Spread the love

କନ୍ଧମାଳ : ରାଇଖୋଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଳିତ ହେଲା 2024 ବାର୍ଷିକ ଉତ୍ସବ…

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ରାଇଖୋଲ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 2024 ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଉତ୍ସବ କୁ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଏସ ଶିବପ୍ରିୟା ଦୋରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଜାନକୀ ଯାନୀ, ବକ୍ତା ବିଇଓ ଶ୍ରୀ ବିନୋଦ ବିହାରୀ ଦିଗାଲ,ଏବିଓ ନରସୁ କହଁର ,ସମ୍ନାନିତ ଅତିଥି ଭାବେ ସମିତିସଭ୍ୟ ଶ୍ରୀ, ଶୁକଦେବ ସେଠି, ସି ଆର ସି ସି ଅଶୋକ ମଲ୍ଲିକ, ଇନ୍ଦ୍ରମଣି ନାୟକ ଏବଂ ସ୍କୁଲ ର ସଭାପତି ସନନ୍ତ ଯାନୀ,ପୁରାତନ ଛାତ୍ର ବଂଶୀଧର ନନ୍ଦ ଯୋଗଦେଇଥିଲେ l ଏଥିରେ ମୁଖ୍ୟ ବକ୍ତା ପିଲାମାନଙ୍କୁ ସରଳ ସୁନ୍ଦର ଭାବେରେ ଭଲ ପାଠ ପଢ଼ୀବା ସହିତ ନାଚ ଗୀତ ମାଧ୍ୟମରେ ସମାଜର କିଛି ପରିବର୍ତ୍ତନ କରିବା ସହିତ ସ୍କୁଲର ସୁନାମ ଅର୍ଜନ କରିବା କୁ ବାର୍ତ୍ତା ଦେଇଥିଲେ l ତା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିତର୍କ ପ୍ରତିଯୋଗିତା କରାଯାଇଥିଲା l ଶେଷରେ ପୂର୍ବରୁ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ପ୍ରତିଯୋଗୀ, ପ୍ରଥମ, ଦ୍ୱତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ବିତରଣ କରାଯଇଥିଲା। ସୁଚନା ଥାଉକି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଖେଳ ପ୍ରତିଯୋଗିତା ଉକ୍ତ ସ୍କୁଲର ଆସିଷ୍ଟାଣ୍ଟ ଶିକ୍ଷୟିତ୍ରୀ ବନଲତା ନାୟକଣଙ୍କ ଦ୍ଵାରା ପରିଚାଳିତ ହୋଇଥିବାରୁ ତାଙ୍କୁ ସରପଞ୍ଚ ଏବଂ ସମୀତି ସଭ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବରେ ଗ୍ରାମର ନବୀନ ଯାନୀ ଏବଂ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ବର୍ତ୍ତମାନ ରାଇଖୋଲ ବିଦ୍ୟାଳୟ ସମସ୍ତ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ସ୍କୁଲର ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ସହିତ ପାଠପଢ଼ା ସ୍ବଭାବିକ ହେବାକୁ ଲାଗିଥିବାରୁ ଗ୍ରାମବାସୀ ସମସ୍ତ ଶିକ୍ଷୟତ୍ରୀ ମାନଙ୍କୁ ଭ୍ରୃୟଶି ପ୍ରସସା କରୁଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *