ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ଜବାହରଲାଲ ନବଦେୟ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି-ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)

Spread the love

ନବଦେୟ ବିଦ୍ୟାଳୟରେ ପଞ୍ଚାୟତ କାର୍ଯ୍ୟକ୍ରମ

ମାଲକାନଗିରି : ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ଜବାହରଲାଲ ନବଦେୟ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଆର. ରାମୁଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ପଞ୍ଚାୟତ ସ୍ତରୀୟ ମଡେଲ ଯୁବ ଗ୍ରାମ ସଭା ଆୟୋଜନ କରାଯାଇଥିଲା।ମୁଖ୍ୟ ଅତିଥି ଭାବରେ କୋରୁକୋଣ୍ଡା ବ୍ଲକ ନିଲାକାମ୍ବରୁ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର ଖିଲ ଯୋଗ ଦେଇଥିଲେ।ପିଲାମାନେ ଅବିକଳ ପଞ୍ଚାୟତ ଗ୍ରାମ ସଭା କରିଥିଲେ।ଯେଉଁଠି ସରପଞ୍ଚ, ସମ୍ପାଦକ, ଡାଟା ଏଣ୍ଟ୍ରି ଅପରଟେର, ସମିତି ସଭ୍ୟ ଭାବରେ ଆସନ ବସି ବିଭିନ୍ନ ଗ୍ରାମରେ ଥିବା ସମସ୍ୟା,ଉନ୍ନୟନ କାର୍ଯ୍ୟ ନିମନ୍ତେ ଉପସ୍ଥାପନ କରିଥିଲେ।ସରପଞ୍ଚଙ୍କ ଅନୁରୋଧ କ୍ରମେ କିଛି ଉନ୍ନୟନ କାର୍ଯ୍ୟ କରିବା ନିମନ୍ତେ ସମସ୍ତ ସଭ୍ୟ ମାନଙ୍କ ସହମତିରେ ଅନୁମୋଦନ ହୋଇଥିଲା।ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମସ୍ତେ ପାଇପାରିବେ ସେ ନେଇ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ ମାନେ ଗ୍ରାମ ସଭା ଭାଗ ନେଇଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ କବିରାଜ ସେଠୀ ପରିଚାଳନା କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *