ଦୁନିଆରେ ଅପରାଧ ଅପରାଧୀ ଘଟଣାମାନ କୋଉ ଯୁଗରୁ ଘଟୁଛି କେହି କହିପାରିବେନି,, କିନ୍ତୁ ଏତିକି ସତ୍ୟ ଯେ ଅପରାଧୀ କୁ ଶାସନ କରିବା କିମ୍ବା ଦଣ୍ଡ ଦେବା ନିଶ୍ଚିତ ଏକ ଅଦ୍ଭୂତ ରହସ୍ୟମୟ ପଦ୍ଧତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, ଯୋଉମାନେ ଅପରାଧୀ ଦମନରେ କାର୍ଯ୍ୟ କରୁଥାନ୍ତି ଆମେ ତାଙ୍କୁ ସାରା ବିଶ୍ୱରେ (ପୋଲିସ) ବୋଲି କହୁ, ଆଜି ର ସତ୍ୟ କାହାଣୀ ତାହାରି ଉପରେ ଆଧାରିତ,, କିପରି ଜଣେ ଦୁର୍ଦ୍ଦନ୍ତ ଅପରାଧୀ କୁ ଧରିବାକୁ ଯାଇ ସୋତନ୍ତ୍ର ଟିମ ଗଠନ କରାଯାଇ ଦାଇତ୍ୱ ଦିଆ ଯାଏ ଜଣେ ବୁଦ୍ଧିମାନ ପୋଲିସ ଅଫିସରଙ୍କୁ, ଓ ସେ ସାହସୀ ପୋଲିସ ଅଫିସର ଜଣକ ପୁରା ଦଶ ଦିନ ଭିତରେ ଅପରାଧୀ ଙ୍କୁ ଧରନ୍ତି,, ପୋଲିସ ଅଫିସର ଙ୍କ ନାଁ (ବିନୋଦ ୱାଡେଲା) ଦିଲ୍ଲୀ ପୋଲିସ ର ସାହାଦାରେ ଏରିଆରେ ଇନିସ୍ପେକ୍ଟର, ଅପରାଧୀ ର ନାଁ (ହାସୀମ ବାବା) ପୁରା ଦିଲ୍ଲୀ ସହିତ ଉତ୍ତରପ୍ରଦେଶ, ହରିଆଣା ରେ ଆତଙ୍କ, ଦାଦାବଟି, ଅସ୍ତ୍ରଶସ୍ତ୍ର ଚାଲାଣ କାରି ହିସାବରେ କୁଖ୍ୟାତ ଅପରାଧୀ ଭାବେ ପ୍ରସିଦ୍ଧ ଲାଭ କରିଥାଏ,, ଅନେକ ହତ୍ୟା ଅପହରଣ ମାମଲା ତା ନାଁ ରେ, ହାସୀମ 2007 ମସିହାରେ ପ୍ରଥମ ପୋଲିସ ରେକଡ଼ରେ ଆସିଥିଲା,, କିନ୍ତୁ ପୋଲିସ ପାଉନଥିଲା, କାରଣ ବାରମ୍ବାର ସେ ତାର ଠିକଣା ବଦଳାଉଥିଲା, ଅନେକ ସହଯୋଗୀ ତାର ଥଲେ ଓ ସେମାନଙ୍କ ସାହାଯ୍ୟରେ ଅପରାଧ ଘଟଉଥିଲା, ପ୍ରଥମେ ତାକୁ ଦୁଇଟି ରାଜ୍ୟର ପୋଲିସ ଧରିଥିଲେ ସ୍କ୍ୱାଡ଼ ଗଠନ କରି,,2014 ମସିହାରେ, କିନ୍ତୁ ଦୁଇ ବର୍ଷ ଜେଲରେ ରହିବା ପରେ 2016 ମସିହାରେ ପାରୋଲ ରେ ଆସି କୁଆଡେ ଫେରାର ହେଇଗଲା,,ଓ ପୁଣି ଆରମ୍ଭ କଲା ଅପରାଧ ସାମ୍ରାଜ୍ୟ,, ମୁମ୍ବେଇ, ଗୁଜୁରାଟ, ମଧ୍ୟପ୍ରଦେଶ ରେ ରହି ଘଟାଉ ଥିଲା କ୍ରାଇମ,, ଯେତେବେଳେ ଅଭିଯୋଗ ଉପରେ ଅଭିଯୋଗ ଆସିଲା ଦିଲ୍ଲୀ ପୋଲିସ କମିଶନର ଶ୍ରୀ S,N, SRIVASTAV ଅଗଷ୍ଟ 2020 ମସିହାରେ ପୋଲିସ ଅଫିସର ମାନଂକ ସାଙ୍ଗରେ ମିଟିଙ୍ଗ କଲେ ଓ କିପରି ହାସୀମ ଧରାଯିବ ଏହାର ଏକ ପ୍ଲାନ ପ୍ରୋଜେକ୍ଟ ଆରମ୍ବ କରିବାକୁ ପୋଲିସ ଅଫିସର ମାନଂକୁ କହିଲେ,,, ଯେତେ ଶୀଘ୍ର ଏହାର ସମାଧାନ ଦରକାର, କାରଣ 2014 ରେ ସମସ୍ତେ ତାକୁ ଦେଖିଥିଲେ କିଂତୁ 2016 ରେ ପାରୋଲ ରେ ଯିବା ପରେ କେହି ଜାଣି ନାହାନ୍ତି କୁଆଡେ ଗଲା,, ଏପରିକି ହାସୀମ ବି ମୋବାଇଲ ବେବହାର କରେନି,, ବୋଲି ପୋଲିସ ଜାଣିଥିଲା, ସେ ତାର ସହଯୋଗୀ ମାନଙ୍କ ମୋବାଇଲ ଦ୍ୱାରା ସମସ୍ତ କାର୍ଯ୍ୟ କରେ,,, ଏପରି ଅନେକ ଥର ସୂଚନା ମିଳେ ହାସୀମ ଏଠାରେ ଅଛି କିନ୍ତୁ ପୋଲିସ ଜାଲରେ ପଡ଼େନି, ଫେରାର ହେଇ ପଳାଏ,, ଘଟଣା ଟି ଗମ୍ଭୀର ହେବାରୁ ପୋଲିସ କମିଶନର ଶ୍ରୀ ଶ୍ରୀବାସ୍ତବ ଶାହବ ଅକ୍ଟୋବର 27 ତାରିଖ ଦିନ ପୁଣି ଏକ ଜରୁରୀ ମିଟିଙ୍ଗ ଡାକି ନିର୍ଦେଶ ଦେଲେ ଯେ 15 ଦିନ ଭିତରେ ହାସୀମ ଧରାଯିବା ଦରକାର ଏଇଟା ମୋର ନିର୍ଦ୍ଦେଶ,,, ତିନୋଟି ଟିମ ଗଠନ ହେଲା,, ମୁଖିଆ ରହିଲେ ଇନିସ୍ପେକ୍ଟର ବିନୋଦ ୱାଦେଲା ଶାହବ,, ପାଖାପାଖି ଗୋଟିଏ ଟିମରେ ରହିଲେ ଆଠ ରି ଦଶ ଜଣ,, ଦୁଇଟି ରାଜ୍ୟରେ ଚାଲିଲା ଦିନ ରାତି ତଦନ୍ତ,, ଏପଟେ ୱାଦେଲା ଶାହବ ବି ରାତି ରାତି ଅନିଦ୍ରା କେତେବେଳେ କୋଉ ଜାଗାରୁ କାହା ଫୋନ ଆସିବ ତେଣୁ ରାତି ତମାମ ମୋବାଇଲ ର ଇଅର ଫୋନ ତାଙ୍କ କାନରେ ରହିଲା,, ଠିକ 12 ନଭେମ୍ବର 2020 ରାତି ତିନିଟାରେ ଆସିଲା ପ୍ରଥମ ମ୍ୟାସେଜ,, ହାସୀମ ର ସ୍ତ୍ରୀ (ଯୋୟା) ମୋବାଇଲ ରେ ଏକ ଫୋନ ଓ ମ୍ୟାସେଜ ଆସିଲା ଯେ ଭାଇଜାନ ଆପଣକୁ ଦେଖା କରିବାକୁ ଆସିବେ, ଫୋନ କରିଥିଲା ହାସୀମ ର ଜଣେ ସହଯୋଗୀ, ଯିଏ ଏକ ଛୋଟ ବେପାର କରେ,, ଏପଟେ ଯୋୟା ର ତିନୋଟି ଫୋନ ନମ୍ବର ପୋଲିସ ପାଖରେ ଆଗରୁ ଥାଏ,,, ଗୋଟିଏ ନମ୍ବର ର ଫୋନ କୁ ଯୋଡ଼ା ଗଲା ପୋଲିସ ତଦନ୍ତ ସ୍କ୍ୱାଡ଼ ଟିମ କମ୍ପୁଟର କୁ,, ୱାଦେଲା ଶାହବ ତୁରନ୍ତ ଗଲେ ତାଙ୍କ ଟିମ ସହିତ କୁହାଯାଏ ଟିମରେ ଥିଲେ 12 ଜଣ,, ହାସୀମ ର ଦିଲ୍ଲୀ ଘର ଶାହାଦାରା ରେ ପଂହଁଚିଲେ ସମସ୍ତେ, ସମସ୍ତ ଙ୍କ ବୁଲେଟପ୍ରୁଫ ଜ୍ୟାକେଟ,, ଓ ସଖାଳୁ ପୋଲିସ ଟିମ ବେଶରେ କିଏ ଠେଲା ଗାଡି ରେ କିଛି ଜିନିଷ ବିକ୍ରି ଉଦ୍ୟସରେ ତ ଆଉ କିଏ ଆଉ କୋଉ ବେଶରେ,, ୱାଦେଲା ଶାହବ ପୁରା ଟିମ ର ସୁରକ୍ଷାରେ କେମିତି ଅପରାଧୀ ଧରାଯିବ ବିନା ଦୁର୍ଘଟଣା ରେ ଠିକ ସଖାଳୁ ହାସୀମ ଗାଡି ବାହାରିଲା ତା ଘରଭିତରୁ,,, ପ୍ରଥମେ ଅଟ୍ଟାକ ଆରମ୍ଭ କଲେ ୱାଦେଲା ଶାହବ,,, ହାସୀମ ବି ବନ୍ଧୁକ ବାହାର କରି ଫାଇରିଙ୍ଗ ଆରମ୍ଭ କଲା,, ଶେଷରେ ଜଣେ ସ୍କ୍ୱାଡ଼ ଙ୍କ ହାତରେ ହାସୀମ ର ଗୁଳି ବାଜିଲା ଓ ସେତେବେଳେ କୁ ହାସୀମ ର ଦୁଇଟି ଗୋଡ଼ରେ ଗୁଳି ଲାଗି ଘାଇଲା ହେଲା,,, ଶେଷରେ ଧରା ପଡିଲା କୁଖ୍ୟାତ ଅପରାଧୀ ହାସୀମ ବାବା,,,ଖବର ଟି ସେତେବେଳେ ସମସ୍ତ ମିଡ଼ିଆ ରେ ବିନୋଦ ୱାଦେଲା ଶାହବ ଙ୍କ ସାହସ ଓ ତାଙ୍କ ସମସ୍ତ ଟିମ ସଦସ୍ୟ ଙ୍କ ସୁଚିନ୍ତିତ ଯୋଜନାରେ ହାସୀମ ଦଶ ଦିନ ରେ ଧରାହେଲା ବୋଲି ପ୍ରସାରିତ ହେଇଥିଲା,,,
