Spread the love

:ପଥର ଘରକୁ ଆୟୁଷ ନିଅଣ୍ଟ ଉଆସ କାହିଁକି କରିବି, ଶରଧା ବାଲିକୁ ମୋ ପାପ ନିଅଣ୍ଟ ଚାରିଧାମ କାହିଁ କରିବି,

ଯତ୍ରୋପରମତେ ଚିତ୍ତଂ ନିରୁଦ୍ଧଂ ଯୋଗସେବୟା।
ଯତ୍ର ଚୈବାତ୍ମନାତ୍ମାନଂ ପଶ୍ୟନ୍ନାତ୍ମନି ତୁଷ୍ୟତି।

ମାୟିକ କର୍ମରୁ ନିବୃତ୍ତ ମନ, ଯେତେବେଳେ ଯୋଗାଭ୍ୟାସ ଦ୍ୱାରା ସ୍ଥିର ହୋଇଯାଏ, ସେତେବେଳେ ଯୋଗୀ ତା’ର ବିଶୁଦ୍ଧ ଅନ୍ତଃକରଣରେ ଆତ୍ମାର ଦର୍ଶନ କରି ଆତ୍ମାନନ୍ଦରେ ବିଭୋର ହୋଇଯାଏ।

. ବାଖ୍ୟା

ଧ୍ୟାନର ବିଧି ଏବଂ ତା’ର ଚରମ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତା’ର ଫଳ ବିଷୟରେ ଆଲୋଚନା କରୁଛନ୍ତି । ମନ ଶୁଦ୍ଧ ହୋଇଯିବା ପରେ ବ୍ୟକ୍ତି ନିଜକୁ ଶରୀର, ମନ ଓ ବୁଦ୍ଧିଠାରୁ ପୃଥକ ଉପଲବ୍ଧି କରିଥାଏ । ଉଦାହରଣ ସ୍ୱରୂପ, ଯଦି ଗୋଟିଏ ଗ୍ଲାସ୍‌ରେ ଗୋଳିଆ ପାଣି ଥାଏ, ଆମେ ତାହା ମଧ୍ୟଦେଇ କିଛି ଦେଖିପାରିବା ନାହିଁ । କିନ୍ତୁ ଯଦି ଆମେ ସେଥିରେ କିଛି ଫିିଟିକିରି ମିଶାଇ ଦେବା, ତେବେ କାଦୁଅ ତଳକୁ ବସିଯିବ ଏବଂ ପାଣି ସ୍ୱଚ୍ଛ ହୋଇଯିବ । ସେହିପରି, ମନ ଅସ୍ୱଚ୍ଛ ରହିଥିବା ଯାଏଁ ଆତ୍ମାର ଉପଲବ୍ଧି ଅସ୍ପଷ୍ଟ ରହିବ ଏବଂ ଆତ୍ମା ସମ୍ବନ୍ଧୀୟ ସମସ୍ତ ଶାସ୍ତ୍ରଜ୍ଞାନ କେବଳ ଶାବ୍ଦିକ ଜ୍ଞାନରେ ସୀମିତ ରହିବ । କିନ୍ତୁ ମନ ଯେତେବେଳେ ଶୁଦ୍ଧ ହୋଇଯାଏ, ଆତ୍ମାକୁ ଅନୁଭବ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଉପଲବ୍ଧି କରିହୁଏ।

ଅଗ୍ନି ଧ୍ବଂସ କରେ ଘରଦ୍ବାର ସିନା
କ୍ରୋଧ ଧ୍ବଂସ କରେ ଶାନ୍ତି,
ବିଷ ଧ୍ବଂସ କରେ ଶରୀର ଜୀବନ
ହିଂସା ଧ୍ବଂସ କରେ ପ୍ରୀତି ।

ତାଙ୍କ ପାଇଁ ସକାଳ ହୋଇନଥାଏ ଯିଏ ଜୀବନରେ କିଛି ପାଇବାର ଆଶା ଛାଡିଦେଇଛି, ସକାଳ ତାଙ୍କ ପାଇଁ ହୋଇନଥାଏ ଯିଏ ବାରମ୍ବାର ପରାଜୟ ପରେ ବି କିଛି ପାଇବାର ଆଶା ରଖିଥାଏ ।

ଯଦି ଶାନ୍ତି ପାଇଁ ଇଛା କରନ୍ତି ପ୍ରଥମେ ଇଛା ଟାକୁ ଶାନ୍ତ କରନ୍ତୁ କାରଣ ଇଛା ପୁରଣ ନହେଲେ କ୍ରୋଧ ବଢ଼ିଥାଏ ।

ଠକେଇବାପାଇଁ 1st April ର ପ୍ରୟୋଜନ ପଡ଼େ ନାହିଁ, କାହାକୁ ନିଜର ଭାବି ଅନ୍ଧ ପରି ବିଶ୍ବାସ କର…..
ସାରା ଜୀବନ 1st April ଭୁଲିଯିବେ ….।

        


ପୃଥିବୀରେ ସବୁଠୁ ନିଷ୍ଟୁର ସେହି ଲୋକ ଯିଏ ଆବଶ୍ୟକତା ପାଇଁ କହାକୁ ବ୍ୟବହାର କରେ….

ଆଉ

ଆବଶ୍ୟକତା ପୁରଣ ହୋଇଗଲେ ତାକୁ ଦୂରେଇ ଦିଏ….

     

Leave a Reply

Your email address will not be published. Required fields are marked *