ଉଲ୍ଲାସ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା କାରାଗାରରେ ଶୁଭାରମ୍ଭ ହେଲା ସାମାଜିକ ଚେତନା କେନ୍ଦ୍ର
ମାଲକାନଗିରି:(ଦର୍ଶନ ସମୀକ୍ଷା) ମନୋଜ ଦେବ ପାଙ୍ଗି
ମାଲକାନଗିରି ଜିଲ୍ଲା ଜେଲ ପରିସର ରେ ଏକ ସାମାଜିକ ଚେତନା କେନ୍ଦ୍ର ଶୁଭାରମ୍ଭ କରାଯାଇଛି । ଜାତୀୟ ଶିକ୍ଷା ଦିବସ ୨୦୨୫ ଅବସରରେ ଜିଲ୍ଲପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା କାରାଗାର ରେ ଥିବା ନିରକ୍ଷର ଅନ୍ତେବାସୀ ମାନଙ୍କୁ ଏହି କେନ୍ଦ୍ର ମାଧ୍ୟମରେ ସାକ୍ଷର କରାଯିବ। ପୁନଶ୍ଚ ଯେଉଁ ବ୍ୟକ୍ତି ମାନେ ସାକ୍ଷର ଓ ଶିକ୍ଷିତ ଥିବେ ସେମାନଙ୍କୁ କୌଶଳ ବିକାଶ ର ତାଲିମ ମଧ୍ୟ ପ୍ରଦାନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ମୁଖ୍ୟ ବକ୍ତା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗିରଥି ବେହେରା ଓ କାରାଗାର ଅଧିକ୍ଷକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ମମତା ସୋଏ ଓ ସହକାରି ଗୋଷ୍ଠୀ ଶିକ୍ଷା ଅଧିକାରି ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଆସନ୍ତା ଦିନ ଗୁଡିକରେ ଏହି କେନ୍ଦ୍ର ମାଧ୍ୟମ ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ନିରକ୍ଷର ଅନ୍ତେବାସୀ ମାନଙ୍କୁ ସାକ୍ଷର କରାଯିବ।
ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ସମସ୍ତ ଯୋଗ୍ୟ ଅନ୍ତେବାସୀ ମାନଙ୍କୁ ଉଲ୍ଲାସ ପୁସ୍ତକ ଓ ପାଠ୍ୟ ପୁସ୍ତକ ଯୋଗାଇ ଦିଆ ଯାଇଥିଲା।












Leave a Reply