ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ କୁ କଳିଙ୍ଗ ସୁରକ୍ଷା ସମ୍ମାନ
ତା-23-11-2025
ଦର୍ଶନ ସମୀକ୍ଷା, ବଡ଼ବିଲ
ବଡ଼ବିଲ । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ଟନ୍ଟ ଗ୍ରାମରେ ଅବସ୍ଥିତ ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ଦ୍ଵାରା ପରଚାଳିତ ରୋଇଡା ଟୁ ଆଇରନ ଓର ମାଇନ୍ସ କୁ ପ୍ଲାଟିନମ କାଟେଗୋରି ରେ କଳିଙ୍ଗ ସୁରକ୍ଷା ସମ୍ମାନ -୨୦୨୪ ରେ ସମ୍ମାନିତ କରା ଯାଇଛି । ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲ ରେ ଏହି ସୁରକ୍ଷା ସମ୍ମାନ ଆଇ କ୍ୟୁ ଇ ଏମ ଏସ ସଂସ୍ଥା ଦ୍ଵାରା ନଭେମ୍ବର ୧୯ ତାରିଖ ଦିନ କରା ଆୟୋଜନ ଯାଇଥିଲା ।ଦେଶର ପ୍ରାୟ ୧୨୦ ଟି କମ୍ପାନୀ ଏହି ସମ୍ମାନ ପାଇବାକୁ ପ୍ରତିଯୋଗୀ ଥିଲେ । କମ୍ପାନୀର ଉପ ସଭାପତି ସଦାନନ୍ଦ ରଣା ଏହି ସମ୍ମାନ ଗ୍ରହଣ କରିଥିବା ବେଳେ କମ୍ପାନୀର ଖଣି ଉପ ପ୍ରବନ୍ଧକ୍ ସଞ୍ଜୟ ସାମଲ ଓ ମାନବ ସମ୍ବଳ ବିଭାଗ ବିଭାଗର ସୌଭାଗ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସଚିବାଳୟ ର ବାଚସ୍ପତି ସୁରମା ପାଢ଼ୀ ଙ୍କ ଦ୍ଵାରା ଏହି ପୁରସ୍କାର ପ୍ରଦାନ କରା ଯାଇଥିଲା । ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମରୋାହ ରେ ଉପସ୍ଥିତ ଥିଲେ ।












Leave a Reply