ଦୁଇ ବିଧାୟକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ପଞ୍ଚାୟତ ଜନ ପ୍ରତିନିଧି।
ମାଲକାନଗିରି:(ଦର୍ଶନ ସମୀକ୍ଷା )ମନୋଜ ଦେବ ପାଙ୍ଗି
ମାଲକାନଗିରି ଜିଲ୍ଲାକୋରୁକୋଣ୍ଡା ବ୍ଲକଅଧୀନ ସମସ୍ତ୧୨ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମିଳିତ ହୋଇ ଚିତ୍ରକୋଣ୍ଡା ଏବଂ ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଏକ ଦାବିପତ୍ର କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି I ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ବିକଶିତ ଗ୍ରାମ ବିକଶିତ ଓଡିଶା କାର୍ଯ୍ୟକ୍ରମ ମାଧ୍ଯମରେ ଗ୍ରାମର ବିକାଶ ଦିଗରେ ବିଭିନ୍ନ ଉନ୍ନୟନ ମୂଳକ କାମ ହେଉଛି ଏବଂ ଗ୍ରାମର କେଉଁ କେଉଁ କାମ ହେବ ଗ୍ରାମସଭା, ପଲ୍ଲିସଭାରେ ସ୍ବୀକୃତି ପାଇ ସରକାରଙ୍କ ଅନୁମୋଦନ ଦନ ପାଇଁ ଯାଉଛି ଏବଂ ସେଥୁ ମଧ୍ୟରୁ ୪୦ ପ୍ରତିଶତ ଉନ୍ନୟନମୂଳକ କାର୍ଯ୍ୟ ବିଧାୟକମାନେ ନିଜ ଇଚ୍ଛା ମୁତାବକ ଦେବାର ପ୍ରାବଧାନ ଅଛି । କିନ୍ତୁ କାମ ଗୁଡିକ ଅନୁମୋଦନ ହୋଇ ଆସିଲା ପରେ ଉଭୟ ବିଧାୟକ ସମସ୍ତ କାମ ନିଜ ନିଜର କର୍ମୀ କରିବେ ବୋଲି ବ୍ଲକ ପ୍ରଶାସନକୁ ଚାପ ପକାଉଛନ୍ତି । ଫଳରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧୂଙ୍କ ଉନ୍ନୟନ l କାମରେ କୌଣସି ଭୂମିକା ରହୁନାହିଁ | ତେଣୁ କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ବରେ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ଏକଜୁଟ ହୋଇ ଉଭୟ ବିଧାୟକଙ୍କ କେଉଁ ଅଧୂକାରରେ ସମସ୍ତ କାମକୁ ପାର୍ଟିର କର୍ମୀଙ୍କ ଭିତରେ ବାଣ୍ଟିବାକୁ ଦାବିକରୁଛନ୍ତି ବୋଲି ବିଡିଓଙ୍କୁ ପ୍ରଶ୍ନ କରିଥିଲେ । ଆସିଥିବା ସମସ୍ତ କାମରେ ପଞ୍ଚାୟତ ତ ପ୍ରତିନିଧୂଙ୍କ ଅଗ୍ରାଧିକାର ରହୁ ବୋଲି ଦାବି କରିବା ସହ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଏବଂ ଆଗାମୀଦିନରେ ଯଦି ଏହି ପ୍ରଥା ବନ୍ଦ ନହୁଏ ତେବେ ଆଗାମୀ ଦିନରେ ବ୍ଲକ ଅଚଳ କରିବାକୁ ପଞ୍ଚାୟତ ପ୍ରତିନିଧି ମାନେ କହିଛନ୍ତି।












Leave a Reply