ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାରବାଟି ଷ୍ଟାଡିୟମର ଲିଜ ଜମି ପ୍ରଦାନ କ୍ଷେତ୍ରରେ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଏବଂ ଓଡ଼ିଶା ଅଲମ୍ପିକ୍ ଆସୋସିଏସନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ, 5 ଟି ସଚିବ ଭି କେ ପଣ୍ଡିଆନ,କ୍ରୀଡା ମନ୍ତ୍ରୀ ଏବଂ କ୍ରୀଡା ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜି ବାରବାଟି ଷ୍ଟାଡିୟମ୍ ଠାରେ ଉଭୟ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ 1949 ରେ ରାଜ୍ୟ ସରକାର କ୍ରୀଡାର ବିକାଶ ପାଇଁ ଓଡ଼ିଶା ଅଲମ୍ପିକ୍ ଆସୋସିଏସନ୍ କୁ ଏକ ଟଙ୍କା ବିନିମୟରେ ଜମି ଯୋଗାଇ ଦେଇଥିଲେ। ଏହି ଜମି ଲିଜ 20ବର୍ଷ ପାଇଁ ଥିଲା। ପରବର୍ତ୍ତୀ କାଳରେ ଆଲମ୍ପିକ ଆସୋସିଏସନ୍ କୁ
ପୁନଃରା ୟ ନବୀକରଣ ପାଇଁ ଆବେଦନ କରିଥିଲା। 1989 ରେ ଜାଣି ଲିଜ ଅବଧି ଶେଷ ହୋଇଯାଇଥିଲା। ଓଡ଼ିଶା ଆଲମ୍ପିକ ଆସୋସିଏସନ୍ ପକ୍ଷରୁ ପୁନଃରୟ ଆବେଦନ କରାଯାଇଥିଲା। ଆଜି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜମି ଲିଜ ର ନବୀକରଣ ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହା ସରକାରଙ୍କ ଏକ ଐତିହାସିକ ନିଷ୍ପତି। ସରକାର ଜମି ଲିଜ ନବୀକରଣ ମଞ୍ଜୁରୀ ଦେବାରୁ କ୍ରୀଡାର ବିକାଶ ଘଟିବ। ଏବଂ ବାରବାଟି ଷ୍ଟାଡିୟମ୍ ଟି ଏକ ବିଶ୍ୱ ସ୍ତରୀୟ ଷ୍ଟାଡିୟମ୍ ରେ ପରିଣତ ହୋଇପାରିବ ବୋଲି କ୍ରିକେଟ ଆସୋସିଏସନ୍ ର ସମ୍ପାଦକ ଶ୍ରୀ ସଞ୍ଜୟ ବେହେରା, ଏବଂ ଆଲମ୍ପିକ୍ ର ସମ୍ପାଦକ ଅଭିଜିତ ପାଲ୍ ସୂଚନା ଦେବା ସହ ମୁଖୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇ ଛନ୍ତି। ଏଥି ସହିତ ଓଡ଼ିଶା ଯାଦବ ମହା ସଂଘ କୁ ସରକାରଙ୍କ ପକ୍ଷରୁ ଜମି ଯୋଗାଇ ଦିଆଯାଇଥିବାରୁ ଯାଦବ ମହାସଭା ପକ୍ଷରୁ ଶ୍ରୀ ଆଶୀର୍ବାଦ ବେହେରା ମୁଖ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଛନ୍ତି।
