Spread the love

ଖାନନଗର ସରକାରୀ ଉଚ୍ଚବିଦ୍ୟାଳୟ ରେ ପାଞ୍ଚଦିନିଆ ପଟ୍ଟଚିତ୍ର କାର୍ମଶାଳା ଉଦଯାପିତ
କଟକ : ଛାତ୍ର ଛାତ୍ରୀ ମାନଂକର ଚିତ୍ରକଳା ପ୍ରତିଭାକୁ ବିକଶିତ କରିବାପାଇଁ ଖାନନଗର ସରକାରୀ ଉଚ୍ଚବିଦ୍ୟାଳୟ ରେ ଏକ ପାଞ୍ଚଦିନିଆ ପଟ୍ଟଚିତ୍ର ଅଙ୍କନ କର୍ମଶାଳା ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି ! ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସପ୍ତମ- ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା କୋଡ଼ିଏ ଜଣ କୁନି ଚିତ୍ରଶିଳ୍ପୀଙ୍କୁ ଓଡ଼ିଶାର ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ତଥା କେନ୍ଦ୍ରୀୟ ବିଦ୍ୟାଳୟ ର ଅବସରପ୍ରାପ୍ତ କଳା ଶିକ୍ଷକ ନକୁଳ ଚନ୍ଦ୍ର ମହାରଣା ଅତି ନିଷ୍ଠା ଓ ନିପୂଣତାର ସହିତ ରାଜ୍ୟର ଅନନ୍ୟ ପଟ୍ଟଚିତ୍ର ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପୌରାଣିକ ଆଖ୍ୟାନ ଆଧାରିତ ଚିତ୍ରକଳା ଅଙ୍କନଶିକ୍ଷା ପ୍ରଦାନ କରିଥିଲେ ! ଛାତ୍ର ଛାତ୍ରୀ ମାନଙ୍କ ସୁନ୍ଦର୍ ସୁନ୍ଦର୍ ରଙ୍ଗରେ ରଙ୍ଗାୟିତ ପଟ୍ଟଚିତ୍ର ଗୁଡ଼ିକ ସମସ୍ତଙ୍କୁ ବିମୋହିତ କରିଥିଲା ଏଵଂ ଏହାଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଚିତ୍ରକଳା ପ୍ରକାଶିତ ଓ ବିକଶିତ ହେବlସହିତ ସେମାନେ ଭବିଷ୍ୟତରେ ଜଣେ ଜଣେ ପ୍ରତିଷ୍ଠିତ ଚିତ୍ରକର ଭାବରେ ନିଜକୁ ଗଢ଼ିତୋଲିପlରିବେ ବୋଲି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଶାପୋଷଣ କରିଥିଲେ ! ବିଦ୍ୟାଳୟର କଳା ଶିକ୍ଷୟିତ୍ରୀ ସ୍ମରଣିକା ରାୟ ଏହି ପାଞ୍ଚଦିନ କର୍ମଶାଳାକୁ ପରିଚାଳନା କରିଥିଲେ ! ଅଭିଭାବକ ଅଭିଭାବକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ ! ଉଦଯାପନ ଦିବସରେ ଶିକ୍ଷକ ଶ୍ରୀଯୁକ୍ତ ମହାରଣା ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା ବେଳେ ଅଂଶ ଗ୍ରହଣ କରିଥିବା କୁନି ଚିତ୍ରକର ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରଯାଇଥିଲା ! ଛାତ୍ର ଛାତ୍ରୀ ମାନଙ୍କ ପାଇଁ କରାଯାଇଥିବା ଏହି ସହଶିକ୍ଷା କାର୍ଯ୍ୟକ୍ରମକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରଯାଇଥିଲା !

Related Post

Leave a Reply

Your email address will not be published. Required fields are marked *

You Missed