Spread the love

ସାଲେପୁର ବିଧାନ ସଭା ଆସନ ପାଇଁ ବାମପନ୍ଥୀ ନେତା ବଦ୍ରୀ ନାରାୟଣ ଦାଶଙ୍କର ପ୍ରାର୍ଥୀପତ୍ର ଦାଖଲ
କଟକ ତା ୮।୫।୨୦୨୪ : ସି ପି ଆଇ ଓ ସି ପି ଆଇ ଏମ୍ ଏଲ୍ ସମର୍ଥିତ ସି ପି ଆଇ ଏମ୍ ପ୍ରାର୍ଥୀ ବଦ୍ରୀ ନାରାୟଣ ଦାଶ ସାଲେପୁର ବିଧାନ ସଭା ଆସନ ପାଇଁ ଆଜି ମନୋନୟନ ପତ୍ର ଦାଖଲ କରିଛନ୍ତି।
ବରିଷ୍ଠ ବାମପନ୍ଥୀ ନେତା ପୀତାମ୍ବର ଲେଙ୍କା ପ୍ରସ୍ତାବକ ଥାଇ ଦାଖଲ କରାଯାଇଥିବା ଏହି ମନୋନୟନ ପତ୍ର ଦାଖଲ ଉପଲକ୍ଷେ ରୁରାଲ୍ ଏସ୍ ପି ଅଫିସ୍ ସମ୍ମୁଖରୁ ଶତାଧିକ କର୍ମୀଙ୍କ ସହ ପଟୁଆରରେ ଯାଇ ବଦ୍ରୀ ନାରାୟଣ ଦାଶ ରିଟର୍ଣିଙ୍ଗ୍ ଅଫିସରଙ୍କୁ ମନୋନୟନ ପତ୍ର ଦାଖଲ କରିବା ଅବସରରେ ଗଣ ମାଧ୍ୟମକୁ ସାକ୍ଷାତକାର ଦେଇ କହିଲେ ଯେ ମୋଦୀଙ୍କର ୧୦ବର୍ଷର କଳା ଶାସନ ଏବଂ ନବୀନଙ୍କର ୨୫ବର୍ଷର ଅପ ଶାସନର ଅନ୍ତ ଘଟାଇବା ଆଜି ପ୍ରତ୍ୟେକ ଦେଶପ୍ରେମୀ ଲୋକଙ୍କର ପରମ କର୍ତ୍ତବ୍ୟ ହୋଇ ପଡ଼ିଛି।

ସେଥି ସହିତ ସାଧାରଣ ଗରିବ ଗୁରୁବାଙ୍କର ଦାବୀ ସପକ୍ଷରେ ବିଧାନ ସଭାରେ ଶାଣିତ ସ୍ବରକୁ ପ୍ରଖର କରିବା ପାଇଁଁ ସେ ଏହି ସଂଗ୍ରାମରେ ଅବତୀର୍ଣ୍ଣ ହୋଇଛନ୍ତି। ସମଗ୍ର ନିର୍ବାଚନ ମଣ୍ଡଳୀରେ ସାଧାରଣ ଲୋକେ ତାଙ୍କୁ ଅକୁଣ୍ଠ ସମର୍ଥନ ଜଣାଉଛନ୍ତି। ଏହି ମନୋନୟନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ସି ପି ଆଇ ଏମ୍ ର ରାଜ୍ୟ ନେତ୍ରୀ ପୁଷ୍ପା ଦାଶ, ସି ପି ଆଇ ର ନେତା ବିନୋଦ ବେହେରା, ଅମରେନ୍ଦୁ ମହାନ୍ତି, ପ୍ରସନ୍ନ ଦାସ, ଉଦୟ କେଶରୀ ବର୍ମା,କିଶୋର ଜେନା, ସି ପି ଆଇ ଏମ୍ ଏଲ୍ ନେତା କେଶବ ଷଡ଼ଙ୍ଗୀ ଏବଂ ସି ପି ଏମ୍ ର ବରିଷ୍ଠ ନେତା ରବିନାରାୟଣ ମଲ୍ଲିକ୍, ବିଷ୍ଣୁ ବେହେରା, ପ୍ରତାପ ମହାପାତ୍ର, ଇଞ୍ଜିନିୟର ମନମୋହନ ପତି, ଅଭୟ ସ୍ବାଇଁ, ଚନ୍ଦ୍ରକାନ୍ତ ବେହେରା, ଡମ୍ବରୁଧର ସାହୁ, ରମେଶ ବେହେରା, ରଶ୍ମୀ ରଞ୍ଜନ ତ୍ରିପାଠୀ, ମହେନ୍ଦ୍ର ବେହେରା, ଚନ୍ଦ୍ର ମୋହନ ହେମ୍ବ୍ରମ, ଜୟନ୍ତୀ ଗାଗରାଇ, ମୁକୁନ୍ଦ କୁଇଙ୍କାଲ, ଜୟ କିଶୋର ପ୍ରସାଦ ସିଂ, ବିପିନ ରାଉତ ଓ ପର୍ଶୁରାମ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ।

ଏଥି ସହିତ ଉପସ୍ଥିତ ଥିଲେ
କଟକ ମୋଟର କର୍ମଚାରୀ ଇଉନିଅନ୍ ତରଫରୁ ସଂପାଦକ ଶିଶିର ଲେଙ୍କା, କୋଷାଧ୍ୟକ୍ଷ ବିଭୂତି ରାଉତ, ଉପସଭାପତି ଗଗନ ପରିଡ଼ା, ଚକ୍ରବର୍ତ୍ତୀ ଓତା ପ୍ରମୁଖ ଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ପରିବହନ କର୍ମଚାରୀ ବଦ୍ରି ନାରାୟଣ ଦାଶ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed