ହାତୀଆମ୍ବ ଆଶ୍ରମ ବିଦ୍ୟାଳୟରେ କୋରୁକୋଣ୍ଡା ବ୍ଲକ ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମ
ମାଲକାନଗିରି:=(ଦର୍ଶନ ସମୀକ୍ଷା) ମନୋଜ ଦେବ ପାଙ୍ଗି
ମାଲକାନଗିରି ଜିଲ୍କା କୋରୁକୋଣ୍ଡା ବ୍ଲକ ଅଧିନସ୍ତ ହାତୀଆମ୍ବ ଆଶ୍ରମ ବିଦ୍ୟାଳୟ ପରିସରରେ ମଙ୍ଗଳବାର
କୋରୁକୋଣ୍ଡା ବ୍ଲକ ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିଲେ।, କୋରୁକୋଣ୍ଡା ବ୍ଲକର ସମ୍ପ୍ରସାରଣ ଅଧିକାରୀ ପ୍ରିୟବ୍ରତ ଦଣ୍ଡପାଟଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମଞ୍ଜୁଳା ଶିଶା,ବରିଷ୍ଠ ସାମ୍ବାଦିକ ଶିବଦତ୍ତ ସାହୁ, ମନୋଜ ଦେବ ପାଙ୍ଗି, ବିଧାୟକ ପ୍ରତିନିଧି ଇସାକ ଖୋସଲା,ହାତୀଆମ୍ବ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ମଣ୍ଡଳ ଙ୍କ ସମେତ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ବିଭିନ୍ନ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ସତ୍ୟବାନ ପାତ୍ର,ରାମ ପ୍ରସାଦ ପଟ୍ଟନାୟକ,ବାସୁଦେବ ମାଝୀ
ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚାସିନ ଅତିଥି ମାନେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି କାଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହା ପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ
କୋରୁକୋଣ୍ଡା ବ୍ଲକ ଅଧିନସ୍ତ ୫ ଟି ଆଶ୍ରମ ବିଦ୍ୟାଳୟର ପ୍ରାୟ ୧୫୦ ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ।
ନିଜର ଲକ୍ଷ୍ୟ ସ୍ଥିର କରବା ସହ
ନିରନ୍ତର ପରିଶ୍ରମ କରି ଲଖ୍ୟ ପ୍ରାପ୍ତି କରିବାକୁ ନିଜ ବକ୍ତବ୍ୟରେ ମୂଖ୍ୟ ଅତିଥି ବିଧାୟକ ମଙ୍ଗୁ ପିଲାମାନଙ୍କୁ
ଉପଦେଶ ଦେଇଥିଲେ।ସରଗି ଫୁଲ କାର୍ଯ୍ୟକ୍ରମ ଅବସରରେ ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କ୍ରୀଡା,ସାଧାରଣ ଜ୍ଞାନ, ବକୃତା,
ତର୍କ, ନୃତ୍ୟ, ସଂଗୀତ,ସୃଜନାତ୍ମକ
ଲିଖନ ପରି ମୋଟ ୯ ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି ପ୍ରତିଯୋଗିତା ଗୁଡିକରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହିତ ମାନ ପତ୍ର
ପ୍ରଦାନ କରାଯାଇଥିଲା। ଖାଲି ଏତିକି ନୁହେଁ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ଆସନ୍ତା ୧୮ ଓ ୧୯ ତାରିଖରେ ବିଭାଗ ପକ୍ଷରୁ ଜିଲ୍ଲାରେ ହେବାକୁ ଥିବା ଜିଲ୍କା ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ବ୍ଲକ ସମ୍ପ୍ରସାରଣ
ଅଧିକାରୀ ଶ୍ରୀ ଦଣ୍ଡପାଟ ସୂଚନା ଦେଇଛନ୍ତି।ଉଦଘାଟନୀ ଉତ୍ସବରେ
ମଙ୍ଗଳ ବିଭାଗର ଜିଲ୍ଲା ଶିକ୍ଷା ନିରୀକ୍ଷକ ଅଜୟ କୁମାର ମିଶ୍ର ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ନିଜ ଅଭିଭାଷଣ ମାଧ୍ୟମରେ
ଉତ୍ସହିତ କରିଥିଲେ।କଳିଙ୍ଗ ଆଦର୍ଶ ଆବାସି ବିଦ୍ୟାଳୟର ଅଧକ୍ଷ ଚିତ୍ତରଞ୍ଜନ ପଣ୍ଡା ଓ ହାତୀଆମ୍ଭ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ
ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସମ୍ପୂର୍ଣ ଭାବେ ସହଯୋଗ କରିଥିଲେ।












Leave a Reply