Spread the love

*ଦର୍ଶକ ମଣ୍ଡଳୀ ଶୁଭ ସନ୍ଧ୍ୟାର ସ୍ବାଗତଂ,, ଆଜି ର କାହାଣୀ ବି ଅଦ୍ଭୂତ,, ଯାହା ଶୁଣିଲେ ବିଶ୍ୱାସ କରିବା କଷ୍ଟ ହେଇପାରେ ଅନେକ ଲୋକଙ୍କୁ, କିନ୍ତୁ,,,,ୟେ ଧରା ପୃଷ୍ଟରେ ବି ଅଛନ୍ତି କିଛି ଇଶ୍ଵର ଙ୍କ ସୃଷ୍ଟି ଅନୁଭବୀ,, ଯାହାକୁ କୁହନ୍ତି ପ୍ରକୁର୍ତ୍ତ ଜ୍ଞାନୀ,, କାହାଣୀ ଶୁଣିବା ପୂର୍ବରୁ ସେଇ ପରମାତ୍ମା ଙ୍କ ବିଷୟରେ କିଛି, ଆଜି ପର୍ଯ୍ୟନ୍ତ ସମସ୍ତ ବିଦ୍ୱାନ ବୈଜ୍ଞାନିକ ରୁଷି ମୁନି ମାନେ ମଣିଷ ର ଇତିହାସ କୁ କହିବାକୁ ଯାଇ ଗୋଟେ କଥା କୁହନ୍ତି ମଣିଷ ର ପୂର୍ବଜ ମାଙ୍କଡ଼ ଥିଲେ, ଜଙ୍ଗଲ ରେ ରହୁଥିଲେ,, ଯାହାକୁ ଆଜି ଆମେ ଗରିଲା ସିମ୍ପାଜି କହୁଛେ,, ଆଜିବି ଆମର ପୂର୍ବଜ ଅଛନ୍ତି ଆଫ୍ରିକା ଦେଶରେ,, ଦେଖିବାକୁ ଅବିକଳ ମଣିଷ ପରି, ସେମାନେ ଆମ ବିଷୟରେ ସବୁ ଜାଣିଛନ୍ତି,, ବେଳେ ବେଳେ ଆମକୁ ଦେଖି ଚିନ୍ତା କରନ୍ତି, କାହିଁକି ଆମେ ମାନେ ଏପରି କରୁଛୁ, ଆଧୁନିକତା ଭିତରକୁ ଯାଇ ସର୍ବସ୍ୱ ଶେଷ କରୁଛୁ,,, ଏହାକୁ ଭାବି ସେମାନେ ବେଳେ ବେଳେ ହସନ୍ତି,,, ଆଜିର କାହାଣୀ ସେଇ ମାଙ୍କଡ଼ ଉପରେ,, କିପରି ଦିନେ ଏକ ମାଙ୍କଡ଼ ଗୋଟିଏ ରେଳ ଷ୍ଟେସନ ରେ ଚାକିରୀ କରେ, ସିଗନାଲ ମ୍ୟାନ ହେଇ,, ଦରମା ମଧ୍ୟ ନିଏ,,, ଓ ରିଟାୟାର୍ଡ଼ ବି ହୁଏ,, କାହାଣୀ ସାଉଥ ଆଫ୍ରିକା ର, ଏକ ରାଜ୍ୟ ଅଛି (କେପ ଟାଉନ) ଓ ସେଠାରେ ଏକ ରେଳ ଷ୍ଟେସନ ଅଛି ସେ ଷ୍ଟେସନ ରେ ଜଣେ (ଜେମ୍ସ ) ବୋଲି ଲୋକ ଚାକିରୀ କରନ୍ତି ଟ୍ରେନ ଗୁଡିକୁ ସିଗନାଲ ଦେବାକୁ,, କୋଉ ଟ୍ରେନ ପ୍ଲାଟଫର୍ମ କୁ ଆସିବ, କିଏ ସିଧା ପଳେଇବ ତାଙ୍କର ଥାଏ ହୁଇସିଲ ମାରି ଟ୍ରାକ ଛେଞ୍ଚ କରିବା କାମ,, ଘଟଣା 1881 ମସିହାରେ ଘଟିଥିଲା, ଜେମ୍ସ ର ଏକ ରେଳ ଗାଡି ଧକାରେ ନିଜ ଗୋଡ଼ ଦୁଇଟି କଟା ହେଇଗଲା,, କିଛି ଦିନ ମେଡିକାଲ ରେ ରହିଲା, ପରେ ଆସି ଡିଉଟି ରେ ଜଏନ କଲା, ନିଜର ଦୁଇଟି ବାଡ଼ି ସାହାଯ୍ୟରେ ଯିବା ଆସିବା ହେଉଥାଏ,,, କଷ୍ଟ ହେଲେବି କାହାକୁ କହିବ, ଜେମ୍ସ କୁ ଏକ ଚେୟାର ରେ ସିଗନାଲ ଜାଗାରେ ବସିବାକୁ ପଡେ ଟ୍ରେନ ଆସିଲେ ସେ ଟ୍ରିଗର କୁ ତଳକୁ ଉପରକୁ କରୁଥାଏ, ଦିନେ ସେ ଆଉ ଏକ ସହରକୁ ଯାଇଥିଲେ, ସେଠାରେ ଦେଖିଲେ ଏକ ମାଙ୍କଡ଼ କୁ ଜଣେ ପୋଷା ବନେଇଛି,, ଓ ମାଙ୍କଡ଼ ଟି ମାଲିକ (ଡେଭିଡ) ର କଥା ମାନି ସବୁ କାମ କରୁଛି,,ଜେମ୍ସ ଙ୍କ ଇଛା ହେଲା ତାକୁ ଆଣିବାକୁ,, ମୂଲ ଚାଲ ହେଲା ଜେମ୍ସ ତାକୁ କିଣି ଆଣିଲେ, କିନ୍ତୁ ଆଶ୍ଚର୍ଯ୍ୟ ମାଙ୍କଡ଼ ଟି ମଧ୍ୟ ଜେମ୍ସ ସାଙ୍ଗରେ ଖୁସିରେ ଆସିଲେ ଗୋଟିଏ ଦିନରେ ସାଙ୍ଗ ବା (ଚେଲା) ହେଇଗଲା,, ତା ନାଁ ଜ୍ୟାକ ରଖିଲେ ଜେମ୍ସ,,, ଦୁଇଜଣ ସେଇ ରେଳ ଷ୍ଟେସନ ରେ ସିଗନାଲ ବଦଳେଇବା କାମ କଲେ, ବର୍ତମାନ ଯେମିତି ଇଲେକ୍ଟ୍ରୋନିକ୍ସ ସିଗନାଲ ଅଛି ସେତେବେଳେ ନଥିଲା, ଟ୍ରେନ ଷ୍ଟେସନ କୁ ଆସିବା ପୂର୍ବରୁ ହର୍ନ ମାରିବ ଓ ଷ୍ଟେସନ ସିଗନାଲ ମ୍ୟାନ ହାତରେ ଟ୍ରାକ ଛେଞ୍ଚ କରିବ,,, ମାଙ୍କଡ଼ ଜ୍ୟାକ ବି ସେମିତି କରିବା ଶିଖିଗଲାଣି,, ଜେମ୍ସ ଖାଲି ବସନ୍ତି ମାଙ୍କଡ଼ ସବୁ କରେ, ଏହିପରି ଏକ ବର୍ଷ ହେଇଗଲା,, ଜ୍ୟାକ ପୁରା ଏକ୍ସପୋର୍ଟ,,, ଥରେ ଜଣେ ବଡ଼ ଅଫିସର ଯାଉଥିଲେ ଟ୍ରେନ ରେ ସେ ଦେଖିଦେଲେ ସବୁ ଖେଳ, ମାଙ୍କଡ଼ କରୁଛି ସିଗନାଲ ଛେଞ୍ଚ,,, ସେ କମ୍ପ୍ଲେନ କଲେ ଟ୍ରେନ ବିଭାଗ ର ଅଧିକାରୀ ଙ୍କ ପାଖରେ,, କହିଲେ କେମିତି ପରମିସନ ଦେଉଛନ୍ତି ଏକ ମାଙ୍କଡ଼ ବସି ସିଗନାଲ ଦଉଛି,, ତଦନ୍ତ ହେଲା ଓ ଜେମ୍ସ କୁ ଚାକିରୀ ରୁ ବିଦା କରିଦିଆଗଲା, ଦୁଇଜଣ ଆସିଲେ ରହୁଥିବା ଘରକୁ, ଦୁଃଖରେ ଜେମ୍ସ କହିଲେ ଆଉ ଚାକିରୀ ନାହିଁ ଚଳିବା କେମିତି ମୁଁ ଭିକ ମାଗିବି ତୁ ମୋସାଙ୍ଗେରେ ଯିବୁ,,, ସେଇଠୁ ଆରମ୍ଭ ହେଲା ଇଶ୍ଵର ଙ୍କ ଖେଳ,, ଯୋଉ ଅଫିସର ଜେମ୍ସ କୁ ଚାକିରୀ ରୁ ବାହାର କରିଥିଲେ ଦେଖିଲେ ରାତିରେ ସ୍ବପ୍ନ, ରାତି ଦୁଇଟା ରେ ଏକ ଗରିଲା ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରୁଛି ଓ ତାଙ୍କ ଛୋଟ ପୁଅ ସହିତ ଖେଳୁଛି,,, ନିଦ ଭାଙ୍ଗିଗଲା,, ସେ ବୁଝିପାରିଲେ ସବୁ କିଛି,,, ଜଣେ କମ୍ପ୍ଲେନ କଲା ବୋଲି କି ସ୍ଟେପ ନେଲି,, ତା ପରଦିନ ଜେମ୍ସ କୁ ଡକା ଗଲା, ରହିଲେ ଆହୁରି କିଛି ଷ୍ଟାପ ଟେଷ୍ଟ କରାଯିବ ମାଙ୍କଡ଼ ର ଯେ ସିଗନାଲ କେମିତି ଦେଉଛି,, ତିନି ଦିନ ହେଲା ପରୀକ୍ଷା, ପୁରା ସାଉଥ ଆଫ୍ରିକା ର ବଡ଼ ବଡ଼ ରେଳବାଇ ଅଫିସର ଆସିଲେ,, ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଲେ, ମାଙ୍କଡ଼ ଟି ପୁରା ପରଫେକ୍ଟ କାମ କରୁଛି ଟ୍ରେନ ଆସିଲେ ଆଖିପଲକ ବି ପଡୁନି, ତାର ନଜର ଆଉ କୋଉଠି ନାହିଁ ଟ୍ରେନ କିପରି ସଠିକ ଟ୍ରାକ ରେ ଯିବ ତାର ନିଶା,,, ମାଙ୍କଡ଼ ଜ୍ୟାକ କୁ ମିଳିଲା ଚାକିରୀ, ଦୈନିକ 20 ସେଣ୍ଟ ମୁଦ୍ରା, ଓ ମାସକୁ ଦୁଇ ବୋତଲ ମଦ, ଯାହା ଜେମ୍ସ କୁ ଦିଆ ଯାଇଥିଲା,,, କିନ୍ତୁ ଅର୍ଡର ଥିଲା ଜେମ୍ସ ଜ୍ୟାକ ପାଖରେ ବସିବ ଷ୍ଟେସନ ରେ,, ଏହିପରି ନଅ ବର୍ଷ ଡିଉଟି କଲା ମାଙ୍କଡ଼ ଜ୍ୟାକ,, ତାକୁ ବି ସେଇ ସୁବିଧା ମିଳୁଥିଲା ଯାହା ଜଣେ ରେଳବାଇ କର୍ମଚାରୀ କୁ ମିଳେ, ଆଜି ସେଇ ଷ୍ଟେସନ ରେ ଦୁଇଜଣକ ମୂର୍ତ୍ତି ବି ଅଛି,,,

Related Post

Leave a Reply

Your email address will not be published. Required fields are marked *

You Missed