ଭାଗବତ ଗୀତାରେ ଶ୍ରୀକୃଷ୍ଣ କହୁଛନ୍ତି,
ସକ୍ତାଃ କର୍ମଣ୍ୟବିଦ୍ୱାଂସୋ ଯଥା କୁର୍ବନ୍ତି ଭାରତ।
କୁର୍ଯ୍ୟାଦ୍ୱିଦ୍ୱ୍ୟାଂସ୍ତଥାସକ୍ତଶ୍ମିକୀର୍ଷୁଃର୍ଲୋକସଂଗ୍ରହମ୍।
ହେ ଭାରତ ଶ୍ରେଷ୍ଠ ଅଜ୍ଞ ବ୍ୟକ୍ତି ମାନେ ଯେପରି ଫଳ ପ୍ରାପ୍ତି ର ଆଶା ରଖି କର୍ମ କରନ୍ତି ସେହି ପରି ଜ୍ଞାନୀ ମାନେ ଅନାସକ୍ତ ଭାବରେ ଲୋକ ମାନଙ୍କ ଉଚିତ ମାର୍ଗ ଦର୍ଶନ କରିବା ପାଇଁ କର୍ମ କରିବା ଉଚିତ।
ସୃଷ୍ଟ ପଦାର୍ଥ ମାତ୍ରକେ ଅପୂର୍ଣ୍ଣ ; କାରଣ ତାହା ପୂର୍ଣ୍ଣର ଅଂଶ, ସୁତରାଂ ଅପୂର୍ଣ୍ଣ ବସ୍ତୁ ଲାଭ କଲେ ଅଭାବ ଦୂର ହୁଏ ନାହିଁ, ବିଷ୍ଣୁତ୍ବ, ଶିବତ୍ୱ ମଧ୍ୟ ସୃଷ୍ଟ ତେଣୁ ତାହା ଲାଭ କଲେ ମଧ୍ୟ କେହି ପୂର୍ଣ୍ଣ ଶାନ୍ତିର ଅଧିକାରୀ ହୋଇପାରିବେ ନାହିଁ, ଆତ୍ମସ୍ୱରୂପ ଉପଲବ୍ଧି କରି ଯେତେବେଳେ ବୁଝିପାରିବ ଯେ ଦ୍ୱାଦଶ ସୂର୍ଯ୍ୟ ପୃଥିବୀ ଦଗ୍ଧ କରନ୍ତୁ ;ଉନପଞ୍ଚାଶ ବାୟୁ ପ୍ରବାହିତ ହୁଅନ୍ତୁ,ସପ୍ତସମୁଦ୍ର ପୃଥିବୀକୁ ଗ୍ରାସ କରନ୍ତୁ ; ସେଥିରେ ମୋର କିଛି କ୍ଷୟ -ବୃଦ୍ଧି ନାହିଁ - ସେତେବେଳେ ଯାଇ ତୁମେ ପୂର୍ଣ୍ଣ ଶାନ୍ତିର ଅଧିକାରୀ ହେବ ସେତେବେଳେ ସାଧାରଣ ବିଷୟ - ସମ୍ପତ୍ତି ତ ଦୂରର କଥା, ସସାଗରା ବସୁନ୍ଧରାର ଆଧିପତ୍ୟ ମଧ୍ୟ ତୁମକୁ ହେୟ ବୋଧ ହେବ
ଧର୍ମଶାସ୍ତ୍ର ଅନୁସାରେ ପ୍ରତ୍ୟକବ୍ୟକ୍ତି ପାଇଁ କିଛି ନିର୍ଦିଷ୍ଟ କର୍ମ ରହିଥାଏ।କର୍ମ ପ୍ରତ୍ୟକ ବ୍ୟକ୍ତିଙ୍କର ଜନ୍ମ ସହିତ ସଂଶ୍ଲିଷ୍ଟ ରହିଥାଏ।ଆସକ୍ତିରହିତ କର୍ମ ଦ୍ୱାରା ହିଁ ପ୍ରତ୍ୟକବ୍ୟକ୍ତି ପରମାତ୍ମାଙ୍କ ସହ ମିଶିପାରିବେ।ଜ୍ଞାନ ଏବଂ କର୍ମଯୋଗ ସହ ଭକ୍ତିଯୋଗର ର ମଧ୍ୟ ଆବଶ୍ୟକତା ରହିଛି।ନିଷ୍କାମ କର୍ମ କେବଳ ଭକ୍ତି ମାଧ୍ୟମରେ ସାଧିତ ହେଇପାରେ।ତେଣୁ ଗୀତର ଦ୍ୱାଦଶ ଅଧ୍ୟାୟରେ ଭକ୍ତିଯୋଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।ଯେଉଁମାନେ ଭଗବାନଙ୍କୁ ଶୁଦ୍ଧଚିତ୍ତରେ ଆରଧନା କରିଥାନ୍ତି ସେହି ମାନେ ଯୋଗୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଯୋଗୀ ହେଇଥାନ୍ତି।ଈଶ୍ୱରଙ୍କ ରୂପ ହେଉଛି ସମଗ୍ର ବିଶ୍ୱର୍ ରୂପ।ତେଣୁ ସେହି ଈଶ୍ୱରଙ୍କ ଗୋଟିଏ ରୂପକୁ ଯେଉଁବ୍ୟକ୍ତି ଆରଧନା କରିଥାଏ ସେହି ବ୍ୟକ୍ତି ମୋକ୍ଷ ପ୍ରାପ୍ତି କରିଥାଏ ।