ଜିଲ୍ଲାର ଗୌରବ ବଢାଇ ପାରିଛି ମାଇକ୍ରୋମିଡିଆ କପିଳାସ ମହୋତ୍ସବ: ବିଭୁତି ପ୍ରଧାନ
ମାଇକ୍ରୋ ମିଡ଼ିଆ ୨୩ତମ ବାର୍ଷିକ ଉତ୍ସବ ତୃତୀୟ ଦିବସ ତଥା ଉଦ୍ୟାପନୀ ଉତ୍ସବ
ଢେଙ୍କାନାଳ,୧୬ା୧୧: ଦର୍ଶନ ସମୀକ୍ଷା
ଢେଙ୍କାନାଳର ଅଗ୍ରଣୀ ସାଂକୃତିକ ଓ ସାମାଜିକ ଅନୁଷ୍ଠାନ ମାଇକ୍ରୋ ମିଡ଼ିଆ ଆୱାରନେସ ପକ୍ଷରୁ ଅନୁଷ୍ଠାନର ୨୩ ତମ ବାର୍ଷିକ ଉତ୍ସବ ତଥା କପିଳାସ ମୋହତ୍ସବ ବିଶ୍ୱର ସର୍ବ କନିଷ୍ଟ ସହିଦ୍ ବୀର ବାଜି ରାଉତ ଜନ୍ମ ଶତବାର୍ଷିକ ଉପଲକ୍ଷେ ସମସ୍ତ କାର୍ଯ୍ୟକ୍ରମକୁ ଉତ୍ସର୍ଗିକୃତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ରାଜ୍ୟ ସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମକର ତୃତୀୟ ତଥା ଉଦ୍ୟାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକାର୍ଯ୍ୟ, ପୁରସ୍କାର ବିତରଣ ଓ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ତଥା ବିଧାନସଭା ଷ୍ଟାଣ୍ଡିଙ୍ଗ୍ କମିଟି ଅଧ୍ୟକ୍ଷ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ ରାଜ୍ୟରେ ମାଇକ୍ରୋମିଡିଆ ଅନୁଷ୍ଠାନ ଦୀର୍ଘ ୨୩ବର୍ଷ ଧରି ରାଜ୍ୟ ସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ ଉତ୍ସବ ପାଳନ କରି ଜିଲ୍ଲାର ଗୌରବ ବଢାଇପାରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ପୁରସ୍କୃତ କରିବା ରାଜ୍ୟର ତଥା ଜିଲ୍ଲାର ବରିଷ୍ଠ ପ୍ରତିଭାଧାରୀ ବ୍ୟକ୍ତିତ୍ୱମାନଙ୍କୁ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧନା ପ୍ରଦାନ କରିବା ଏବଂ ସ୍ମରଣିକା “ସ୍ମୃତି’ ପ୍ରକାଶ କରିବା ଏବଂ ସମସ୍ତ କାର୍ଯ୍ୟକ୍ରମକୁ ଢେଙ୍କାନାଳ ମାଟିର ବିଶ୍ୱର ସର୍ବକନିଷ୍ଠ ବୀର ସହୀଦ୍ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସମର୍ପିତ କରିବା, ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ସ୍ୱତନ୍ତ୍ର ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ରାସ ବିହାରୀ ବେହେରା, ବରିଷ୍ଠ ଆଇନ୍ଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ଚିକିତ୍ସକ ଶାନ୍ତିଭୂଷଣ ପଣ୍ଡା ପ୍ରମୁଖ ଯୋଗଦାନ କରି ଅନୁଷ୍ଠାନର କାର୍ଯ୍ୟକ୍ରମରେ ବିଭୋର ହେବା ସହ ଏହିଭଳି ୫ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଅନୁଷ୍ଠାନର ଉତରୋତର କାମନା କରିଥିଲେ । ଏହି ଅବସରରେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ସନ୍ତୋଷ ସାହୁଙ୍କୁ ରାଜ୍ୟ ସ୍ତରୀୟ ସେବା ସମ୍ମାନ, ବରିଷ୍ଠ ସାମ୍ବାଦିକ, ସମାଜିକ ଓ ସୁସଙ୍ଗଠକ ଶିଶିର କୁମାର ଶତପଥୀଙ୍କୁ ରାଜ୍ୟ ସ୍ତରୀୟ ଶିକ୍ଷାବିତ୍ ରୁଦ୍ରନାରାୟଣ ସ୍ମୃତି ସମ୍ମାନ, ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ସଭାପତି ତଥା ସମାଜସେବୀ ରୁଦ୍ର ନାରାୟଣ ତ୍ରିପାଠୀଙ୍କୁ ରାଜ୍ୟ ସ୍ତରୀୟ ସମାଜସେବୀ ସମ୍ମାନ, ଢେଙ୍କାନାଳର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ପ୍ରୟାସ’ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଆଦର୍ଶ ସେବା ଅନୁଷ୍ଠାନ, ଅନୁଗୁଳର ବରିଷ୍ଠ ଚିତ୍ର ଶିଳ୍ପୀ ଆନନ୍ଦ ଚନ୍ଦ୍ର ମହାପାତ୍ରଙ୍କୁ କବିଭୂଷଣ ସ୍ମୃତି ସମ୍ମାନ, ବରିଷ୍ଠ କଳାକାର ଓ ସଂଗଠକ ବନମାଳି ମଲ୍ଲିକଙ୍କୁ ରାଜ୍ୟସ୍ତରୀୟ କଳାକାର ସମ୍ମାନ, ନୟାଗଡ ଜିଲ୍ଲାର ସୁସାହିତି୍ୟକ, କବି, ସଂଗଠକ ସରୋଜ ରଞ୍ଜନ ପଟ୍ଟନାୟକଙ୍କୁ ବରିଷ୍ଠ ସାହିତି୍ୟକ, କବି ଓ ସଂଗଠକ ମନୋରଞ୍ଜନ ନନ୍ଦ ସ୍ମୃତି ସମ୍ମାନ, ଅନୁଗୁଳ ଜିଲ୍ଲାର ବାଣୀଦେବ ଙ୍କୁ ଆଦର୍ଶ ଅଧ୍ୟାପିକା ଓ ସମାଜସେବୀ ସମ୍ମାନ, ହିନେ୍ଦାଳର ବରିଷ୍ଠ ସମାଜସେବୀ, ସଂଗଠକ ଓ ପରିବେଶବିତ୍ ରତିକାନ୍ତ ଗଡନାୟକଙ୍କୁ ରାଜ୍ୟ ସ୍ତରୀୟ ସମାଜସେବା ସମ୍ମାନ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା । ଆଜି ଦିବସର ଚିତ୍ରାଙ୍କନ, ହୁଳହୁଳି, ଶଙ୍ଖବାଦନ, ଝୋଟି, ମେହେନ୍ଦୀ, ସୁଗୃହିଣୀ, ଓଡିଶୀ ନୃତ୍ୟ, ଲଘୁନୃତ୍ୟ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା “ସ୍ମୃତି’ ପତ୍ରିକାକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଅନୁଷ୍ଠାନର ନିଦେ୍ର୍ଦଶକ ଅଥୟ କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳେ ଅନୁଷ୍ଠାନର ସଫଳତା ପାଇଁ ଢେଙ୍କାନାଳର ସମସ୍ତ ବ୍ୟକ୍ତିବିଶେଷ, ଗଣମାଧ୍ୟମର ପ୍ରତିନିଧି, କଳା, ସାହିତ୍ୟ ଓ ସଂସ୍କୃତି ପ୍ରେମୀ ମାନଙ୍କ ସହଯୋଗ ବିନା ଏହା ଅସମ୍ଭବ ବୋଲି କହିବା ସହ ସମସ୍ତଙ୍କର ସ୍ନେହ ଶ୍ରଦ୍ଧା କାମନା କରିଥିଲେ । ଅନୁଷ୍ଠାନର ସଭାପତି ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଅନୁଷ୍ଠାନର ଆଭିମୁଖ୍ୟ ସଂପର୍କରେ ନିଜର ମତବ୍ୟକ୍ତ କରିଥିଲେ । କପିଳାସ ମହୋତ୍ସବର ଆବାହକ ଇଂ. ସୌମ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବରିଷ୍ଠ ସଦସ୍ୟ ସୁଶାନ୍ତ ପାଣି ଅତିଥି ପରିଚୟ ଓ ମଂଚ ପରିଚାଳନା କରିଥିଲେ । ଅନୁଷ୍ଠାନର ଅନ୍ୟତମ ସଦସ୍ୟ ତଥା ଯୁବ ସାମ୍ବାଦିକ ଆଶିଷ ରଞ୍ଜନ ଶତପଥୀ ମାନପତ୍ର ପାଠ କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦିକା ତଥା ଓଡିଶୀ ନୃତ୍ୟଗୁରୁ ମଧୁସ୍ମିତା ସାହୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଦୀପକ ରଞ୍ଜନ ମିଶ୍ର, ସୁଚିତ୍ର ବେହେରା, ମାନସ ସାହୁ, ଶୁଭନାରାୟଣ ସାହୁ, ଇନ୍ଦ୍ରଜିତ୍ ସାହୁ, ସନ୍ଦିପ୍ କର, ରାଜଶ୍ରୀ ପ୍ରଧାନ, ଗାୟତ୍ରୀ ମିଶ୍ର, ଡାଲିନ୍ ଡାଲ୍ଟନ୍, ପ୍ରତାପ ନାୟକ, ରବିନ୍ଦ୍ର ପରିଡା ଅମିତ୍ ବାରିକ ପ୍ରମୁଖ ସହଯୋଗ କରିଥିଲେ ।












Leave a Reply