Spread the love

**ଥରେ ଜଣେ ପ୍ରସିଦ୍ଧ ଦାର୍ଶନିକ (ସେକ୍ସପିର) କହିଥଲେ ମୁଁ ବୃଥାରେ ସମୟ ନଷ୍ଟ କରିଦେଇଥିଲି, ଆଜି ସମୟ ମୋତେ ନଷ୍ଟ କରିଦେଇଛି,,ଠିକ ସେଇ କଥାର ଅର୍ଥ ଆମେ ଆଜି ଏକ ସତ୍ୟ କାହାଣୀ ରେ ନେଇପାରିବା, କିପରି ଜଣେ ସାଧାରଣ ସାମ୍ବାଦିକଙ୍କୁ ଦିନେ ଆମେରିକା ର ବଡ଼ ବଡ଼ ମିଡ଼ିଆ ହାଉସ ର ମାଲିକ ମାନେ ଭେଟିବାକୁ ଚାହିଁଥିଲେ, କିନ୍ତୁ ସେ ସେମାନଙ୍କ ସାଙ୍ଗରେ ମିଶିବାକୁ ଚାହିଁଲେ ନାହିଁ, ତାର କାରଣ ଆମେ ଆମେରିକା ର ଏକ କାହାଣୀ ଭିତରକୁ ଯିବାକୁ ପଡିବ, ଘଟଣା 5 ଅଗଷ୍ଟ 1962 ମସିହାରେ ଥରେ ଆମେରିକା ର ଲସ ଆଞ୍ଜେଲସ ରେ ଏକ ସଂଗୀତ କନ୍ସର୍ଟ ହେଉଥାଏ, ହଟାତ କନ୍ସର୍ଟ ଚାଲୁଥିଲା ବେଳେ ଏକ ଦୁଃଖ ଭରା ଗୀତ ଚାଲିଲା,, ଦର୍ଶକ ଆଶ୍ଚର୍ଯ୍ୟ ହେଲେ କିଏ ସ୍ୱର୍ଗବାସ ହେଇଗଲା ବୋଧେ,, ପ୍ରକୁର୍ତ୍ତରେ ସେଇଟା ହେଇଥିଲା ସେଦିନ,, ଆମେରିକା ର ପ୍ରସିଦ୍ଧ ସିନେମା ହିରୋଇନ (ମାର୍ଲିନ ମୋଁରେ ) ଙ୍କ ଦେହାନ୍ତ ଖବର ଟି ଆସି ପଂହଁଚି ଥିଲା କାର୍ଯ୍ୟକ୍ରମ ରେ,, ମାର୍ଲିନ ହେଉଛନ୍ତି ପ୍ରସିଦ୍ଧ ସିନେ କଳାକାର,,36 ବର୍ଷ ବୟସରେ କାହିଁକି ଓ କେମିତି ମୁର୍ତ୍ତୃ ହେଲା,, ମାର୍ଲିନ ଙ୍କ ବାପା ମା କିଏ କେହି ଜାଣିନଥିଲେ ଏପରିକି ସିଏ ନିଜେ ବି ଜାଣିନଥିଲେ,, କିନ୍ତୁ ସେ ଜୀବନରେ ତିନୋଟି ବାହା ହେଇଥିଲେ, କିନ୍ତୁ ସମସ୍ତ ଛାଡ଼ପତ୍ର ହେଇଥିଲା,, ସେଥିପାଇଁ ସେ ଅନେକ ଥର ନିଜ ଜୀବନକୁ ଘୃଣା କରୁଥିଲେ,, ତାଙ୍କର ଏକ ସିନେମା ଡ୍ୟାନ୍ସ ରେ ହାୱା ରେ ନିଜେ ପିନ୍ଧିଥିବା ସ୍କଟ ପବନରେ ଉଡେଇବା ସେତେବେଳେ ପୃଥିବୀ ପ୍ରସିଦ୍ଧ ହେଇଥିଲା,,5 ଅଗଷ୍ଟ 1962 ଦିନ ଲସ ଆଞ୍ଜେଲସ ପୋଲିସ ସହିତ FBI, ଟିମ ଯାଇ ତାଙ୍କ ଘରେ ପଂହଁଚି ଦେଖିଲେ ଭିତରୁ କବାଟ ବନ୍ଦ ଅଛି, କବାଟ ଭାଙ୍ଗି ଭିତରେ ପଶି ଦେଖିଲେ ମାର୍ଲିନ ନିଜ ଖଟ ଉପରେ ପଡିଛନ୍ତି,, ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଗଲା, ସେଠାରେ ଡାକ୍ତର ତାଙ୍କୁ ମୁର୍ତ୍ତୃ ଘୋଷଣା କଲେ,, ତଦନ୍ତ ଚାଲିଲା,, ଫରେନସିକ ଡାକ୍ତର ପ୍ରଥମେ କହିଲେ ଅନେକ ନିଦ ଔଷଧ ଖାଇ ଥିବାରୁ ତାଙ୍କ କିଡ଼ନୀ ଖରାପ ହେଇ ହାର୍ଟଅଟାକ ହେଇଛି,,, ଠିକ ତା ପରଦିନ ଆଉ ଏକ ତଥ୍ୟ ଆସିଲା ଯେ ସେ ନିଶା ଇଞ୍ଜେକ୍ସନ ନେଇଥିଲେ,, 24 ଘଣ୍ଟା ଭିତରେ ଆମେରିକା ର ବଡ଼ ଯାଞ୍ଚ ଏଜେନ୍ସି CIA ଆସି ତଦନ୍ତ କଲେ, ଓ 72 ଘଣ୍ଟା ରେ ପ୍ରଥମେ ରିପୋର୍ଟ ଦେଲେ ଯେ ତାଙ୍କ ଘରୁ କିଛି ବି ସଠିକ ତଥ୍ୟ ମିଳୁନି,,, କୋଉଠି ନିଶା ଔଷଧ କିମ୍ବା ନିଶା ଇଞ୍ଜେକ୍ସନ ର ସଠିକ ପ୍ରମାଣ ନାହିଁ,,, ଠିକ ତାର 15 ଦିନ ପରେ ୟେ ସମସ୍ତ ଖେଳରେ ଆବିର୍ଭାବ ହେଲେ ଜଣେ ସାଧାରଣ ବୃଦ୍ଧ ସାମ୍ବାଦିକ ନାଁ (ହୁଡ୍ଡା ହୋପ୍ପନ) ଯାହାକୁ କେହି ଏତେ ଜାଣିନଥିଲେ, କିନ୍ତୁ ସେ ତାଙ୍କ ଜୀବନ କାଳରେ ଅନେକ ଆମେରିକା ର ଶିଳ୍ପପତି ମାନଙ୍କ ସାଙ୍ଗରେ ପରିଚିତ ଥିଲେ ଜଣେ ମିଷ୍ଟଭାସି ଓ ପରାଉପକାରୀ ହିସାବରେ,, ମାର୍ଲିନ ଙ୍କ ଅତୀତ ବିଷୟରେ ହୁଡ୍ଡା ଜାଣିଥିଲେ ଓ କେମିତି ଆମେରିକା ର ବଡ଼ ବଡ଼ ଶିଳ୍ପପତି ନେତା ମାନଙ୍କ ସହିତ ମାର୍ଲିନ ଙ୍କ ସମ୍ପର୍କ ଥିଲା,, ସେ ସେତେବେଳେ ଆମେରିକା ର ରାଷ୍ଟ୍ରପତି (ଜନ,ଏଫ,କେନେଡି) ଓ ତାଙ୍କ ଭାଇ ରବର୍ଟ କେନେଡି ଙ୍କ ରଙ୍ଗୀନ ଦୁନିଆଁ ସହିତ ତାଙ୍କ ବିରୋଧୀ ରିପ୍ଲାବିକାନ ପାର୍ଟି ମାନେ କେମିତି ଆମେରିକା ର ଅର୍ଥ ବ୍ୟବସ୍ତା କୁ ମଉଜ ମଜଲିସ ରେ ଉଡାଉଛନ୍ତି, ସେ ଦୈନିକ ତାଙ୍କ ଡାଏରୀ ରେ ଲେଖୁଥିଲେ,,, ଠିକ ସେମିତି ତାଙ୍କ ଲିଖିତ ଡାଏରୀ ରେ ଲେଖାଥିଲା ସମୟର ମୂଲ୍ୟ ଯିଏ ନବୁଝିବ ସେ କିଛି ବି ଜୀବନରେ କରିପାରିବନି,,, ମାର୍ଲିନ ଙ୍କ ମୁର୍ତ୍ତୃ ର ରହସ୍ୟ ସମସ୍ତେ ଖୋଜୁଥିଲା ବେଳେ ସାମ୍ବାଦିକ ହୁଡ୍ଡା ଙ୍କୁ ଜଣେ କିଏ ଏକ ଗୁପ୍ତ ପ୍ୟାକେଟ ଦେଇଥିଲେ ଯୋଉଥିରେ ମାର୍ଲିନ ଙ୍କ ଅତୀତ ଓ ମହାନ ବ୍ୟକ୍ତି ବିଶେଷ ସମ୍ପର୍କ ଥିଲା,,, ଯିଏ ଦେଇଥିଲେ ତାଙ୍କ ନାଁ ହୁଡ୍ଡା କାହାକୁ କହି ନଥିଲେ,, କିନ୍ତୁ ଏକ ପୁରା ସ୍କ୍ରିପ୍ଟ ନିଜେ ତିଆରି କରିଥିଲେ,,, ଓ ବଡ଼ ବଡ଼ ମିଡ଼ିଆ ହାଉସ କୁ ଫୋନ କରି କହିଥିଲେ ତାଙ୍କ ପାଖରେ ସମସ୍ତ ତଥ୍ୟ ଅଛି,,, କିଛି ପ୍ରକାଶକ ହୁଡ୍ଡା ଙ୍କୁ ଡାକି ଅର୍ଥ ଦେଇ କିଛି ସ୍କ୍ରିପ୍ଟ କିଣିଥିଲେ,, ଯେତେବେଳେ ଟାଇମ୍ସ ମାଗାଜିନ ଓ ଲସ ଆଞ୍ଜେଲସ ପତ୍ରିକା ର ସଂସ୍ଥା ମାନେ ହୁଡ୍ଡା ଙ୍କ ଠାରୁ ପୁରା ତଥ୍ୟ ଜାଣିବାକୁ ଚହିଁଲେ ହୁଡ୍ଡା ବିପୁଳ ଅର୍ଥ ଦାବି କରିଥିଲେ,,, ଓ ତାଙ୍କ ଲିଖିତ ଡାଏରୀ ର ଅଧ୍ୟାୟ ଗୁଡିକୁ ଭାଗ ଭାଗ କରି ବିକି ଦେଇଥିଲେ,,, କିନ୍ତୁ ଆଶ୍ଚର୍ଯ୍ୟ କେହି ପ୍ରକାଶ କରିଲେନାହିଁ,,, ଶୁଣାଯାଏ CIA FBI ଅଧିକାରୀ ମାନେ ମନା କରିଥିଲେ,, କାରଣ ରାଷ୍ଟ୍ରପତି କେନେଡି ଙ୍କ ସହିତ ମାର୍ଲିନ ଙ୍କ ସମ୍ପର୍କ, ଓ ମାର୍ଲିନ କୁଆଡେ ଜିଦ କରିଥିଲେ କେନେଡି କୁ ବିଭା ହେବାକୁ,,, ଏମିତିକା ଏକ ମାସ ବିତିଗଲା, ହୁଡ୍ଡା ଙ୍କୁ ଆମେରିକା ର ଯାଞ୍ଚ ଏଜେନ୍ସି ଯେତେବେଳେ ଖୋଜିଲେ ସେ କୁଆଡେ ଫେରାର ହେଇଗଲେ,, ଶୁଣାଯାଉଥିଲା କି କିଛି ଅବସର ପ୍ରାପ୍ତ ଅଧିକାରୀ ମାନେ ହୁଡ୍ଡା ଙ୍କୁ ନୁଚେଇଦେଇଥିଲେ,,, ଏକ ରକମ ଗୃହଯୁଦ୍ଧ୍ୟ ଉପରକୁ ଆସିଲା ଆମେରିକା,, ସେତେବେଳେ ସରକାର ବିରୋଧୀ ଥିଲେ (ରିପ୍ଲାବିକାନ ପାର୍ଟି) ସେମାନେ ଆନ୍ଦୋଳନ କରିବା ଆରମ୍ଭ କଲେ,, ରାସ୍ତା ଘାଟ ରେ ବିରୋଧ ହେଲା ରାଷ୍ଟ୍ରପତି କେନେଡି ସହିତ CIA ସଂସ୍ଥା କୁ ଦେଶ ବାସୀ ସନ୍ଦେହ ଦୃଷ୍ଟିରେ ଦେଖିଲେ,,, ଠିକ ସେଇ ସମୟରେ ଏକ ପୁସ୍ତକ (ମିଷ୍ଟ୍ରି ଅଫ ଡେଥ ମାର୍ଲିନ) ର ବଜାର ରେ ବିକ୍ରି ହେଲା ଯାହାକୁ କିଣିବାକୁ ଲୋକ ପାଗେଳା ହେଲେ ପୁସ୍ତକ କୋଉଠି ମିଳିଲାନି ସେତେବେଳେ କୁ ଛୋଟିଆ ସାମ୍ବାଦିକ ଟି ପୁରା ଦେଶରେ ପ୍ରସିଦ୍ଧ ହେଇଯାଇଥିଲେ,,, ଶୋଭିଏତ ରୁଷ ର ପ୍ରସିଦ୍ଧ ଯାଞ୍ଚ ଏଜେନ୍ସି (ତାସ) ବି ଖୋଜିଲା ହୁଡ୍ଡା ଙ୍କୁ,,, ଓ ପ୍ରଶଂସା କଲା ତାଙ୍କ ସାହସକୁ,, ଠିକ ତାର 15 ମାସ ପରେ22ନଭେମ୍ବର 1963 ଦିନ ରାଷ୍ଟ୍ରପତି କେନେଡି କୁ କିଏ ଗୁଳି କରିଦେଲା,, ତା ପରଠାରୁ ମାର୍ଲିନ ଙ୍କ ମୁର୍ତ୍ତୃ ରହସ୍ୟ,ରହସ୍ୟ ହେଇ ରହିଗଲା,,, ଓ ଆଜି ପର୍ଯ୍ୟନ୍ତ ରହିଛି,, ଓ ସାମ୍ବାଦିକ ହୁଡ୍ଡା ଙ୍କ ଖବର ନାହିଁ,,,
*

Leave a Reply

Your email address will not be published. Required fields are marked *

You Missed