ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍ର ସାମ୍ବାଦିକ ସମ୍ମିଳନୀ ମିଡ଼ିଆ କନକ୍ଲେଭ୍-୨୦୨୫ ଅନୁଷ୍ଠିତ
ବ୍ରହ୍ମପୁର: (ଦର୍ଶନ ସମୀକ୍ଷା)
ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍ର ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ମିଡ଼ିଆ କନ୍କ୍ଲେଭ୍-୨୦୨୫ ବ୍ରହ୍ମପୁର ସ୍ଥିତ ସରକାରୀ ଆଇ.ଟି.ଆଇ. ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ଶାଖା ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ସଭାପତି ତୁଷାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଉପବାଚସ୍ପତି ତଥା ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପଣ୍ଡା ଯୋଗଦେଇ କହିଥିଲେ ଯେ, ସାମ୍ବାଦିକମାନେ ସ୍ଵଚ୍ଛ, ନିର୍ଭିକ ହୋଇ ଦେଶର ଭବିଷ୍ୟତକୁ ସୁଦୃଢ଼ କରିବାକୁ ପଡ଼ିବ । ଅନ୍ୟତମ ସମ୍ମାନିତ ଅତିଥୁ ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୂଳପତି ପ୍ରଫେସର ଜୟନ୍ତ ମହାପାତ୍ର ଯୋଗ ଦେଇ ସଂଘର ଗଂଳାମ ଜିଲ୍ଲା ଶାଖା ଦ୍ଵାରା ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ବିଶେଷ କରି ସଂଘର ରଂଜାମ ଜିଲ୍ଲା ଶାଖା ସଭାପତି କୃଷ୍ଣଚନ୍ଦ୍ର ପାଳଙ୍କ ଅଦମ୍ୟ ସାହସ ଓ ପରାକାଷ୍ଠା ଯୋଗୁଁ ଏଭଳି କାର୍ଯ୍ୟକ୍ରମର ସଫଳ ଆୟୋଜନ ହୋଇପାରିଲା ବୋଲି କହିଥିଲେ । ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍ ଓ ଏହାର କାର୍ଯ୍ୟକଳାପ ଆହୁରି ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ । ଓଡ଼ିଶା ଡିଜିଟାଲ୍ ମିଡ଼ିଆ ଓ ବଉଁମାନର ସାମାଜିକ ସ୍ଥିତି ଉପରେ ସେ ନିଜ ବକ୍ତବ୍ୟରେ ଆଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ପର୍ଯ୍ୟଟନ ଭାରତ ସଂପାଦକ ନାରାୟଣ ମହାଙ୍କୁଡ଼, ବରିଷ୍ଠ ସାମ୍ବାଦିକ ସୁତୀପ ସାହୁ, ସମାଜସେବୀ ବାବୁ ଗୌଡ଼ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବୀନ ସଂପାଦକ ରବି ରଥ, ଓକାଳ୍, ଭୁବନେଶ୍ଵର ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା, ସଂଘର ଗଂଜାମ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ପାନ ପ୍ରମୁଖ ମଞ୍ଚାସୀନ ଥିଲେ । ସଂଘର ଗଂଜାମ ଶାଖା ସଂପାଦକ ସଞ୍ଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସୀତାକାନ୍ତ ପାତ୍ର, ସୁକାନ୍ତ କୁମାର ଦାଶ, ରାକେଶ କୁମାର ପାତ୍ର, ଭଗବାନ ଦାଶ, ଭୂନନ୍ଦନ କୃଷି ବିଶାରଦ, ଶଙ୍କର ସାହୁ, ଦୀପକ ସାହୁ, ଜେ. ରମେଶ କୁମାର, ନୃସିଂହାନନ୍ଦ ପାଢ଼ୀ, ରଂଜନ କୁମାର ସାହୁ, ଶରତ ଚନ୍ଦ୍ର ନନ୍ଦ, ପଙ୍କଳ ପାଣିଗ୍ରାହୀ, କୈଳାସ ଚନ୍ଦ୍ର ସ୍ଵାଇଁ, ହୃଷୀକେଶ ପଣ୍ଡା, ସୁଦର୍ଶନ ରାଉଳ, ଜଗନ୍ନାଥ ନାୟକ, ହେମନ୍ତ କୁମାର ପାତ୍ର, ରାଜେନ୍ଦ୍ର ପଣ୍ଡିତ ପ୍ରମୁଖ କର୍ଯକର୍ରାଙ୍କ ସହ ପ୍ରାୟ ୪୦୦ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ମଞ୍ଚ ଉଦ୍ଘୋଷକ କାର୍ତ୍ତିକ ପାଣିଗ୍ରାହୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁଶ୍ରୀ ସୋନାଲି ପାଣିଗ୍ରାହୀଙ୍କ ସଂଯୋଜନାରେ ଉତ୍କଳିକା ସଂଗୀତ ଅନୁଷ୍ଠାନ, ଏସ୍.ଏସ୍. ଡ୍ୟାନ୍ସ ଗ୍ରୁପ୍, ଆୟାନି ଡ୍ୟାନ୍ସ ଏକାଡ଼େମୀର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।












Leave a Reply