Spread the love

ହୁଏତ ମୋ ସହିତ ଅନେକ ବ୍ୟକ୍ତି ସହମତି ହୋଇ ନ ପାରାନ୍ତି ।କିନ୍ତୁ ସୁଚେଇ ଦେବାରେ ଅବହେଳା ନକରିବାର ପ୍ରୟାସ କରୁଛି ।ମନକୁ ହାଲକା କରିବାର ପ୍ରୟାସ । ଏବେ ବି ସମୟ ଅଛି ସୁଧରି ଯିବା ପାଇଁ ।

ମନରେ ଅନେକ ପ୍ରଶ୍ନ ଆସିଥାଏ ।ପ୍ରଭୁଙ୍କ ନାମ ଜପିବାର ପ୍ରକୃତ ବୟସ କଣ ? ଛୋଟ ପିଲାଙ୍କୁ ପଚାରିଲେ ଉତ୍ତର ମିଳିବ ବାପା ମା ପଢିବାକୁ କହୁଛନ୍ତି । ଜପିଲେ ପାଠ ପଢା ଖରାପ୍ ହେବ । ବୁଢ଼ା ହେଲେ ଜପିବୁ।

ଯଦି ଜଣେ ଯୁବକକୁ ପଚରାଯାଏ ଉତ୍ତର ଆସିବ,ଏବେ ମସ୍ତି କରିବାର ବୟସ । ଜପିବାର ନୁହେଁ। ବୁଢ଼ା ହେଲେ ଜପିବି ।

ବୟସ୍କ ବ୍ୟକ୍ତିଙ୍କୁ ପଚାରିଲେ ଉତ୍ତର ମିଳିବ ପରିବାର ଜଞ୍ଜାଳ ଛାଡ଼ି ନାମ ଜପିବାରେ ଆବଶ୍ୟକତା ନାହିଁ । ବୁଢ଼ା ହେଲେ ଜପିବି ।

ବାର୍ଦ୍ଧକ୍ୟ ସମୟକୁ ସମସ୍ତଙ୍କର ଅପେକ୍ଷା । ବାପା ମା ବି ପିଲାଙ୍କ କଥାରେ ସହମତି ପ୍ରଦାନ କରନ୍ତି । ପଢ଼ିବା ସମୟ ।ଏବେ ମାଳା ଜପିବା କଣ ଦରକାର ? ମନରେ ପ୍ରଶ୍ନ ଆସୁଛି , ପରୀକ୍ଷା ପୂର୍ବରୁ ପଢ଼ିବା କଣ ଦରକାର ? କାହିଁକି ପ୍ରସ୍ତୁତି କରୁଛନ୍ତି ? ସେମିତି ଜୀବନର ସବୁଠାରୁ କଠିନ ପରୀକ୍ଷା ମୃତ୍ୟୁର ସମୟ ।ସେଥିପାଇଁ ପ୍ରସ୍ତୁତି କରିବା ଆବଶ୍ୟକ। କାରଣ ସେ କଠିନ ପ୍ରଶ୍ନର ଉତ୍ତର କୌଣସି ଶିକ୍ଷକ ପାଖରେ ନାହିଁ । ସେ ଉତ୍ତର କେବଳ ଆପଣଙ୍କ ପାଖରେ ।

ବାର୍ଦ୍ଧକ୍ୟକୁ ଅପେକ୍ଷା କରି ଲାଭ କଣ ? କିଏ ଜାଣେ ଆପଣଙ୍କ ଭାଗ୍ୟରେ ବାର୍ଦ୍ଧକ୍ୟ ସମୟ ଆସି ନପାରେ । ଏମିତି ପରିସ୍ଥିତିରେ ଆପଣ ବୁଢ଼ା ବୟସ ଦେଖି ପାରିବେ ନା ପ୍ରଭୁଙ୍କ ନାମ ଜପ କରି ପାରିବେ ? ଅମୂଲ୍ୟ ସମୟ ହାତ ଛଡା ହୋଇ ଯାଏ । ଯମରାଜ୍ କଲିଁ ବେଲ୍ ବଜେଇ ଆସି ନ ଥାନ୍ତି । କଞ୍ଚା ବୟସରେ ଦର୍ଶନ ବି ଦେଇ ପାରେ ।ତେଣୁ ବାର୍ଦ୍ଧକ୍ୟ ବୟସ ପର୍ଯ୍ୟନ୍ତ ଅପେକ୍ଷା ନକରି ପ୍ରଭୁଙ୍କ ଚରଣରେ ସମର୍ପଣ କରି ନିଅନ୍ତୁ।
ପ୍ରଥମ ଚିତ୍ରରେ କର୍ମବୀର ଭାରତ ମାତାର ସୈନିକ ନିଜର ମାତୃଭୂମି ରକ୍ଷା କର୍ତ୍ତବ୍ୟ ସହିତ ମହାମନ୍ତ୍ର ଜପ କରିଥାନ୍ତି। ସେ ଚାହିଁଲେ ଅବସର ପରେ ଜପି ପାରିବେ ।କିନ୍ତୁ ସେ ଜୀବନର ଅର୍ଥକୁ ଠିକରେ ବୁଝି ପାରିଛନ୍ତି । ହରିନାମ୍ ଜପିବା ବୟସ ନିର୍ଘଣ୍ଟ ନଥାଏ ।ପ୍ରତି ମୁହୂର୍ତ୍ତରେ ସୁଯୋଗ ଭଗବାନ୍ ଦିଅନ୍ତି ।ସେ ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ ।

ଦ୍ୱିତୀୟ ଚିତ୍ରରେ ଏ କୋମଳ ମତି ଶିଶୁକୁ ଦେଖନ୍ତୁ । ବାର୍ଦ୍ଧକ୍ୟ ବୟସକୁ ଅପେକ୍ଷା କରିବା କଣ ଦରକାର । କହିବାର ତାତ୍ପର୍ଯ୍ୟ ହରିନାମ ଜପିବାର ବୟସ ନିର୍ଘଣ୍ଟ ନଥାଏ । ଜନ୍ମ ପର ଦିନଠାରୁ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ।କାରଣ ଏହା ହିଁ ଧ୍ରୁବ ସତ୍ୟ ।ସେଥିପାଇଁ ଜନ୍ମ ପରେ ସତ୍ୟ ନାରାୟଣ ପୂଜା ଆରମ୍ଭ ହୁଏ ।କାହିଁକି ବାର୍ଦ୍ଧକ୍ୟ ବୟସ ଯାଏ ଅପେକ୍ଷା କରନ୍ତୁ ସତ୍ୟ ନାରାୟଣ ପୂଜା ପାଇଁ ।୨୧ ଦିନ ପରେ ପୂଜା ପାଠ କରି ନାମ କରଣ ନକରି ବାର୍ଦ୍ଧକ୍ୟ ଯାଏ ଅପେକ୍ଷା କରନ୍ତୁ । ଜନ୍ମ ହେବା ପିଲାଟି ଭକ୍ତି ବିଷୟରେ କିଛି ଜାଣି ନଥାଏ । ସେ ସମୟରେ ଦୀର୍ଘ ଆୟୁ ପାଇଁ ବାପା ମା ଅନେକ ବ୍ୟବସ୍ଥା ଓ ଖର୍ଚ୍ଚ କରନ୍ତି ।କିନ୍ତୁ ଯେତେବେଳେ ପିଲାଟି ଦୁନିଆ ବିଷୟରେ ଜାଣି ବାକୁ ଚେଷ୍ଟା କରେ ତାକୁ ପାଠ ବହି ଭିତରେ ଜବରଦସ୍ତ ବ୍ୟସ୍ତ କରାଇ ପ୍ରଭୁଙ୍କ ନାମରୁ ଦୂରେଇ ରଖନ୍ତି ।୨୪ ଘଣ୍ଟା ମୋବାଇଲ ଧରିବାରେ ଅସୁବିଧା ନାହିଁ ।କିନ୍ତୁ ମାତ୍ର ୩୦ ମିନିଟ୍ ନାମ ଜପିବାରେ ସମୟ ଖରାପ୍ ହେବାର ଭୟ ଦେଖାଇ ପିଲାଙ୍କର ଜୀବନକୁ ଅନ୍ଧକାର ଭିତରକୁ ଠେଲି ଦେଉଛନ୍ତି ।ଏଥିପାଇଁ ଦୋଷୀ କୋମଳ ମତି ଶିଶୁ ନୁହେଁ ।ଦୋଷୀ କେବଳ ଜନ୍ମ ଦେଇଥିବା ବାପା ଓ ମା ମାନେ ।ଏମିତି ଭୁଲ୍ ଚିନ୍ତାଧାରାର ଶିକାର ପିଲାଙ୍କୁ ନକରି ଆଧ୍ୟାତ୍ମିକ ମାର୍ଗରେ ମାର୍ଗ ଦର୍ଶକ ବନନ୍ତୁ । ଜୟ ଶ୍ରୀକୃଷ୍ଣ

ଜୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ !
ଶ୍ରୀ ଅଦୈତ୍ ଗଦାଧର ଶ୍ରିବାସାଦି ଗୌର ଭକ୍ତ ବୃନ୍ଦ ।
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ !
ହରେରାମ ହରେରାମ ରାମ ରାମ ହରେ ହରେ !

🙏🙏

Leave a Reply

Your email address will not be published. Required fields are marked *