Spread the love

ଶନିଦେବଙ୍କୁ ଜଳାଭିଷେକ କରୁକରୁ ଜଳରେ ବୁଡି ଜୀବନ ଗଲା !
ତିର୍ତ୍ତୋଲ :- ପବିତ୍ର ଅକ୍ଷୟ ତୃତୀୟା ର ପରେପରେ ଯେଉଁ ଶନିବାର ପଡେ, ସେଇଦିନ ଶନିଦେବ ମନ୍ଦିରରେ ଜଳାଭିଷେକ କରାଇବାକୁ ଆଗେଇ ଆସନ୍ତି ଶ୍ରଦ୍ଧାଳୁ ଭକ୍ତ !ଏହି ପରମ୍ପରା ମନୁଷ୍ୟକୃତ ଭାବେ ବେଶ କିଛି ବର୍ଷ ହେବ ଚାଲି ଆସୁଛି !ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତ ଅଧୀନ ତାସଙ୍ଗରା ବ୍ରହ୍ମପୁର ମହାନଦୀ କୁଳସ୍ଥ ଶନିଦେବ ଙ୍କ ମନ୍ଦିର ବେଢାରେ ଜଳାଭିଷେକ ନିମନ୍ତେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିଲା !କିଏ ଜାଣିଥିଲା ଭକ୍ତର ଭକ୍ତିରେ କଳଙ୍କ ଲାଗିଯିବ ବୋଲି ?ଯୋଉ ଜଳକୁ ଭକ୍ତିରେ କଳସ ପୂର୍ଣ୍ଣ କରି ଶନିଦେବ ଙ୍କ ମସ୍ତକରେ ଢାଳୁଥିଲା ସେଇ ଜଳରେ ବୁଡି ତାର ଜୀବନ ଚାଲିଯିବ ବୋଲି

!ଖବର ଅନୁସାରେ ବିଷନପୁର ପଞ୍ଚାୟତ ଅଧୀନ କୋଲଟା ଗ୍ରାମର ଆଲୋକ ସାମଲ ନିଜର ଦୁଇପୁଅ କାହ୍ନୁ ୧୨ବର୍ଷ ଓ ସାନୁ ୫ବର୍ଷ ଓ ସ୍ତ୍ରୀ ବିମଳା କୁ ନେଇ ଶନିଦେବ ଙ୍କ ମନ୍ଦିରକୁ ଜଳାଭିଷେକ କରିବାକୁ ଯାଇଥିଲେ !ମହାନଦୀ ରୁ ଜଳ ଉଠାଇ ଶନି ଙ୍କ ଠାରେ ଢାଳି ସାରିବା ପରେ ବାପା ଆଲୋକ ସାନପୁଅ ସାନୁକୁ ନେଇ ବଜାର ବୁଲାଉ ଥିବା ବେଳେ, ସ୍ତ୍ରୀ ବିମଳା ବଡପୁଅ କାହ୍ନୁ ସହିତ ନଦୀରେ ଗାଧୋଇବାକୁ ଯାଇଥିଲା ! ମାତ୍ର ବିଡମ୍ବନାର ବିଷୟ ଏହି ଯେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା କାହ୍ନୁ ଜଳରେ ବୁଡ଼ିଯାଇ ତଳେ ଲାଗିଯିବା କଥା କେହି ଜାଣି ପାରିଲେ ନାହିଁ !

ଶହ ଶହ ଲୋକ ଗାଧୋଉ ଥିଲେ, ନିଜ ମାଆ ବି ଥିଲା , ଉକ୍ତ ଉତ୍ସବରେ ପୋଲିସ ପ୍ରଶାସନ ବି ଥିଲେ ! ତଥାପି କାହ୍ନୁ ର ଜୀବନ କେହି ବଞ୍ଚେଇବାରେ ସକ୍ଷମ ହୋଇ ପାରିଲେନାହିଁ !ଆଲୋକ ସାନପୁଅ ସହିତ ଗାଧୁଆ ସ୍ଥାନକୁ ଫେରି ଆସି ଯେତେବେଳେ କାହ୍ନୁ କୁ ଖୋଜିଲା, ସେତେବେଳେ ଗାଧୋଉଥିବା ଲୋକେ ଜଳ ଭିତରୁ ତାର ଅଚେତ ଶରୀରକୁ ବାହାର କରିଥିଲେ !ପେଟ ଭିତରୁ ଜଳ ବାହାର କରିବାକୁ ପ୍ରୟାସ କରିଥିଲେ ବି ସୁଫଳ ମିଳିନଥିଲା ! ସେଠାରୁ ମଣିଜଙ୍ଗା ଗୋଷ୍ଟୀସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଯାଇଥିଲେ !ସେଠାରେ କାହ୍ନୁ କୁ ଡକ୍ଟର ମୃତ ବୋଲି ଘୋଷଣା କରି ନିକଟସ୍ଥ ତିର୍ତ୍ତୋଲ ଥାନାକୁ ଅବଗତ କରାଇବାରୁ ଥାନାଧିକାରୀ ମୃତ କାହ୍ନୁ କୁ ଡାକ୍ତରୀମାଇନା କରାଇବାକୁ ଜଗତସିଂହପୁର ମେଡିକାଲକୁ ପଠେଇ ଦେଇଛି !ପୁଅକୁ ହରେଇ ବାପା ମାଆ ପାଗଳପ୍ରାୟ କାନ୍ଦୁଛନ୍ତି !ସର୍ବତ୍ର ଚର୍ଚ୍ଚା ହେଉଛି ଯେ ଯୋଉ ଉତ୍ସବରେ ଜୀବନ ପ୍ରତି ସୁରକ୍ଷା ନାହିଁ ସେ ଉତ୍ସବ ଚାଲୁଛି କେମିତି

ଜିଲ୍ଲାପାଳ ତଥା ପ୍ରଶାସନ ଏ ବିଷୟରେ ସଚେତନ ରହିବା ଉଚିତ !ପ୍ରତିବର୍ଷ ଏପରି ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଜଳ ଉଠାଇବା ସ୍ଥାନ ସୁରକ୍ଷିତ କି ନାହିଁ ଅଗ୍ନିଶମ ବିଭାଗ ଦ୍ୱାରା ନିର୍ଧାରଣ କରାଯିବା ଉଚିତ !କିନ୍ତୁ ବିଡମ୍ବନାର ବିଷୟ ଏହି ଯେ ପୋଲିସ କର୍ମୀ ଉପସ୍ଥିତ ଥିଲେ ବି ଅଗ୍ନିଶମ ବାହିନୀ ଙ୍କ ଅନୁପସ୍ଥିତ ରହିବା ଦୁଃଖ ଆଉ ପରିତାପର ବିଷୟ ପାଲଟିଛି !ହୁଏତ କାହ୍ନୁ ର ଜୀବନ ଉଦ୍ଧାର ହୋଇ ପାରିଥାନ୍ତା ଯେବେ ଅଗ୍ନିଶମ ବିଭାଗ ଉପସ୍ଥିତ ଥାନ୍ତା ! କିନ୍ତୁ ଶନିମନ୍ଦିର କମିଟି ଏ ଦିଗରେ ଚରମ ଅବହେଳା କରିଥିବାର ମଧ୍ୟ ଚର୍ଚ୍ଚା ହେଉଛି !ତେଣୁ କାହ୍ଣୁର ମୃତ୍ୟୁ ପାଇଁ ଶନିମନ୍ଦିର କମିଟି, ଓ ପ୍ରଶାସନିକ ଅବହେଳା ଦାୟୀ ବୋଲି ସ୍ଥାନୀୟ ବାସିନ୍ଦା ଦାବୀ କରୁଥିବା ବେଳେ ଏପରି ଅନୁଷ୍ଠାନ କୁ ପ୍ରଶାସନିକ ନଜର ରେ ରଖିବା ଆବଶ୍ୟକ ପଡ଼ିଲାଣି

Leave a Reply

Your email address will not be published. Required fields are marked *