Spread the love

ଗାଜା ଉପରେ ଇସ୍ରାଏଲର ବଡ଼ ହମଲା। ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଶହରୁ ଅଧିକ ଆହତ ହୋଇଛନ୍ତି। ଗାଜାର ଉତ୍ତର ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ ହୋଇଛି। ସହାୟତା କେନ୍ଦ୍ର ଉପରେ ଆଖିବୁଜା ଗୁଳିମାଡ଼ କରିଥିଲା ଇସ୍ରାଏଲ ସେନା। ଏଥିରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ଯୁ ହୋଇଛି। ୭୬୦ ଜଣ ଆହତ ହୋଇଛନ୍ତି। ସହାୟତା କେନ୍ଦ୍ରରେ ଗହଳି ହୋଇଥିବାବେଳେ ବିପଦ ଆଶଙ୍କା କରି ଆକ୍ରମଣ କରିଥିଲା ଇସ୍ରାଏଲ ସେନା। ନିଜ ନାଗରିକଙ୍କ ମୃତ୍ଯୁ ନେଇ ସ୍ପଷ୍ଟ କରିବା ସହ ଏହାର କଡ଼ା ନିନ୍ଦା କରିଛି ପାଲେଷ୍ଟାଇନ। ନରସଂହାର ଭାବେ ଏହାକୁ କହିବା ସହ ଇସ୍ରାଏଲକୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛି!.
ସୂଚନା ଅନୁଯାୟୀ , ସହାୟତା କେନ୍ଦ୍ରରେ ଖାଦ୍ୟ ସଂଗ୍ରହକୁ ନେଇ ହୋହାଲ୍ଲା ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଇସ୍ରାଏଲ ସେନା ଆଖିବୁଜା ଗୁଳିମାଡ଼ କରିଥିଲା। ଟ୍ରକ ଭର୍ତ୍ତି ଖାଦ୍ୟସାମଗ୍ରୀ ଲୋକଙ୍କ ପାଇଁ ଆସିଥିବାବେଳେ ଲୋକେ ଖାଦ୍ଯ ପାଇଁ ହଙ୍ଗାମା କରିଥିଲେ। ସହାୟତା ଲାଗି ଆସିଥିବା ଟ୍ରକକୁ ଲୋକେ ଲୁଟ୍ କରିଥିଲେ। ଲୋକେ ସେନାର ନିକଟତର ହେବାପରେ ଗୁଳି ବର୍ଷାଇଥିଲା ଇସ୍ରାଏଲ। ଗାଜା ହମଲାକୁ ସ୍ଵୀକାର କରିଛି ଇସ୍ରାଏଲ ସେନା। ପ୍ରବଳ ହଙ୍ଗାମାରୁ ଯବାନଙ୍କ ଉପରେ ବିପଦ ସୃଷ୍ଟି ହୋଇଥିବା ଆଇଡିଏଫ୍ କହିଛି। ଆକ୍ରମଣରେ ଆଗକୁ ମୃତ୍ଯୁସଂଖ୍ଯା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅଲ ସିଫା ହସ୍ପିଟାଲରେ ଶହ ଶହ ସଂଖ୍ଯାରେ ଆହତ ଆସୁଥିବାରୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ଫେଲ ମାରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ!.

Related Post

Leave a Reply

Your email address will not be published. Required fields are marked *

You Missed