Spread the love

କେନ୍ଦ୍ରାପଡ଼ା :ଦର୍ଶନ ସମୀକ୍ଷା

ରତ୍ନାକର ପରିଡା

ଅଲ ଓଡିଶା ବେସରକାରୀ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଙ୍ଘର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ତରଫରୁ ଏକ ଜିଲ୍ଲା ସ୍ତରୀୟ ସାଧାରଣ ସଭା ଡେରାବିଶ ବ୍ଲକ ଅନ୍ତର୍ଗତ ରାଉତରାୟ କଲୋନୀ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି
ଉକ୍ତ ସଭାରେ ସଙ୍ଘର ସଭାପତି ନୀତିଶ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ ଏହି ସଭାରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବେସରକାରୀ ମହା ବିଦ୍ୟାଳୟ ମାନଙ୍କରୁ ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ହୋଇ ଅଂଶ ଗ୍ରହଣ କରିବା ସହ ନିଜସ୍ୱ ମତାମତ ରଖିଥିଲେ ଆଗକୁ କିପରି ସଂଘର ଉତ୍ତରୋତ୍ତର ଉନ୍ନତି ହୋଇ ସଂଜ୍ଞ ସୁଦୃଢ କରାଯାଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା ହେବା ସହ ଗ୍ରାଣ୍ଟିନେଟପଲିସ ପରିସର ପାଇଁ ପ୍ରାକ ପ୍ରସ୍ତୁତି ସ୍ୱରୂପ ଅନେକ ଗୁଡିଏ ପ୍ରସ୍ତାବ ମାନ ଆଗତ କରାଯାଇ ଥିଲା
ଅନ୍ୟ ମାନଙ୍କ ମଧ୍ୟ୍ୟରେ ସ୍ନେହାଦା ନେହେଲା ସାଇନ, ସୁନୀଲ ସେଠି, ସ୍ୱପ୍ନାଶ୍ରୀ ବାରିକ, ସୁନିତା ସାମଲ, ମାନିନୀ ସାହୁ, ସସ୍ମିତା ସ୍ୱାଇଁ, ଦେବପ୍ରସାଦ ମହାନ୍ତି, ଦିଲ୍ଲୀପ ରାଉତ, ରବୀନ୍ଦ୍ର ନାୟକ, ପ୍ରଡମିନ ନାୟକ, ବିରଞ୍ଚି ନାରାୟଣ ନାଥ, ଉକ୍ତ ରଞ୍ଜନ ମିଶ୍ର, ଦେବାଶିଷ ସାହୁ, ବିଶ୍ୱ ରଞ୍ଜନ ମିଶ୍ର, ସୁବାଶିନୀ ମିଶ୍ର, ଶ୍ରଦ୍ଧାଞ୍ଜଳି ମଲ୍ଲିକ, ସନ୍ତୋଷ ଜେନା, ପ୍ରମୁଖ ଅଂଶ ଗ୍ରହଣ କରି ମତାମତ ରଖିଥିଲେ
ପରିଶେଷରେ ସଂଜ୍ଞର ସଦସ୍ୟା ଇତିଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରି ଥିଲେ

Leave a Reply

Your email address will not be published. Required fields are marked *