜ୍ୟ ବିଭାଗର ସଂଯୁକ୍ତ ଆୟୋଜନରେ ““ବାଣିଜ୍ୟ, ପରିଚାଳନା ଓ ସମାଜରେ ସସ୍ଥାୟୀ, ସମାବେଶୀ ଓ ଡିଜିଟାଲ ରୂପାନ୍ତରଣ” ବିଷୟରେ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି. ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁଙ୍କ ସଭାପତିତ୍ବରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା. ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଏବଂ ମୁଖ୍ୟ ବକ୍ତା ଭାବେ ମେଘାଳୟର ନର୍ଥ ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟିର ବାଣିଜ୍ୟ ବିଭାଗର ପ୍ରଫେସର ନାଗରୀ ମୋହନ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଜିତେନ୍ଦ୍ର ନାଥ ପଟ୍ଟନାୟକ ଏବଂ ପୁନେର ଗ୍ଲୋବାଲ ବିଜିନେସ୍ ସ୍କୁଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ପ୍ରଫେସର ପ୍ରବୀର ଚନ୍ଦ୍ର ପାଢ଼ୀ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ I ଅତିଥିମାନେ ନିଜର ବକ୍ତବ୍ୟରେ ସାମ୍ପ୍ରତିକ ସମାଜରେ ଡିଜିଟାଲ ସଶକ୍ତିକରଣ ଓ ସନ୍ତୁଳିତ ବିକାଶର ଆବଶ୍ୟକତା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ I ସହ ଆବାହକ ପ୍ରଫେସର ଶିବ ପ୍ରସାଦ ସେଠୀ ଏବଂ ସମ୍ମିଳନୀର ସଙ୍ଗଠନ ସମ୍ପାଦକ ଡକ୍ଟର ସୁମନ୍ତ କୁମାର ବେହେରା ମଞ୍ଚାସୀନ ଥିଲେ I
ଦୁଇଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶର ବିଶିଷ୍ଟ ଶିକ୍ଷାବିଦ୍‌, ଗବେଷକ ଓ ବିଶେଷଜ୍ଞମାନେ ଯୋଗଦେଇ ନେତୃତ୍ୱ, ଆର୍ଥିକ ସମାବେଶ, ଫିନ୍‌ଟେକ୍‌, କୃତ୍ରିମ ବୁଦ୍ଧିମତା, ମହିଳା ସଶକ୍ତିକରଣ, ଏମ୍‌ଏସ୍‌ଏମ୍‌ଇ, ଇ-କମର୍ସ, ଜଳବାୟୁ ପରିବର୍ତ୍ତନ ଓ ଭାରତୀୟ ଜ୍ଞାନ ପରମ୍ପରା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପ୍ରବନ୍ଧ ପାଠ ଓ ଆଲୋଚନା କରିଥିଲେ l

Leave a Reply

Your email address will not be published. Required fields are marked *