ଲୁହାପଥର ବୋଝେଇ ଟ୍ରକ୍ ଜବତ୍, ଦୌଡ଼ି ପଳାଇଲେ ମାଫିଆ
ଦର୍ଶନ ସମୀକ୍ଷା , ବଡ଼ବିଲ
ତା-05-12-2025
ସଂରକ୍ଷିତ ଜଙ୍ଗଲରୁ ଚୋରା ଲୁହାପଥର ବୋଝେଇ ଟ୍ରକ୍ ଜବତ୍ । ବଡ଼ବିଲ ରେଞ୍ଜ ଠାକୁରାଣୀ ସଂରକ୍ଷିତ ଜଙ୍ଗଲ କଳାପାହାଡ଼ ନିକଟରେ ଖଣିଜ ମାଫିଆମାନେ ଟ୍ରକ୍ ଲଗାଇ ଲୁହା ପଥର ବୋଝେଇ କରୁଥିବାନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାପରେ ଅଚାନକ ଚଢାଉ କରିଥିଲା ବନ ବିଭାଗ । ବଡ଼ବିଲ ରେଞ୍ଜର ସଞ୍ଜୀବ କୁମାର ରାଉତଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିଲା । ତେବେ ବନ କର୍ମଚାରୀଙ୍କୁ ଦେଖି ଖଣିଜ ମାଫିଆ ଏବଂ ଟ୍ରକ୍ ଡ୍ରାଇଭର ଟ୍ରକକୁ ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଲାଇଥିଲେ ।
ସଂପୃକ୍ତ ଟ୍ରକକୁ ଜବତ୍ କରି ଅଭିଯୁକ୍ତମାନଙ୍କୁ ଧରିବାପାଇଁ ବନ ବିଭାଗ ଚେଷ୍ଟା ଚଳାଇଛି ।












Leave a Reply