ବୌଦ୍ଧ : କେରଳରେ ମୃତ ଶ୍ରମିକଙ୍କ ମୃତଦେହକୁ ସମ୍ବଲପୁର ଗ୍ରାମକୁ ଆଣି ପରିବାରକୁ ହସ୍ତାନ୍ତର କଲା ଜ଼ିଲ୍ଲା ପ୍ରଶାସନ..
ବୌଦ୍ଧ:-=ଦର୍ଶନ ସମୀକ୍ଷା (କୁନା ଦିଗଲ)
ଜିଲ୍ଲା ର କେରଳ ରାଜ୍ୟର ଭାଡ଼ କୁମୁରୀ ଠାରେ ଆତ୍ମହତ୍ୟା କରି ମ୍ରୁତ୍ୟ ବରଣ କରିଥିବା ହରଭଙ୍ଗା ବ୍ଲକ୍ ସମ୍ବଲପୁର ଗ୍ରାମର ଶ୍ରମିକଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ l ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଗ୍ରାମର ଅନିଲ ନାଏକ କେରଳ ରାଜ୍ୟ ଇଡ଼ୁକି ଜିଲ୍ଲାର ଏକ ପ୍ଲାଏ ଉଡ କମ୍ପାନୀରେ କାମ କରୁଥିବା ବେଳେ ଗତ 2 ତାରିଖ ଦିନ ଆତ୍ମହତ୍ୟା କରିଥିଲେ l ତାଙ୍କ ମୃତଦେହକୁ ଘରକୁ ଆଣିବା ପାଇଁ ପରିବାର ପ୍ରଶାସନକୁ ଅନୁରୋଧ କରିଥିଲେ l ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ତତ୍ୱାବଧନାରେ ବୁଧବାର ଦିନ କୋଚି ବିମାନ ବନ୍ଦରରୁ ଭୁବନେଶ୍ବର ବିମାନ ବନ୍ଦର ଯାଏଁ ଉଡ଼ାଜାହାଜରେ ଅଣାଜିବା ପରେ ସେଠାରୁ ମହାଯାତ୍ରା ରଥରେ ସମ୍ବଲପୁର ଗ୍ରାମକୁ ଆଣି ପରିବାରକୁ ହସ୍ତାନ୍ତର କରା ଯାଇଥିଲା l ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ସୂଚନା ଦେଇଛନ୍ତି l












Leave a Reply