ପାରଳା ସହରରେ ଅତ୍ୟନ୍ତ ଭକ୍ତିପୂର୍ଣ୍ଣ ଭାବେ ସତ୍ୟସାଇ ବାବାଙ୍କ ଶହେ ତମ ଜନ୍ମ ଦିବସ ପାଳିତ ପାରଳାଖେମୁଣ୍ଡି, 24/11(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଭଗବାନ ସତ୍ୟସାଇ ବାବାଙ୍କ ଶହେତମ ଜୟନ୍ତୀ ପାଳିତ ହୋଇଯାଇଛି। ଭଗବାନ ସତ୍ୟସାଇ ଭକ୍ତମାନେ ଦିନ ତମାମ ବାବାଙ୍କ ଭଜନଗାନ କରି ଅଖଣ୍ଡ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ। ଭୋର ସମୟରେ କୀର୍ତନ କରି ପାରଳାଖେମୁଣ୍ଡି ନଗର ପରିକ୍ରମା କରିଥିଲେ। ମଧ୍ୟାହ୍ନରେ ୫ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା. ଭକ୍ତିମୟ ପରିବେଶ ମଧ୍ୟରେ ଭାଗବାନ ସତ୍ୟସାଇ ବାବାଙ୍କ ଏହି ଶହେ ତମ ଜନ୍ମ ତିଥ୍ୟାକୁ ଅତ୍ୟନ୍ତ ଭକ୍ତିର ସହ ପାରଳାଖେମୁଣ୍ଡି ସହରରେ ପାଳନ କରାଯାଇଥିବା ଲକ୍ଷ୍ୟ କରାଯାଇଛି.
ଅଡବାରେ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଡେଙ୍ଗୁ ଓ ଝାଡାବାନ୍ତି ବ୍ୟାପିବା ଆଶଙ୍କା

ପାରଳାଖେମୁଣ୍ଡି, 24/11(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଅଡବା ଗ୍ରାମରେ ଅସ୍ୱାସ୍ଥ୍ୟକର ପରିବେଶ ଓ ଦୀର୍ଘ ଦିନ ଧରି ଅଳିଆ ଆବର୍ଜନା ଜମା ହୋଇ ମଶାମାଛିଙ୍କ ଉପଦ୍ରବ ବିଶେଷ ଭାବେ ବଢ଼ି ଚାଲିଛି. ତେଣୁ ଝାଡା, ବାନ୍ତି ଓ କେତେକ ଅଜଣା ରୋଗ ବ୍ୟାପିଵାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି. ଏହି ଅଡବା ଗ୍ରାମ ଦେଇ ଗଂଜାମ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାକୁ ପ୍ରତେକ ଦିନ ଶହ ଶହ ସଂଖ୍ୟାରେ ବସ୍, ଟ୍ରକ, ଚାରିଚକିଆ ଯାନ ଆଦି ଯାତାୟାତ ହୋଇଥାଏ. ଏଠାକାର ଶୌଚାଳୟ ତାଲା ପଡିଥିବାରୁ ଯାତ୍ରୀମାନେ ବାହାରେ ଏଣେତେଣେ ପରିଶ୍ରା କରିବାକୁ ବାଧ୍ଯ ହୋଇଥାନ୍ତି। ତେଣୁ ଅଂଚଳବାସୀ ଶୌଚାଳୟ ଖୋଲିବାକୁ ଦାବୀ କରିଛନ୍ତି। ଗତ ଗାନ୍ଧୀ ଜୟନ୍ତୀ ଦିବସରେ ସ୍ୱଚ୍ଛ ଭାରତ ସମ୍ୱନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।କିନ୍ତୁ ପ୍ରଶାସନର ଅବହେଳା ଯୋଗୁଁ ଏହିଭଳି ଅବ୍ୟବସ୍ଥା ଦେଖାଦେଇଛି।ପରନ୍ତୁ ସେହି ଅଂଚଳରେ ପାଣି ଜମା ହୋଇଥିବାରୁ ମ୍ୟାଲେରିଆ, ଡେଂଗୁ ଝାଡାବାନ୍ତି ବ୍ୟାପିବାର ଆଶଂକା ରହିଛି। ସରପଂଚ, ଓ୍ୱାର୍ଡ ମେମ୍ବର ମାନଙ୍କର ଏ ଦିଗରେ ପ୍ରତିକାର ପାଇଁ ସେମାନଙ୍କ ଦାଯିତ୍ବର ଅବହେଳା ଅନୁଭବ ହୋଇଛି।












Leave a Reply