ମାଲକାନଗିରି ଜିଲ୍ଲାରେ ୬ଷ୍ଠ ତମ ଶକ୍ତି ଭାରତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି-ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)

Spread the love

ମାଲକାନଗିରି:ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲାରେ ୬ଷ୍ଠ ତମ ଶକ୍ତି ଭାରତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାରେ ହୋଇଥିବା ରାଜ୍ୟ ସ୍ତରୀୟ ଶକ୍ତି ଭାରତ୍ତୋଳନ ପ୍ରତିଯୋଗିତାରେ ସାରା ରାଜ୍ୟରୁ ୨୫୦ ଜଣ ପ୍ରତିଯୋଗୀ ଭାଗ ନେବାକୁ ମାଲକାନଗିରି ଆସିଥିଲେ। ସେଥିପାଇଁ ଖେଳାଳୀ ମାନଙ୍କୁ ସହଯୋଗ କରିବା ପାଇଁ ୫୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଆସିଛନ୍ତି।ରାଜ୍ୟ ସ୍ତରରୁ ଆସିଥିବା ଅଭିଜ୍ଞ ଜୁରି ମାନଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗିତା କରାଯାଇଥିଲା। ଏହା ମାଲକାନଗିରି ଜିଲ୍ଲା ପାଇଁ ନିଶ୍ଚିତ ଭାବେ ଗୌରବର କଥା। ଏହି ଶକ୍ତି ଭାରତ୍ତୋଳନ ପ୍ରତିଯୋଗିତାରେ ଜିଲ୍ଲାରୁ ଅନେକ ପ୍ରତିଯୋଗୀ ବିଭିନ୍ନ ବର୍ଗରେ କୃତକାର୍ଯ୍ୟ ହୋଇଥିବା ବେଳେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ସହରର ତିନି ଜଣ ଯୁବ ଶକ୍ତି ଭାରତ୍ତୋଳନ ପ୍ରତିଯୋଗୀ ନିଜର ପ୍ରତିଭା ଦେଖାଇଛନ୍ତି।ଏହି ପ୍ରତିଯୋଗିତାରେ ବାଲିମେଳା ସହରର ଯୁବ ପ୍ରତିଯୋଗୀ ୬୩ କେଜି ବର୍ଗର ରାଜେଶ କୁମାର ଖେମୁଡୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜେଶ ସର୍ବାଧିକ ୧୦୨ କେଜି ବେଞ୍ଚ ପ୍ରେସ ଉଠାଇଥିଲେ ଏବଂ ୬୯ କେଜି ବର୍ଗରେ ଟି. ସନ୍ତୋଷ ରୌପ୍ୟ ପଦକ ହାସଲ କରିଥିବା ବେଳେ ସେହିପରି ୫୫ କେଜି ବର୍ଗରେ ପିୟୁସ କୁଲଦୀପ କାଂସ୍ୟ ପଦକ କରିଥିବା ବେଳେ ୩୩୫ କେଜି ବେଞ୍ଚ ପ୍ରେସ ଉଠାଇ ଏକ ସ୍ବତନ୍ତ୍ର କିର୍ତିମାନ ହାସଲ କରିଥିଲେ।ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏଭଳି ନୂତନ ପ୍ରତିଭା ମାନେ ଜିଲ୍ଲାର ଟେକ ରଖିବାରେ ସଫଳ ହୋଇଥିବାରୁ ଜିଲ୍ଲାବାସୀ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେହିପରି କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଭଳି ଏପରି ଏକ ଛୋଟ ସହରର କିଛି ଯୁବପିଢୀ ରାଜ୍ୟ ସ୍ତରରେ ଅଞ୍ଚଳର ଟେକ ରଖିବାରେ ସଫଳ ହୋଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। ଜିଲ୍ଲାରେ ଶକ୍ତି ଭାରତ୍ତୋଳନ ପ୍ରତିଯୋଗିତା ପ୍ରଥମ ଥର ପାଇଁ ହୋଇଥିବା ବେଳେ ବାଲିମେଳାରୁ ତିନି ଜଣ ଯୁବ ଖେଳାଳି ସ୍ବର୍ଣ୍ଣ, ରୌପ୍ୟ , କାଂସ୍ୟ ପଦକ ହାସଲ କରିଛନ୍ତି।ଯାହା ନିଶ୍ଚିତ ଭାବରେ ଜିଲ୍ଲା ଏବଂ ବାଲିମେଳା ଅଞ୍ଚଳବାସୀଙ୍କ ପାଇଁ ଗୌରବ ବିଷୟ। ସେହିପରି ଜିଲ୍ଲାର ଅନେକ ଅଞ୍ଚଳର ଯୁବ ପ୍ରତିଭା ମାନେ ନିଜ ନିଜର ଅନ୍ୟତମ ପ୍ରତିଭା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଯାହା ଆଗାମୀ ପୀଢ଼ିକୁ ନିଶ୍ଚିତ ଭାବେ ପ୍ରୋତ୍ସାହନ ମିଳିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *