Spread the love

ପୂଜା ପେଣ୍ଡାଲରେ ହୁଣ୍ଡି, ଅଭିନବ ପ୍ରୟାସକୁ ପ୍ରଶଂସା

ନିମାପଡ଼ା:ଦର୍ଶନ ସମୀକ୍ଷା

ଅସହାୟ କର୍କଟ ରୋଗୀ ପାଇଁ ପୂଜା ପେଣ୍ଡାଲରେ ଅଭିନବ କାର୍ଯ୍ୟ । ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉପସ୍ଥିତ ଅତିଥି ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଛେନୁଅଁ(ଗୁଡ଼ୁସାହି) ବାବା କାର୍ତ୍ତିକେଶ୍ୱର ପୂଜା କମିଟିର 28 ତମ ବାର୍ଷିକ ଉତ୍ସବର ଶେଷ ସଂଧ୍ୟାରେ ଉଦଘାଟିତ ହୋଇଛି “ଦାନ ହୁଣ୍ଡି” । ରାଜ୍ୟର ଅସହାୟ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଏହି ହୁଣ୍ଡିରୁ ଆଦାୟ ଅର୍ଥ ଲାଗିବ ବୋଲି ମଞ୍ଚରେ ଗୋଷଣା କରାଯାଇଛି । ଯେତେବେଳେ କ୍ୟାନସର ଭଳି ବେମାରୀ ଗୋଟେ ପରିବାରକୁ ତଳିତୁଳାନ୍ତ କରି ପକାଉଛି । ସେତେବେଳେ ହୁଣ୍ଡି ମାଧ୍ୟମରେ କିଛି ସାର୍ଯ୍ୟର ହାତ ବଢାଇବାକୁ ନିଷ୍ପତ୍ତି ନେଇଛି ପୂଜା କମିଟି । ଏଭଳି ଏକ ସାମାଜିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ନିମନ୍ତ୍ରିତ ଅତିଥି ଓ ଉପସ୍ଥିତ ଦର୍ଶକ ।

ବାବା କାର୍ତ୍ତିକେଶ୍ୱର ପୂଜା କମିଟିର ଚତୁର୍ଥ ସାଂସ୍କୃତିକ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଗବିଜୟ ପଟ୍ଟନାୟକ, ଚଳଚ୍ଚିତ୍ର ଜଗତର ପରିଚିତ ନାୟକ, ଲେଖକ, ଗୀତିକାର ଶ୍ରୀକାନ୍ତ ଗୌତମ, ନିମାପଡ଼ା ବିଡିଓ ଅଭିଜିତ ଷଡ଼ଙ୍ଗୀ, ଓଡ଼ିଶା ସମାଜସେବୀ ମହାସଂଘର ସଭାପତି ନାରାୟଣ ଓଝା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ । ମଞ୍ଚ ପରିଚାଳନା କରିଥିଲେ ଯୁବ ସାମ୍ବାଦିକ ତଥା ପୂଜା କମିଟିର ସଭାପତି ବିକାଶ ଚନ୍ଦ୍ର ବାରିକ । ଉପସ୍ଥିତ ଥିଲେ ସମସ୍ୟ ସଦସ୍ୟ ।

Leave a Reply

Your email address will not be published. Required fields are marked *