Spread the love

ପୁଲିସ୍ ଗୁଳିରେ ଟଳିଲା ମାଓନେତା ମାଡଭି ହିଡମା।
ମାଲକାନଗିରି:(ଦର୍ଶନ ସମୀକ୍ଷା)ମନୋଜ ଦେବ ପାଙ୍ଗି
ଆଜି ସକାଳୁ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାର ମାରେଡୁମେଲ୍ଲୀରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳ ୬ରୁ ୭ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ପୁଲିସ୍ ଗୁଳିରେ ମାଓ ନେତା ମାଡଭି ହିଡମା ଓ ତାର ପତ୍ନୀ ରାଜେ ନିହତ ହୋଇଥିବା ସୁଚନା ମିଳିଛି । ଦୁହେଁ ମାଓ ସଙ୍ଗଠନ କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ । ଆଉ ଜଣେ ବରିଷ୍ଠ ନେତା ଆଜାଦଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହିଡମାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିବା ବେଳେ ପତ୍ନୀ ରାଜେଙ୍କ ଉପରେ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ପୁରସ୍କାର ଘୋଷିତ । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଆଉ ଦୁଇଜଣ ଟପ ମାଓବାଦି ଚେଲ୍ଲୁରି ନାରାୟଣ ଓରଫ (ସୁରେଶ) ଓ ଶଙ୍କର ଆନ୍ନା ମଧ୍ୟ ଏହି ଏନକାଉଣ୍ଟର ରେ ପ୍ରାଣ ହରାଇଥିବା ଜଣା ପଡିଛି । ହିଡମା ସମେତ ୬ଜଣ ମାଓବାଦୀ ନିହତ ହୋଇଥିବା ଆନ୍ଧ୍ର ପ୍ରଦେଶ ପୁଲିସ୍ ଡିଜିପି ହରିଶ କୁମାର ଗୁପ୍ତା ସୂଚନା​‌ ଦେଇଛନ୍ତି । ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକଙ୍କ ଉପରେ ୨୬ ଥର ଆକ୍ରମଣର ନେତୃତ୍ୱ ନେଇଥିଲା ମାଓନେତା ମାଡଭି ହିଡମା । ସୁରକ୍ଷା ବାହିନୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶା ସୀମାର ନିକଟସ୍ଥ ମାରେଡୁମେଲ୍ଲୀ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ବିଷୟରେ ସୂଚନା ପାଇଥିଲେ । ଏହା ପରେ, ସ୍ଥାନୀୟ ପୋଲିସ ସହିତ ମାରେଡୁମେଲ୍ଲୀ ଜଙ୍ଗଲ ଅଞ୍ଚଳରେ ଏକ କମ୍ବିଂ ଅପରେସନ କରାଯାଇଥିଲା।ସେହି ଅଞ୍ଚଳରେ ଏବେ ମଧ୍ୟ କମ୍ବିଂ ଜାରି ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *