Spread the love

ଆମେ ଯୋଉ ଧନ ସମ୍ପତି ରୋଜଗାର କରୁଛେ କାହା ପାଇଁ, ଆମେ ଭାବୁଛୁ ସେ ଧନର ମାଲିକ ହେଇଗଲୁ,, ଯେଉଁ ଘରକୁ ଆମେ ନିଜର ବୋଲି ଭାବୁଛେ ତାହା ଆମର ସବୁ ଦିନ ରୁହେକି? ରହିବି ପାରେ ଯଦି କିଛି ବ୍ୟତିକ୍ରମ ନହୁଏ,,,ଟିକେ ଭୁଲ ସବୁ କିଛି ଶେଷ କରିଦେଇପାରେ,,ଦୁନିଆରେ ଅନେକ ସତ୍ୟ ଘଟଣା ମାନ ଅଛି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେମିତି ଆଜିର କାହାଣୀ ଜଣେ ଅଜସ୍ର ପରିଶ୍ରମ କରି ଅଗାଢ଼ ଧନର ମାଲିକ ହୁଏ କିନ୍ତୁ କିଛି କ୍ଷଣ ପରେ ସବୁ ପଳାଏ,,, ଘଟଣା ଟି ଆମେରିକା ରେ ଘଟିଥିଲା 1892 ମସିହାରେ,, ଆମେରିକା ର ଏକ ଜାଗା ମେସେଛୁକେମ ଜିଲ୍ଲର (ଫଲରିଭର) ଏରିଆରେ ଜଣେ ରହୁଥିଲେ (ଆଣ୍ଡ୍ରି ଜାକ୍ସନ) ପିଲାଦିନେ ଏତେ ଧନୀ ନଥିଲେ,, କିନ୍ତୁ ବଡ଼ ବଡ଼ ଲୋକଙ୍କ ସମ୍ପର୍କ ରେ ଆସି କପଡା ବ୍ୟବସାୟ ଆରମ୍ଭ କଲେ,, ଯୋଉଠି କପଡା ତିଆରି ହେଉଥିଲା ସେ କମ୍ପାନୀ ମାଲିକ ସହିତ ଅତି ନିବିଡ଼ ସମ୍ପର୍କ ରଖି, ସେ କାରଖାନା କୁ ନିଜ ନାଁରେ କରିନେଇ ମାଲିକ ହୁଅନ୍ତି ଆଣ୍ଡ୍ରି,, ବାହା ହେଲେ ସ୍ତ୍ରୀ ସାରା,, ଦୁଇଟି ଝିଅ ହେଲା, ନାଁ (ଏମା ବର୍ଦନ) ବଡ଼ ଝିଅ, ଲିଜି ସାନ ଝିଅ,,, ସାନ ଝିଅ ଲିଜି ପିଲାଟି ଦିନରୁ ସ୍ମାର୍ଟ,,ଯେତେବେଳେ ଦୁଇ ଝିଅଙ୍କ ବୟସ 25 ବର୍ଷ,,,,ମା ଙ୍କ ଶରୀର ଅସୁସ୍ଥ ହେବାରୁ ସେ ମୁର୍ତ୍ତୃ ବରଣ କରନ୍ତି,,,ଆଣ୍ଡ୍ରି ଙ୍କ ବଡ଼ କାରବାର ଆଠ ତାଲା କୋଠା ଘରେ କେବଳ ତିନୋଟି ଲୋକ,, ବାପା ଓ ଦୁଇ ଝିଅ, ସବୁ ଠିକ ଠାକ ଥିଲା, କିନ୍ତୁ ଆଣ୍ଡ୍ରି ଜଣେ ଅଳ୍ପ ବୟସ ମହିଳାଙ୍କୁ ପୁନର୍ବାର ବିଭାହ କରନ୍ତି, ଦ୍ଵିତୀୟ ସ୍ତ୍ରୀ ଙ୍କ ନାଁ (ଏବି) ସେଇଠୁ ଆରମ୍ଭ ହୁଏ ଅସଲ ନାଟକ,, ଠିକ ତାର ତିନି ବର୍ଷ ପରେ ସାବତ ମା ଙ୍କ ସହିତ ଯୁକ୍ତି ତର୍କ ହୁଏ,,, ବଡ଼ ଝିଅ ଏମା ସରଳ, କିଛି କୁହେନି କାହାକୁ,, ଚାକରାଣୀ ମାନେ ଅଛନ୍ତି,, ସେମାନଙ୍କ ସହିତ ଦିନ ବିତେଇ ସମୟ ଅତିକ୍ରମ କରୁଥିବା ବେଳେ ସାନ ଝିଅ ଲେଜି ବହୁତ ରାଗି,, ବୟସ 30 ପାଖାପାଖି ହେଲାଣି ବାପା ସେମାନଙ୍କ ବାହାଘର ପାଇଁ ଚିନ୍ତା କରୁଥିବା ବେଳେ,4 ଅଗଷ୍ଟ 1892 ଦିନ, ଆଣ୍ଡ୍ରି ଙ୍କ କୋଠା ବାହାରେ ଭିଡ଼ ଲାଗେ, କାରଣ ତୃତୀୟ ମହଲରେ ସାବତ ମା ଓ ପ୍ରଥମ ମହଲାରେ ବାପା ଙ୍କ ମୃତ ଶରୀର ପଡିଛି,, ସେତେବେଳେ ଦିନ ଦୁଇଟା,, ପୋଲିସ ବି ଆସନ୍ତି ଦୁଇଟି ଡେଡ ବଡି କୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି ଶରୀର ରେ ଅନେକ ଆଘାତ, କିଏ ହତ୍ୟା କରିଛି,, ଦୁଇ ଝିଅ ପଞ୍ଚମ ମହଲରେ ରହୁଥିବା ବେଳେ, ହତ୍ୟା କଲା କିଏ,, 11 ଅଗଷ୍ଟ ରେ ପୋଲିସ ଅନୁସନ୍ଧାନ କରି ସାନ ଝିଅକୁ ଗିରଫ କରନ୍ତି, ତାହାର କାରଣ ସାନ ଝିଅ ଲେଜି ସବୁବେଳେ ବାପା ସାବତ ମା ଙ୍କ ସହିତ ଝଗଡା କରୁଥାଏ,,, ପୋଲିସ ପ୍ରମାଣ ରେ ଲେଜି ଙ୍କର ଡ୍ରେସ ରେ କିଛି ରକ୍ତ ଛିଟା ଦେଖିଥିଲେ,,, ତେଣୁ ତାଙ୍କୁ ଗିରଫ କରାଗଲା,,, କେଶ ଚାଲିଲା,ଯେହେତୁ ଆଣ୍ଡ୍ରି ଙ୍କ ସମ୍ପର୍କୟ ବଡ଼ ଓକିଲ ତେଣୁ କୋର୍ଟ ରେ ପ୍ରମାଣ ଅଭାବରୁ ଖଲାସ ହେଇଗଲେ,, ଘରେ ଦୁଇ ଭଉଣୀ,, ବଡ଼ ଭଉଣୀ ର ଚିନ୍ତା ବାପାଙ୍କୁ ମାରିଲା କିଏ,,, ଥରେ ଦୁଇ ଭଉଣୀ ଙ୍କ ଯୁକ୍ତି ତର୍କ ହେବାରୁ ସାନ ଝିଅ ଲେଜି ରାଗିକି କହିଲା ଯେମିତି ବାପାଙ୍କୁ ମାରିଥିଲି ତୋତେ ବି ମାରିବି,, ଏତିକି ଶୁଣି ବଡ଼ ଭଉଣୀ ଏମା ଙ୍କ ମୁଣ୍ଡ ଖରାପ, କାରଣ ସେ ଭାବୁଥିଲେ କେହି ଅପରାଧୀ କିମ୍ବା ବାପାଙ୍କ ଶତ୍ରୁ ମାରିଛି ବୋଲି,, ସେଇଠି ଦୁଇ ଭଉଣୀ ଙ୍କ ମଧ୍ୟରେ ସମ୍ପତି ଅଲଗା ଅଲଗା ବଣ୍ଟା ହେଇ ସେମାନେ ଅଲଗା ଅଲଗା ରୁହନ୍ତି,,, ଦୁଇ ଭଉଣୀ ଅଲଗା ହେବା ପରେ ଅଜସ୍ର ଅର୍ଥ କୁ ସମ୍ଭାଳି ବା କଷ୍ଟ ହୁଏ,, ସେତେବେଳେ ଆଣ୍ଡ୍ରି ଙ୍କ ସମ୍ପତି ର ମୂଲ୍ୟ 55 ମିଳିନିଅମ ଡଲାର, ଯାହା ସର୍ବାଧିକ ସମ୍ପତି ବୋଲି ସମସ୍ତେ କୁହନ୍ତି, ଧୀରେ ଧୀରେ ବ୍ୟବସାୟ ଅଚଳ ହୁଏ,, ଓ ଅନେକ ଶତ୍ରୁ, ଓ ସମ୍ପର୍କୟ ମାନେ ହଇରାଣ ବି କରନ୍ତି,,, ପ୍ରଥମେ ସାନ ଝିଅ ଲେଜି ଙ୍କର କ୍ୟାନ୍ସର ରେ ମୃତ୍ତୁ ହୁଏ, ଓ ତାର କିଛି ଦିନ ପରେ ବଡ଼ ଏମାଙ୍କର ବି ମୁର୍ତ୍ତୃ ହୁଏ,, ମୁର୍ତ୍ତୃ ବେଳଜୁ କମ୍ପାନୀ ଓ କାରବାର ସବୁ ସେମାନଙ୍କ ପାଖରେ ନଥାଏ,,, ଆଜିବି ଆମେରିକା ରେ ଆଣ୍ଡ୍ରି ଓ ତାଙ୍କ ଦ୍ୱତୀୟ ସ୍ତ୍ରୀ ଙ୍କ ହତ୍ୟା ର ରହସ୍ୟ, ରହସ୍ୟ ହେଇ ରହିଛି,,,ଏତେ ବଡ଼ ସାମ୍ରାଜ୍ୟ କିଏ ନେଲା କେମିତି ହେଲା ଜାଣିବା ମୁସ୍କିଲ,,, ଏହା ଉପରେ ଦୁଇଟି ସିନେମା ବି ହେଇଥିଲା 1927 ମସିହାରେ,,, ଯେତେବେଳେ ଦୁଇ ଭଉଣୀ ଙ୍କ ମୁର୍ତ୍ତୃ ହେଇଥିଲା,,

Related Post

Leave a Reply

Your email address will not be published. Required fields are marked *

You Missed