Spread the love

ଜୟ ମା ପ୍ରଗଳା !
ନରସିଂହପୁର ଐତିହ୍ୟ,ସଂସ୍କୃତି ଓ ପରମ୍ପରା ତଥା ଶ୍ରଦ୍ଧାଳୁଙ୍କ ଭକ୍ତି ଭାବନା ଉପରେ ପ୍ରଶାସନର ପ୍ରହାର ।
ଫଟୋ ବି କଥା କହେ ..

ପବିତ୍ର ନରସିଂହପୁର (ଅରାଟ ମାଟିର) ବୁଦ୍ଧିଜୀବି ମାନଙ୍କ ଚରଣରେ ଏ ଅଧମର ଦଣ୍ଡବତ ପ୍ରଣାମ ।ହୃଦୟର ପୀଡାକୁ ବାଧ୍ୟ ହୋଇ କବିତାର ରୂପ ଦେବାକୁ ଚେଷ୍ଟା କରିଛି ।ଲାଗୁଛି ଯେମିତି ବୁଦ୍ଧିଜୀବି ଏଠି ନୀରବ ।ଆପଣ ମାନେ ମୁହଁ ଖୋଲୁ ନାହାଁନ୍ତି କାହିଁକି ବୁଝି ହେଉନି ।ଏହା କାହାର ବ୍ୟକ୍ତିଗତ ପ୍ରଶ୍ନ ନୁହେଁ ।ଦିବ୍ୟ ଅରାଟ ମାଟିର ସ୍ୱାଭିମାନର ପ୍ରଶ୍ନ ?ସୋସିଆଲ ମିଡିଆରେ ଦେଖିବାକୁ ମିଳେ ଅନେକ କାର୍ଯ୍ୟକ୍ରମ ।ବୁଦ୍ଧିଜୀବି ମାନେ ବେକରେ ଗାମୁଛା ଗୋଟିଏ ପକେଇ ସମ୍ମାନିତ ହେବା ଯେତିକି ଖୁସି, ତା ଠାରୁ ବେଶୀ ଗୁରୁ ଦାୟିତ୍ଵ ଆପଣମାନଙ୍କର ରହିଛି ସମାଜ ପାଇଁ ।ରାଜା ଦଶରଥ ହୁଅନ୍ତୁ କି ପ୍ରଭୁ ଶ୍ରୀରାମ ।କୂଳ ଗୁରୁ ବଶିଷ୍ଠ ଋଷିଙ୍କ ବିନା ଉପଦେଶରେ ରାଜା କୌଣସି ନିଷ୍ପତି ନେଉ ନଥିଲେ ।ବଶିଷ୍ଠ ଋଷିଙ୍କ ନୀତି ଆଦର୍ଶରେ ଆପଣ ମାନେ ପ୍ରଶାସନକୁ ମାର୍ଗ ଦର୍ଶନ କରିବା କଥା ।ଭୁଲକୁ ଭୁଲ କହିବା ଭୁଲ ନୁହେଁ ।ଭୁଲ କୁ ଠିକ୍ କହିବା ବା ନୀରବ ଦ୍ରଷ୍ଟା ସାଜିବା ମସ୍ତବଡ ଭୁଲ । ଆମର ଆରାଧ୍ୟା ଇଷ୍ଟଦେବୀ ମା ପ୍ରଗଳା ପ୍ରତ୍ୟକ୍ଷ ଭାବରେ ଦୁଇଟି ଅସୀ ବା ଖଡ୍ଗ ରୂପରେ ବିଦ୍ୟମାନ ।ଏଥିପାଇଁ ଆମେ ଗର୍ବିତ ।କାରଣ ଏଠି ମୂର୍ତ୍ତୀ ପୂଜା ହେଉ ନଥିଲା ।ଖଡ୍ଗ ପୂଜା ହୋଇ ଆସୁଥିଲା ଦୀର୍ଘ ୭୧୨ ବର୍ଷ ହେବ (୧୩୧୨ ରୁ ୨୦୨୪) । ଗର୍ବରେ ଆମେ କହୁ ମା ପ୍ରଗଳା ଆଜି ବି ଘୋର ଜଙ୍ଗଲରେ ଭ୍ରମଣ କରନ୍ତି ।ଭକ୍ତ ମାନଙ୍କୁ ଆଶୀର୍ବାଦ ଦିଅନ୍ତି ।ଶଗଡ଼ିଆ, କାଚେରା..ଇତ୍ୟାଦି ଅନେକ ଲୀଳା ଉଦାହରଣ ସ୍ୱରୂପ ରହିଛି ।କିନ୍ତୁ କ୍ଷୋଭର ବିଷୟ ଆଜି ସେ ପରମ୍ପରା ଭଙ୍ଗ ହୋଇଛି ।ଆମର ପ୍ରିୟ ବିଧାୟକ,ବ୍ଲକ ଅଧ୍ୟକ୍ଷ,ଯୁବରାଜ, ସାଧୁସନ୍ଥ ,ପୂଜାରୀ,ସାମ୍ବାଦିକ ବନ୍ଧୁ ଓ କୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରାରେ ମାଙ୍କୁ ସୁସଜ୍ଜିତ କରି ଆସ୍ଥାନକୁ ପାଛୋଟି ଆଣିଛନ୍ତି ।କିନ୍ତୁ ବଡ ପଥର ମୂର୍ତ୍ତୀ ପ୍ରତିଷ୍ଠା କରି ୭୧୨ ବର୍ଷର ଦିବ୍ୟ ପୂଜିତ ଖଡ୍ଗକୁ ସାମ୍ନାରେ ରଖିଛନ୍ତି ଯାହା ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ସମ୍ଭବ ହେଉନି ।ଏଠି ମୂର୍ତ୍ତୀର ଆବଶ୍ୟକତା କଣ ଥିଲା ? ଏହା ଦ୍ବାରା ଦେହୁରୀ ପୂଜକ ଯେଉଁ ଆସ୍ଥା ଓ ବିଶ୍ୱାସ ନେଇ ଭକ୍ତଙ୍କୁ ମା ଙ୍କ ମହିମା ଉପରେ ବୁଝେଇ ପାରୁଥିଲେ ଓ ଭକ୍ତ ବୁଝି ଯାଉଥିଲେ ,ଆଗମୀ ଦିନରେ ବୁଝିବା କଷ୍ଟ ହେବ ।କାରଣ ଆମର ମୂଳ ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇ ପାରିବନି ।ପିଲାମାନେ ମୂର୍ତ୍ତୀ ଉପରେ ବେଶି ଧ୍ୟାନ ଦେବେ ଓ ଦୁଇଟି ଦିବ୍ୟ ଖଦ୍ଗ ଉପରେ ନଜର ଦେବେ ନାହିଁ ।ମୋ ମତରେ ଏହା ବିରାଟ ବଡ ବ୍ୟତିକ୍ରମ ଓ ତରବରିଆ ନିଷ୍ପତି ।ସେଥିପାଇଁ
ପବିତ୍ର ଅରାଟ ମାଟି (ବର୍ତ୍ତମାନର ନରସିଂହପୁର )ର ଇଷ୍ଟଦେବୀ ମା ପ୍ରଗଳାଙ୍କ ନୂତନ ମୂର୍ତ୍ତୀ ପ୍ରତିଷ୍ଠା ଉପରେ ପ୍ରଶ୍ନବାଚୀ ???ଏହାର ଉତ୍ତରଦାୟୀ କିଏ ?

ପ୍ରଶ୍ନ ୧: ଆସ୍ଥାନରେ ନୂତନ ମୂର୍ତ୍ତୀ କାହିଁକି ? ମୂର୍ତ୍ତୀ ମୁଖ୍ୟ ଆସ୍ଥାନରେ ସ୍ଥାପିତ ନହୋଇ ପାର୍ଶ୍ଵରେ ରଖିଥିଲେ ଅସୁବିଧା କୋଉଠି ଥିଲା ?

ପ୍ରଶ୍ନ ୨: ଦୁଇଟି ଖଡ୍ଗ ରୂପେ ପୂଜିତା ମା ପ୍ରତ୍ୟକ୍ଷ ଭାବରେ ଶ୍ରଦ୍ଧାଳୁଙ୍କ ହୃଦୟର ଭାବନା ସହିତ ଜଡ଼ିତ !ବଡ ମୂର୍ତ୍ତୀ କରି ପ୍ରତ୍ୟକ୍ଷ ଖଡ୍ଗ ଆଢ଼ୁଆଳ କରିବା ଉଦ୍ଦେଶ୍ୟ କଣ ?

ପ୍ରଶ୍ନ ୩: ଦେହୁରୀ ପୂଜକ ମାଆଙ୍କ ନିର୍ଦ୍ଦେଶରେ ଖଡ୍ଗ ପୂଜା କରିଥାନ୍ତି ।ନୂତନ ମୂର୍ତ୍ତୀ ପୂଜା ପରମ୍ପରା ଅନୁଯାୟୀ ଠିକ୍ ତ ?

ପ୍ରଶ୍ନ ୪:ପୂର୍ବର ୧୩୧୨ ରୁ ଦୀର୍ଘ ୭୧୨ ବର୍ଷରୁ ଉର୍ଦ୍ଧ ପରମ୍ପରାକୁ ଭାଙ୍ଗିବା କେତେ ଦୂର ଠିକ୍ ?

ପ୍ରଶ୍ନ ୫: ମୂର୍ତ୍ତୀ ବଡ କରି ପୂଜିତ ଖଡ୍ଗ କୁ ଗୌଣ କରିବା କଣ ଆବଶ୍ୟକ ଥିଲା ?

ପ୍ରଶ୍ନ ୬: ମାଆଙ୍କ ସ୍ବପ୍ନ ନିର୍ଦ୍ଦେଶ ଅନୁସାରେ ରାଜା ପୂଜା କରନ୍ତି ।ମୂର୍ତ୍ତୀ ଗଢିବା ପାଇଁ ଯୁବରାଜଙ୍କୁ ନିର୍ଦ୍ଦେଶ ଥିଲା କି ?

ପ୍ରଶ୍ନ ୭: ଆଗମୀ ୫୦ ବର୍ଷ ପରେ ଆଗାମୀ ପୀଢ଼ି ବୁଝି ପାରିବେ ତ ଏହା ଖଡ୍ଗ ରୂପରେ ଥିଲେ ନା ମୂର୍ତ୍ତୀ ରୂପରେ ?

ପ୍ରଶ୍ନ ୮: କୌଣସି ପ୍ରଶାସନ ଯଦି ଅର୍ଥ ବଳରେ ଆଗାମୀ ଦିନରେ ଏଠାରେ ୫୦୦ ଫୁଟର ବିରାଟ କାୟ ମୂର୍ତ୍ତୀ ପ୍ରତିଷ୍ଠା କରିବେ,ଖଡ୍ଗ ପୂଜିତ ମା ଙ୍କ ଅସଲ ଲୀଳା ଉପରେ ଶ୍ରଦ୍ଧାଳୁ ଜାଣି ପାରବେ ତ?

ପ୍ରଶ୍ନ ୯: ରାଜା ଧର୍ମସିଂହ ..ରାଜା ଅନନ୍ତ ନାରାୟଣ ହରିଚନ୍ଦନ ମହାପାତ୍ର ..ରାଜା ତ୍ରିଲୋଚନ ସିଂହ ଦେଓ ମୂର୍ତ୍ତୀ ପ୍ରତିଷ୍ଠା କରି ନଥିଲେ କାହିଁକି ?

ପ୍ରଶ୍ନ ୧୦: ବୁଦ୍ଧିଜୀବି ମାନେ ମୂର୍ତ୍ତୀ ପ୍ରତିଷ୍ଠାକୁ ବାରଣ କଲେ ନାହିଁ କାହିଁକି ?ଖାଲି କବିତା ଆସର କି ବିଭିନ୍ନ କାର୍ଯ୍ୟକ୍ରମ କରି ଦେଲେ ହେବନି ।ଆପଣଙ୍କ ନିରବତା ପାଇଁ ଆଗାମୀ ପୀଢ଼ି କ୍ଷମା କରିବେ ତ?

ପ୍ରଶ୍ନ ୧୧: ବରିଷ୍ଠ ସାମ୍ବାଦିକ ମାନେ ପ୍ରଶଂସା କରି ମୂର୍ତ୍ତୀ ପ୍ରତିଷ୍ଠାକୁ ପ୍ରଚାର ପ୍ରସାର କରିବା କେତେଦୂର ଠିକ୍ ?ଏହା ଆମର ସ୍ବାଭିମାନ ପ୍ରତି କୁଠାରାଘାତ ନୁହେଁ ତ ?

ପ୍ରଶ୍ନ ୧୨: ଆଧୁନିକତା ଚାପରେ ଜେଜେ ବାପାଙ୍କ ଧୋତି ଗାମୁଛା ବଦଳରେ ଆଜି ସୂଟ୍ କୋର୍ଟ ପରିଧାନ କରିବା ଯାହା ଦିବ୍ୟ ପୂଜିତ ଖଡ୍ଗ ବଦଳରେ ମୂର୍ତ୍ତୀ ପୂଜା କରିବା ଏକା କଥା । ଐତିହ୍ୟ ଓ ପରମ୍ପରା ବଞ୍ଚିବ ତ ?

ପ୍ରଶ୍ନ ୧୩:ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଶବର ରାଜା ବିଶ୍ଵାବସୁ ଗଛର ପତ୍ର ଥାଳି ଓ ମାଟି ପାତ୍ରରେ ପ୍ରସାଦ ଗ୍ରହଣ କରିବା ପାଇଁ ବିନତୀ କରିଥିଲେ। ଆଜି ତାହା ଚାଲି ଆସିଛି । ଷ୍ଟିଲ ବାସନ /ପ୍ରେସର କୁକର ..ଇତ୍ୟାଦି ବ୍ୟବହାର କଲେ ସେ ଅତୀତ ପରମ୍ପରା ରହିବ ତ ? ଯଦି ଏମିତି ନୁହେଁ ତେବେ ଘଡ୍ଗ ସ୍ଥାନରେ ମୂର୍ତ୍ତୀ କାହିଁକି ?

ପ୍ରଶ୍ନ ୧୪:ବଡମ୍ବା ଗଡର ଆରାଧ୍ୟା ମା ଭଟ୍ଟାରିକା ବିଷ୍ଣୁଙ୍କର ଷଷ୍ଠ ଅବତାର ଭଗବାନ୍ ପର୍ଶୁରାମଙ୍କ ସିଦ୍ଧ ପୀଠ ଭାବରେ ସ୍ଵହସ୍ତରେ ପ୍ରସ୍ତର ଉପରେ ଧନୁ ତୀରରେ ଖଚିତ ଚିତ୍ର ।ଯଦି ଏଠି ପୂର୍ବ ଚିତ୍ର ହଟେଇ ନୂତନ ମୂର୍ତ୍ତୀ ପ୍ରତିଷ୍ଠା କରା ଯାଏ ତାହାହେଲେ ଶ୍ରଦ୍ଧାଳୁ ଗ୍ରହଣ କରି ପାରିବେ ତ ?

ପ୍ରଶ୍ନ ୧୫:ଆଧୁନିକତା ପ୍ରାଚୀନ ଦେବା ଦେବୀ ପୀଠ ଉପରେ ଭାରି ନପଡୁ! ଏମିତି ହେଲେ ସଂସ୍କୃତି ବଞ୍ଚି ପାରିବ ତ ?

ପ୍ରଶ୍ନ ୧୬: ବାବା ଚମ୍ପାନାଥ ଦେବ ହରିହର ପୀଠ ନାମରେ ବିଖ୍ୟାତ ।ପ୍ରଭୁ ଶ୍ରୀକୃଷ୍ଣ ଓ ବାଣାସୁର ଦୈତ୍ୟ ଯୁଦ୍ଧର ମୁକ ସାକ୍ଷୀ । ପ୍ରଶାସନ ଏଠି ଚମ୍ପାନାଥଙ୍କ ପୂଜାରେ ହସ୍ତକ୍ଷେପ କଲେ ଶ୍ରଦ୍ଧାଳୁ ମାନିବେ ତ ? ପ୍ରଶାସନର କାର୍ଯ୍ୟ ପାରି ପାର୍ଶ୍ଵ ସୁନ୍ଦରତା କରିବା ।ପ୍ରଚଳିତ ପରମ୍ପରା ନଷ୍ଟ କରିବା ଠିକ୍ ନୁହେଁ । ପାତାଳୀ ଫୁଟା ଲିଙ୍ଗ ଜାଗାରେ ଯଦି ମୂର୍ତ୍ତୀ ପୂଜା କରାଯିବ ତାହା ଗ୍ରହଣୀୟ କି ?

ପ୍ରଶ୍ନ ୧୭: ପଦାମାଳ ସ୍ଥିତ ବାଣାସୁର ନାସୀ ଦ୍ଵାପର ଯୁଗର ପ୍ରତୀକ । ବୌଦ୍ଧ ଧର୍ମ ସହିତ ଜଡ଼ିତ ମଧ୍ୟ । ସେଠି ଯଦି ପୂର୍ବ ମୂର୍ତ୍ତୀ ବଦଳରେ ନୂତନ ମୂର୍ତ୍ତୀ ରଖା ଯିବ ତାହା ଗ୍ରହଣୀୟ ହେବ କି ?

ପ୍ରଶ୍ନ ୧୮: ୧୯୮୨ ମସିହାରେ ତତ୍କାଳୀନ ରାଜା ତ୍ରିଲୋଚନ ସିଂଦେଓ ଗାଁ ଗାଁ ବୁଲି ଅନୁଦାନ ରାଶି ଭିକ୍ଷା କରିଥିଲେ ଓ ପ୍ରତିଷ୍ଠା କରିଥିଲେ।କିନ୍ତୁ ପୂର୍ବ ପରି ଖଡ୍ଗ ଆସ୍ଥନରେ ବିଜେ
ନୂତନ ଆସ୍ଥାନରେ ପୂର୍ବ ପରି କେବଳ ଦୁଇଟି ଖଡ୍ଗ ରୂପରେ ମା ପ୍ରଗଳା ପୂଜା ପାଇଥିଲେ ।ଭକ୍ତଙ୍କ ଭାବନାକୁ ସମ୍ମାନ ଦେଇ ଥିଲେ ଓ ମୂର୍ତ୍ତୀ ପ୍ରତିଷ୍ଠା ଠାରୁ ଦୂରରେ ଥିଲେ ।ହୁଏତ ଏହା ମା ପ୍ରଗଳାଙ୍କ ନିର୍ଦ୍ଦେଶ ଥିଲା ।
ଆଜି କାହାର ନିର୍ଦ୍ଦେଶରେ ମୂର୍ତ୍ତୀ ସ୍ଥାପିତ କରାଗଲା ?

ଅରାଟ/ନରସିଂହପୁର ମାଟିର ପରିଚୟ ଯୁଗ ଯୁଗ ପାଇଁ ବଜାୟ ରହିଥାନ୍ତା। ବର୍ତ୍ତମାନ ବଡ ମୂର୍ତ୍ତୀ ଆଢ଼ୁଆଳରେ ମା ପ୍ରଗଳା (ଖଡ୍ଗ ରୂପରେ) ।ନୂତନ ମୂର୍ତ୍ତୀ ମୁଖ୍ୟ ଆସ୍ଥାନରେ ନରଖି ଅନ୍ୟ କେଉଁ ପାର୍ଶ୍ଵରେ ରଖିଥିଲେ ଅସୁବିଧା ନଥିଲା ।ଆସ୍ଥାନରେ କେବଳ ଖଡ୍ଗ ରୁପି ମା ବିଜେ ହେବାର ଥିଲା ।ଏହାଦ୍ବାରା ଶ୍ରଦ୍ଧାଳୁ ମା ପ୍ରଗଳାଙ୍କ ମହିମା ବିଷୟରେ ଦେହୁରୀଙ୍କ ଠାରୁ ଜାଣି ପାରିଥାନ୍ତେ । ପ୍ରଥମ ରାଜା ଧର୍ମସିଂହ ୧୩୧୨ ମସିହାରେ ଅନୁଗୁଳର ତଳମୂଳରୁ ଆଣି ପ୍ରତିଷ୍ଠା କରିଥିଲେ ।ସେ କଣ ଚାହିଁଥିଲେ ମୂର୍ତ୍ତୀ ପ୍ରତିଷ୍ଠା କରି ପାରି ନଥାନ୍ତେ ? ତାଙ୍କ ବଂଶର ୨୬ ପୀଢ଼ିର ରାଜା ଅନନ୍ତ ନାରାୟଣ ହରିଚନ୍ଦନ ମହାପାତ୍ର ଚାହିଁଥିଲେ ଭବ୍ୟ ମୂର୍ତ୍ତୀ ପ୍ରତିଷ୍ଠା କରି ପାରିଥାନ୍ତେ ? ମା ପ୍ରଗଳାଙ୍କ ସ୍ୱପ୍ନ ଆଦେଶରେ ପରବର୍ତ୍ତୀ ସମୟରେ (ରାଜା ତଥା ସ୍ବର୍ଗତ ବିଧାୟକ ତ୍ରିଲୋଚନ ସିଂଦେଓ ) ୧୯୮୨ ମସିହାରେ ଗାଁ ଗାଁ ବୁଲି ଭକ୍ତଙ୍କ ଅନୁଦାନରେ ନୂତନ ମନ୍ଦିର କରିଥିଲେ ।ସେ ବି ଚାହିଁଥିଲେ ମୂର୍ତ୍ତୀ ପ୍ରତିଷ୍ଠା କରି ପାରି ଥାଆନ୍ତେ !ହଠାତ୍ କାହିଁକି ବର୍ତ୍ତମାନର ପ୍ରଶାସନ ତତ୍ପରତା ଦେଖାଇ ପୂର୍ବ ପୂଜିତ ଖଡ୍ଗଙ୍କୁ ପ୍ରାଧାନ୍ୟ ନଦେଇ ମୂର୍ତ୍ତୀ ପ୍ରତିଷ୍ଠା କଲେ ? ନରସିଂହପୁର ମାଟିର ବୁଦ୍ଧିଜୀବୀ,ଅବସର ପ୍ରାପ୍ତ ସରକାରୀ କର୍ମଚାରୀ (ପ୍ରଶାସନିକ ଅଧିକାରୀ,ସେନା,ଶିକ୍ଷକ),ସାମ୍ବାଦିକ ବନ୍ଧୁ ମାନେ ଚୁପ୍ ରହିବା କେତେଦୂର ଠିକ୍ ।ଏହା ପ୍ରତିବାଦ ସ୍ଵର ନୁହେଁ । ଅରାଟ ମାଟିର ସ୍ୱାଭିମାନ କଥା । ଏ ମାଟିର ଗର୍ବ ଓ ଗୌରବର କଥାକୁ ଆଗାମୀ ପୀଢ଼ି ନିକଟରେ କ୍ଷୁର୍ଣ୍ଣ କରିବାର ଏକ ସୁଚିନ୍ତିତ ହୀନ ପ୍ରୟାସ ବୋଲି ସନ୍ଦେହ ସ୍ଵାଭାବିକ।
ଦିଲ୍ଲୀରେ ରହିଲେ ମଧ୍ୟ ଖାଣ୍ଟି ନରସିଂହପୁରିଆ ଭାବରେ ମୋ ମନରେ ଆସିଥିବା ପ୍ରଶ୍ନ ଉପରେ ବିଚାର କରିବା କାର୍ଯ୍ୟ ଆପଣ ମାନଙ୍କର ।କାରଣ ଆଜି ଯଦି ପ୍ରଶ୍ନ କରିବାନି,ଆଗମୀ ଦିନରେ ଆମ ପୁଅ/ନାତି ନାତୁଣୀ ନିକଟରେ ଦୋଷୀ ଭାବରେ ନିଜକୁ ପ୍ରମାଣିତ କରିବା ।ସେଥିପାଇଁ ବାଧ୍ୟ ହେଲି ପ୍ରଶ୍ନ କରିବା ପାଇଁ ।ପ୍ରଶାସନ ତରଫରୁ ଆପଣ ମାନେ ବି ଉତ୍ତର ଅପେକ୍ଷାରେ ରହିବାକୁ ଅନୁରୋଧ ।ରାଜନୀତିରୁ ଉର୍ଦ୍ଦରେ ରହି ପ୍ରକୃତ ମାଟିକୁ ଭଲ ପାଉଥିବା ବ୍ୟକ୍ତି ଭାବରେ ବିଚାର କରନ୍ତୁ।
ଆପଣଙ୍କର (ମୁଁ)
ଆମୀୟ ପ୍ରଧାନ🙏

Related Post

Leave a Reply

Your email address will not be published. Required fields are marked *

You Missed