Spread the love

ପୁଣି ଥରିଲା ଆଫଗାନିସ୍ତାନ। ଶୁକ୍ରବାର ସକାଳେ ଆଫଗାନିସ୍ତାନର ଫୌଜାବାଦରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।

ଏହାପୂର୍ବରୁ ମାର୍ଚ୍ଚ ୯ରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା ୪.୭ ମାପ କରାଯାଇଥିଲା। ଏହି ସମୟରେ ମଧ୍ୟ କାହାରି କିଛି କ୍ଷତି ହୋଇ ନ ଥିଲା।

Related Post

Leave a Reply

Your email address will not be published. Required fields are marked *

You Missed