ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୩୪ ତମ ବାଲ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି

Spread the love

କୋରୁକୋଣ୍ଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ୧୨୫
ପ୍ରକଳ୍ପ ପ୍ରଦର୍ଶିତ
ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନୀତ ହେଲା ୭ ଟି ପ୍ରକଳ୍ପ

ମାଲକାନଗିରି: ଦର୍ଶନ ସମୀକ୍ଷା ମନୋଜ ଦେବ ପାଙ୍ଗି
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତଥା ଗୋଷ୍ଠୀ ଶିକ୍ଷାଧିକାରୀ ଅସିତ କୁମାର ମିସ୍ତ୍ରୀଙ୍କ ନେତୃତ୍ୱରେ ମଙ୍ଗଳବାର ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୩୪ ତମ ବାଲ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନିମନ୍ତେ ଆୟୋଜିତ ହୋଇଥିବା ଉଦଘାଟନୀ ସଭାରେ ମୂଖ୍ୟ ଅତିଥିଭାବେ ବାଲିମେଳା ଏନଏସିର ନଗରପାଳ ପ୍ରଦୀପ କୁମାର ନାୟକ,ମୂଖ୍ୟ ବକ୍ତା ଭାବେ ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଆଧିକାରୀ ପ୍ରଦୋଷ ପ୍ରଧାନ,ସମ୍ମାନିତ ଅତିଥି ଭାବେ ମାଲକାନଗିରି ବିଧାୟକ ପ୍ରତିନିଧି ମୁୟା ମାଡକାମୀ,
କୋରୁକୋଣ୍ଡା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅରୁଣ କୁମାର ରାୟ,ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର,ବାଲିମେଳା ଏନଏସିର କାଉନସିଲର ମନୋଜ ଦେବ ପାଙ୍ଗି,ଏମଭି -୨୭ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ନାୟକ ପ୍ରମୁଖ ଯୋଗଦେଇ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନକରି ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀର ଶୁଭ ଉଦଘାଟନ କରିଥିଲେ।ତେବେ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନସ୍ତ ମୋଟ ୧୪ଟି ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୨୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଭାଗ ଦ୍ୱାରା ସ୍ଥିର କରାଯାଇଥିବା ମୋଟ ୭ ଟି ଥିମ ଉପରେ ଆଧାରିତ ସମସ୍ତ ପ୍ରକଳ୍ପ ଗୁଡିକୁ ଜର୍ଜ ଭାବେଜଗନ୍ନାଥ ପାଲ୍ଲୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଅଜୟ କୁମାର ସ୍ୱାଇଁ ଏବଂ ଚିତ୍ରକୋଣ୍ଡା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବସନ୍ତ କୁମାର ପ୍ରଧାନଙ୍କ ପ୍ରତିଟି ଥିମରୁ ଗୋଟିଏ ଲେଖାଏଁ ମୋଟ ୭ ଟି ପ୍ରକଳ୍ପକୁ ଆଗାମୀ ଦିନରେ ଜିଲ୍ଲାରେ ହେବାକୁଥିବା ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ପାଇଁ ଚୟନ କରାଯାଇଛି। ଅପରାହ୍ନ ୪ ଟା ସମୟରେ ଏହି ପ୍ରକଳ୍ପ ପ୍ରଦର୍ଶନୀର ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅସିତ କୁମାର ମିସ୍ତ୍ରୀ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ କୁମାର ସାହୁ, ମୂଖ୍ୟ ବକ୍ତା ଭାବେ କୋରୁକୋଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅକ୍ଷୟ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶୀଳା ହିଆଲ, ସ୍କୁଲ ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଶିବଦତ୍ତ ସାହୁ, ରବିରଶ୍ମି ଗୁରୁ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନୀରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ବିଦ୍ୟାଳୟର କୃତି ଛାତ୍ରୀ ଛାତ୍ର ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ସିଲ ଓ କପ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା।ବରିଷ୍ଠ ଶିକ୍ଷକ ସତ୍ୟ ନାରାୟଣ ଦେ, ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ, ଯତୀନ୍ଦ୍ର କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ବେହେରା, ଶେଷଦେବ ପ୍ରଧାନ,
ପୀତବାସ ପ୍ରଧାନ,କଳ୍ପତରୁ ନାୟକ, ଶିଶିର ବିଶ୍ୱାଳ,କାର୍ତ୍ତିକ ପଣ୍ଡା,
ପ୍ରଭାତ ପରିଡା,ଭଗବାନ ସାହୁ,
ସୁଜିତ ଗିରୀଙ୍କ ସମେତ ବିଭିନ୍ନ ବିଦ୍ୟାଳର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସିଆରସିସି,ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *