ଭଗବାନ ଅତି ସୁନ୍ଦର ଭାବରେ, ସେ ବର୍ଣ୍ଣନା କରୁଥିବା ସିଦ୍ଧାନ୍ତକୁ ନିଜର ମତ ରୂପେ ଅଭିହିତ କରିଛନ୍ତି । ମତ ଏକ ନିଜସ୍ୱ ଦୃଷ୍ଟିକୋଣ ଅଟେ, କିନ୍ତୁ ସିଦ୍ଧାନ୍ତ ଏକ ସର୍ବମାନ୍ୟ ତଥ୍ୟ ଅଟେ । ଶିକ୍ଷକମାନଙ୍କର ମତ ଭିନ୍ନ ଭିନ୍ନ ହୋଇପାରେ, କିନ୍ତୁ ସିଦ୍ଧାନ୍ତ ଗୋଟିଏ ଅଟେ । ଦାର୍ଶନିକ ଓ ଶିକ୍ଷକମାନେ ତାଙ୍କର ମତକୁ ସିଦ୍ଧାନ୍ତ କହିଥାଆନ୍ତି, ଅଥଚ ଗୀତାରେ ଭଗବାନ ତାଙ୍କଦ୍ୱାରା ପ୍ରକଟିତ ସିଦ୍ଧାନ୍ତକୁ ‘ମତ’ର ଆଖ୍ୟା ଦେଉଛନ୍ତି । ନିଜ ଉଦାହରଣ ମାଧ୍ୟମରେ ସେ ଆମକୁ ନମ୍ରତା ଓ ସହୃଦୟତାର ଶିକ୍ଷା ପ୍ରଦାନ କରୁଛନ୍ତି।
କର୍ମ କରିବା ପାଇଁ ଆହ୍ୱାନ ଦେବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଭଗବତ୍ ଗୀତାର ଉପଦେଶକୁ ବିଶ୍ୱାସର ସହିତ ଜୀବନରେ ପାଳନ କରିବାର ଉପାଦେୟତା ପ୍ରତି ସଙ୍କେତ କରୁଛନ୍ତି । ମନୁଷ୍ୟ ଭାବରେ ଆମର ବିଶେଷତ୍ୱ ହେଉଛି ସତ୍ୟକୁ ଜାଣିବା ଏବଂ ତଦନୁଯାୟୀ ନିଜର ଜୀବନକୁ ରୂପାନ୍ତରିତ କରିବା । ଏତଦ୍ୱାରା ଆମର ମାନସିକ ଜ୍ୱର (ଆସକ୍ତି, କ୍ରୋଧ, ଲୋଭ, ଇର୍ଷା, ଭ୍ରମ ଇତ୍ୟାଦି )ର ଉପଶମ ହୋଇଥାଏ।
ପୂର୍ବ ଶ୍ଲୋକରେ , ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିବାକୁ କହିଛନ୍ତି, କିନ୍ତୁ ସେ ଜାଣିଥିଲେ ଯେ ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ , ସେମାନେ ତାଙ୍କର ଏହି ବକ୍ତବ୍ୟକୁ ପରିହାସ କରିବେ, ଏବଂ ଯେଉଁମାନେ ତାଙ୍କ ପ୍ରତି ଇର୍ଷାପରାୟଣ, ସେମାନେ ଏହାର ବିରୋଧ କରିବେ । ତେଣୁ ସେ ବର୍ତ୍ତମାନ ତାଙ୍କର ଉପଦେଶକୁ ବିଶ୍ୱାସର ସହିତ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ସେ କହୁଛନ୍ତି ଯେ ବିଶ୍ୱାସର ସହିତ ତାଙ୍କର ଉପଦେଶକୁ ପାଳନ କରିବା ଦ୍ୱାରା ବ୍ୟକ୍ତି କର୍ମ ବନ୍ଧନରୁ ମୁକ୍ତ ହୋଇଯିବ । କିନ୍ତୁ ଯେଉଁମାନେ ଅବିଶ୍ୱାସୀ, ସେମାନଙ୍କ କ୍ଷେତ୍ରରେ କ’ଣ ହୁଏ? ପରବର୍ତ୍ତୀ ଶ୍ଲୋକରେ ତାହାର ବର୍ଣ୍ଣନା କରାଯାଇଛି।
ମଧୁରାଷ୍ଟକମ୍
ଅଧରଂ ମଧୁରଂ ଵଦନଂ ମଧୁରଂ
ନୟନଂ ମଧୁରଂ ହସିତଂ ମଧୁରମ୍ ।
ହୃଦୟଂ ମଧୁରଂ ଗମନଂ ମଧୁରଂ
ମଧୁରାଧିପତେରଖିଲଂ ମଧୁରମ୍ ॥ 1 ॥
ଵଚନଂ ମଧୁରଂ ଚରିତଂ ମଧୁରଂ
ଵସନଂ ମଧୁରଂ ଵଲିତଂ ମଧୁରମ୍ ।
ଚଲିତଂ ମଧୁରଂ ଭ୍ରମିତଂ ମଧୁରଂ
ମଧୁରାଧିପତେରଖିଲଂ ମଧୁରମ୍ ॥ 2 ॥
ଵେଣୁ-ର୍ମଧୁରୋ ରେଣୁ-ର୍ମଧୁରଃ
ପାଣି-ର୍ମଧୁରଃ ପାଦୌ ମଧୁରୌ ।
ନୃତ୍ୟଂ ମଧୁରଂ ସଖ୍ୟଂ ମଧୁରଂ
ମଧୁରାଧିପତେରଖିଲଂ ମଧୁରମ୍ ॥ 3 ॥
ଗୀତଂ ମଧୁରଂ ପୀତଂ ମଧୁରଂ
ଭୁକ୍ତଂ ମଧୁରଂ ସୁପ୍ତଂ ମଧୁରମ୍ ।
ରୂପଂ ମଧୁରଂ ତିଲକଂ ମଧୁରଂ
ମଧୁରାଧିପତେରଖିଲଂ ମଧୁରମ୍ ॥ 4 ॥
କରଣଂ ମଧୁରଂ ତରଣଂ ମଧୁରଂ
ହରଣଂ ମଧୁରଂ ସ୍ମରଣଂ ମଧୁରମ୍ ।
ଵମିତଂ ମଧୁରଂ ଶମିତଂ ମଧୁରଂ
ମଧୁରାଧିପତେରଖିଲଂ ମଧୁରମ୍ ॥ 5 ॥
ଗୁଂଜା ମଧୁରା ମାଲା ମଧୁରା
ୟମୁନା ମଧୁରା ଵୀଚୀ ମଧୁରା ।
ସଲିଲଂ ମଧୁରଂ କମଲଂ ମଧୁରଂ
ମଧୁରାଧିପତେରଖିଲଂ ମଧୁରମ୍ ॥ 6 ॥
ଗୋପୀ ମଧୁରା ଲୀଲା ମଧୁରା
ୟୁକ୍ତଂ ମଧୁରଂ ମୁକ୍ତଂ ମଧୁରମ୍ ।
ଦୃଷ୍ଟଂ ମଧୁରଂ ଶିଷ୍ଟଂ ମଧୁରଂ
ମଧୁରାଧିପତେରଖିଲଂ ମଧୁରମ୍ ॥ 7 ॥
ଗୋପା ମଧୁରା ଗାଵୋ ମଧୁରା
ୟଷ୍ଟି ର୍ମଧୁରା ସୃଷ୍ଟି ର୍ମଧୁରା ।
ଦଲିତଂ ମଧୁରଂ ଫଲିତଂ ମଧୁରଂ
ମଧୁରାଧିପତେରଖିଲଂ ମଧୁରମ୍ ॥ 8 ॥
॥ ଇତି ଶ୍ରୀମଦ୍ଵଲ୍ଲଭାଚାର୍ୟଵିରଚିତଂ ମଧୁରାଷ୍ଟକଂ ସଂପୂର୍ଣମ୍ ॥