Spread the love

ଯାଜପୁର ଜିଲ୍ଲା ୧୦/୩(ଦର୍ଶନ ସମୀକ୍ଷା) ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ହାଇ ସ୍କୁଲ ୨୦୦୩ ବର୍ଷ ମ୍ୟାଟ୍ରିକ ବିଆଚ୍ ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ସୂଚନଯୋଗ୍ୟ ଏହି ୨୦୦୩ ବର୍ଷ ଛାତ୍ର ଛାତ୍ରୀ ମାନେ ମ୍ୟାଟ୍ରିକ ପରୀକ୍ଷା ପାରେ ୨୦୦୮ମସିହାରେ ଏକ ବନ୍ଧୁମିଳନ କରିଥିଲେ। ଯାହାକି ୧୦୦ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ। ଏନେଇ ଆଜକୁ ପନ୍ଦର ବର୍ଷ ହେବ ବନ୍ଧୁମିଳନ ହୋଇନଥିଲା। କିଛି ଛାତ୍ର ଛାତ୍ରି ବନ୍ଧୁ ମାନେ ବାହାରେ ଚାକିରୀ କରୁଥିବାରୁ ଏବଂ ସେମାନେ ଛୁଟି ନାଥିବାରୁ ଆସିପରିନଥିଲେ। ଏହା ଯୋଗା ଯୋଗ ପରେ ୨୦୨୩ ମାର୍ଚ୍ଚ ମାସ ୧୦ତାରିଖ ଶୁକ୍ରବାର ଦିନ ଐତିହାସିକ ଅମରାବତୀ ମଠ ପରିସର ରେ ୧୧୦ ଛାତ୍ର ଛାତ୍ରୀ ରୁ ୩୦ ଜଣ ଛାତ୍ର ଓ ଛାତ୍ରୀ ନେଳିଆ ଗ୍ରାମର ଡାକ୍ତର ଅନିରୁଦ୍ଧ ଦାସ୍ ଓ ଛତିଆ ର ଯୁବ ସାମ୍ବାଦିକ ବେଦପ୍ରକାଶ ନାୟକ ଙ୍କ ପରିଚାଳନା କର୍ମେ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଏବଂ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ବହୁ ଆନନ୍ଦ ଉଲ୍ଲାସ ରେ ଶେଷ ହୋଇଥିଲା ଓ ଏନେଇ ଛତିଆ ହାଇ ସ୍କୁଲ ୨୦୦୩ ବର୍ଷ ଛାତ୍ର ଅନିମେଶ ନନ୍ଦ, ମହେନ୍ଦ୍ର ବିଶ୍ବାଳ, ଦୀପକ୍ ପଣ୍ଡା ମୁଖେଶ ତ୍ରିପାଠୀ, ଓ ଛାତ୍ରୀ ମାନଙ୍କ ମଧ୍ୟରୁ ସିଲସିଲା ସାହୁ , ଲକ୍ଷ୍ମୀପ୍ରିୟା ସାମନ୍ତରାୟ ଧନ୍ୟବାଦ୍ ସହ ଶୁଭେଚ୍ଛା ଜଣାଇଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed