ଚେନାଇ// କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ଆମ ଚାଟଶାଳୀର ବାର୍ଷିକଉତ୍ସବ ରେ ପାଲଲହଡା ବିଧାୟକ ସ୍ୱତନ୍ତ୍ର ଅତିଥିକୁ ବିଭିନ୍ନ ମହଲରେ ସ୍ୱାଗତ l

Spread the love

ଚେନାଇରେ ଅନୁଷ୍ଠିତ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ଆମ ଚାଟଶାଳୀର ବାର୍ଷିକଉତ୍ସବ ରେ ପାଲଲହଡା ବିଧାୟକ ସ୍ୱତନ୍ତ୍ର ଅତିଥିକୁ ବିଭିନ୍ନ ମହଲରେ ସ୍ୱାଗତ l
ପାଲଲହଡା, — ଦର୍ଶନ ସମୀକ୍ଷା

ଗତ 23ତାରିଖ ଦିନ ଚେନାଇର ମିନମବାକି ସ୍ଥିତ ଏଏମ ଜୈନ କଲେଜର ଜ୍ଞାନ ଭଵନ ଠାରେ ଚେନାଇ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ତ୍ତିକ ପୁର୍ଣିମା ମହୋତ୍ସବ ଓ ଆମ ଚାଟଶାଳୀ ର ବାର୍ଷିକୋତ୍ସବ ରେ ସ୍ୱତନ୍ତ୍ର ଅତିଥି ରୂପେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ଙ୍କ ଯୋଗଦାନ ଏବଂ ସାରଗର୍ଭକ ଭାଷଣ ନିର୍ବାଚନ ମଣ୍ଡଳୀ ବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି !ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗତ 23ତାରିଖ ଦିନ ଦିନିକିଆ ମହୋତ୍ସବ ରେ ମୁଖ୍ୟ ଅତିଥି ରୂପେ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସ୍ୱତନ୍ତ୍ର ମୁଖ୍ୟ ଅତିଥି ରୂପେ ଯାଜପୁର ସାଂସଦ ରବିନାରାୟଣ ବେହେରା,ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ଶିଳ୍ପପତି ଡିମ୍ପଲ ଚୌଧୁରୀ, ମୁଖ୍ୟ ବକ୍ତା ରୂପେ ପ୍ୟାରୀ ଏଣ୍ଟର ପ୍ରାଇଜେସର ସିଇଓ ରଶ୍ମିରଂଜନ ମହାପାତ୍ର ଯୋଗଦେଇ ଥିବା ବେଳେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ସ୍ୱତନ୍ତ୍ର ଅତିଥି ରୂପେ ଯୋଗଦେବା ପାଲଲହଡା ନିର୍ବାଚନ ମଣ୍ଡଳୀ ବାସୀଙ୍କ ମନରେ ଖୁସିର ଲହରି ଖେଳାଇଦେଇଛି !ବିଧାୟକ ଶ୍ରୀଯୁକ୍ତ ମହାନ୍ତିଙ୍କ ଯୋଗଦାନ କୁ ପାଲଲହଡା ବିଜେପି ଦଳ ତଥା ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି !

Leave a Reply

Your email address will not be published. Required fields are marked *