ଓଏଚପିସି କଲୋନୀରେ ବିପର୍ଯ୍ୟସ୍ତ ହୋଇ ପଡିଛି ପରିମଳ ବ୍ୟବସ୍ଥା
ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା
ମଶାଙ୍କ ଦୌରାତ୍ମୀୟରେ ଅଣ ନିଶ୍ୱାସୀ
ସହରବାସୀ
ନୀରବଦ୍ରଷ୍ଟା ସାଜିଛନ୍ତି ବିଭାଗୀୟ କତୃପକ୍ଷ, ମାଲାମାଲ ହେଉଛନ୍ତି ଠିକାଦାର
ଦୁର୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ
ମାଲକାନଗିରି :(ଦର୍ଶନ ସମୀକ୍ଷା ମନୋଜ ଦେବ ପାଙ୍ଗି
ଜିଲ୍ଲା ବାଲିମେଳା ସହରରେ ଥିବା ଓଏଚପିସି ସରକାରୀ କ୍ଵାଟର୍ସ ଜଳ ବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟରତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ଯୋଗାଇ ଦିଆଯାଇଛି।ଏହି କ୍ଵାଟର୍ସ ପରିସରର
ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।କଲୋନୀର କିଛି ଡ୍ରେନ ଗୁଡିକରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିବା ଯୋଗୁ ମଶା ବଂଶ ବୃଦ୍ଧି ରୋଗର କାରଣ ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।କଲୋନୀରେ ଥିବା ଡ୍ରେନ ଗୁଡିକ ମଧ୍ୟରୁ ଅଧିକାଂଶ ସ୍ଥାନରେ ଭାଙ୍ଗିରୁଜି
ଗଲାଣି।ଫଳରେ ନର୍ଦ୍ଦମା ଜଳ ନିଷ୍କାସନ ହୋଇ ନପାରି ଏଣେ ତେଣେ ବୋହିଯାଉଥିବା ଲୋକେ ଅଭିଯୋଗ କରିଛନ୍ତି।ମୁଖ୍ୟତଃ କ୍ଵାଟର୍ସ ଗୁଡିକର ପଛପଟେ ବିପୁଳ ପରିମାଣର ଅଳିଆ ଅବର୍ଜନା
ଭର୍ତ୍ତି ହୋଇ ରହିବା ସହିତ
ଅନାବନା ଘାସ ଓ ଗଛ ବଢ଼ି
ଏକ ପ୍ରକାର କୁତ୍ରିମ ଜଙ୍ଗଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
କଲୋନୀ ଗୁଡିକର ପରିମଳ ବ୍ୟବସ୍ଥା ଏକ ଠିକା ସଂସ୍ଥା ଦ୍ୱାରା ସୁଧାରିବା ପାଇଁ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି।କିନ୍ତୁ ଦୀର୍ଘଦିନ ଧରି ନିୟମିତ ସଫା ଜରାଯାଉ ନଥିବାରୁ ସେଗୁଡିକ ଆବର୍ଜନାରେ ଭର୍ତ୍ତି ହୋଇ
ବହୁ ଦୁର୍ଗନ୍ଧ ହେଉଛି।ଏଥି ଯୋଗୁ ଅଞ୍ଚଳରେ ସଂକ୍ରମଣ ରୋଗ ବ୍ୟାପିବା ନେଇ ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତି।ଲୋକ ଦେଖାଣିଆ ମଝିରେ ମଝିରେ ଜଣେ ଠିକାଦାର ଜଣକ ନାମକୁ ମାତ୍ର କେତେଜଣ ଶ୍ରମିକଙ୍କୁ
ଆଣି ଉକ୍ତ ଡ୍ରେନରୁ ମାଟି ଓ ଆବର୍ଜନା ବାହାର କରି ଡ୍ରେନ ପାର୍ଶ୍ୱରେ ଗଦା କରି ଛାଡି ଚାଲି ଯାଉଛନ୍ତି।ତା’ ପରଠାରୁ ଦୀର୍ଘ କିଛି ମାସ ପର୍ଯ୍ୟନ୍ତ
ସେଠାରୁ ଆଦୌ ଅଳିଆ ଆବର୍ଜନା ବାହାର କରାଯାଉନାହିଁ କିମ୍ବା ସେ ଅଞ୍ଚଳରେ ଆଉ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି।ମୁଖ୍ୟତଃ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା
ଯୋଗୁ ପରିମଳ ବ୍ୟବସ୍ଥା ଠିକାଦାରଙ୍କ ଦ୍ୱାରା ଏପରି କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଫଳରେ ସେଠାରେ ମଶା ଵଂଶ ବୃଦ୍ଧି ହେବା ଯୋଗୁ ମଶାଙ୍କ ଦୌରାତ୍ମୀୟରେ ସହରବାସୀ ସମ୍ପୂର୍ଣ ଭାବେ ଅଣ ନିଶ୍ୱାସୀ ହୋଇପଡିଲେଣି।କେତେକ କଲୋନୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ରହିଥିବା ଦେଖିବାକୁ ମିଳିଛି।ଅନ୍ୟ ପକ୍ଷରେ କେତେକ ସ୍ଥାନରେ କ୍ଵାଟର୍ସକୁ ସଂଯୋଗ ହୋଇଥିବା ପାଇଖାନା ଟାଙ୍କି ଫାଟି ଯାଇଛି।ଫଳରେ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏ ସମ୍ପର୍କରେ କଲୋନୀ ଦାଇତ୍ୱରେ ଥିବା ଏସଡ଼ିଓ ରଞ୍ଜିତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,କଲୋନୀର ପରିମଳ ସଫେଇ କରୁଥିବା ଠିକାଦାରଙ୍କ କାର୍ଯ୍ୟ ଅବଧି ଶେଷ ହୋଇଯାଇଛି।
ବର୍ତ୍ତମାନ ବିଭାଗ ପକ୍ଷରୁ ଏହାକୁ ଅସ୍ଟେନ୍ସନ କରି ପୁନର୍ବାର ଉକ୍ତ ଠିକାଦାରଙ୍କୁ ସଫେଇ ଦାୟିତ୍ୱ
ପ୍ରଦାନ କରାଯାଇଛି।କିଛିଦିନ
ପୂର୍ବେ ବହୁ କଲୋନୀର ପଛପଟ
ଅଞ୍ଚଳରେ ଥିବା ଅଳିଆ ଆବର୍ଜନା ଗୁଡିକୁ ଠିକାଦାରଙ୍କ ଦ୍ୱାରା ଡ୍ରେନ ଗୁଡିକୁ ସଫା କରାଯାଇଥିଲା।ଯଦି ସେଠାରୁ ଅଳିଆ ଆବର୍ଜନା କଢ଼ା କାଢି ନାହାନ୍ତି, ତେବେ ମୁଁ ଆଜି କଲୋନୀ ଦାୟିତ୍ବରେ ଥିବା କନିଷ୍ଠଯନ୍ତ୍ରୀଙ୍କୁ ସେଠାକାର ସ୍ଥିତି ଦେଖିବା ପାଇଁ ପଠାଇବି।ସେଗୁଡିକ ଶୀଘ୍ର କଢ଼ାଯିବ ବୋଲି ସେ କହିଛନ୍ତି।












Leave a Reply