ମାଲକାନଗିରି //ମାଣ୍ଡିଆ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳିତ — ମାଲକାନଗିରିରେ ଶ୍ରୀ ଅନ୍ନ ଅଭିଯାନକୁ ନୂଆ ଗତି

Spread the love

ମାଣ୍ଡିଆ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳିତ — ମାଲକାନଗିରିରେ ଶ୍ରୀ ଅନ୍ନ ଅଭିଯାନକୁ ନୂଆ ଗତି

ମାଲକାନଗିରି:ମନୋଜ ଦେବ ପାଙ୍ଗି (ଦର୍ଶନସମୀକ୍ଷା)

ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମାଲକାନଗିରି ଶ୍ରୀ ଅନ୍ନ ଅଭିଯାନ ଓ ଜିଲ୍ଲା ପ୍ରଶାସନଙ୍କ ଉପସ୍ଥିତିରେ ମାଣ୍ଡିଆ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ପୌଷ୍ଟିକ ଖାଦ୍ୟ, ସୁସ୍ଥିର କୃଷି ଓ ଗ୍ରାମୀଣ ଜୀବିକାରେ ମାଣ୍ଡିଆ ଓ ଅନ୍ୟାନ୍ୟ ଶ୍ରୀ ଅନ୍ନ ଫସଳର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା।
ଏହି ମାଣ୍ଡିଆ ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲୁ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ସିଦ୍ଧାର୍ଥ କର ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମହେଶ ପାଢ଼ୀ ମାଣ୍ଡିଆକୁ ପୋଷଣ ଓ ପରିବେଶ ସହିତ ଜଡିତ ଫସଲ ବୋଲି ବର୍ଣ୍ଣନା କରିଥିଲେ । ବର୍ତ୍ତମାନ କିଭଳି ବୈଜ୍ଞନିକ ପଦ୍ଧତିରେ ଉନ୍ନତମାନର ଚାଷ କରାଯାଇ ପାରିବ ତାହା ବିସ୍ତୃତ ଭାବରେ ଚାଷୀଙ୍କୁ ଅବଗତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଚାଷୀଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଏବଂ ଚାଷ ବିଷୟରେ ସଚେତନତାମୂଳକ କାର୍ଯ୍ୟକ୍ରମ ବୃଦ୍ଧି କରିବା ପାଇଁ ଉପଦେଶ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ୱାସନ୍ ର କର୍ମକର୍ତା, ଶ୍ରୀ ଅନ୍ନ ଅଭିଯାନରେ ଜଡିତ ବେସରକାରୀ ସଂସ୍ଥା , ଏଫ୍ ପି ଓ ଓ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ସମୁହ ଏବଂ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ଏହି ମାଣ୍ଡିଆ ଦିବସଟି “କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ମହିଳାଙ୍କ ସହଭାଗିତା ଉପରେ ଆଧାରିତ ଥିଲା। ଏଥିରେ ମାଣ୍ଡିଆ ଉତ୍ପାଦ ପ୍ରଦର୍ଶନୀ, ବିଜ ପ୍ରଦର୍ଶନ ଓ ପୌଷ୍ଟିକ ଖାଦ୍ୟ ରାଗି ଲଡୁ, ବିସ୍କୁଟ୍ ଓ ମିଲେଟ ଚାଖିବା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ର ଶେଷରେ ପ୍ରଗତିଶୀଳ କୃଷକ ଓ ମହିଳା ସମୁହ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ଯେଉଁଥିରେ ଚିତ୍ରକୋଣ୍ଡା ବ୍ଲକ ର ତୁଳା ଦଳେଇ, କୋରୁକୋଣ୍ଡା ବ୍ଲକର ସାବିତ୍ରୀ,ଖଇରପୁଟ ବ୍ଲକର ସବିତା ଚପାଡ଼ି, ମାଲକାନଗିରି ବ୍ଲକର ଭାନୁମତୀ ପାଙ୍ଗି ଓ ମାଥିଲି ବ୍ଲକ ର ଭାନୁମତୀ ପାଙ୍ଗି ଶ୍ରେଷ୍ଠ ମାଣ୍ଡିଆ ଚାଷୀ ଭାବେ ସମ୍ମାନିତ ହୋଇଥିଲେ । ବସନ୍ତ ଖିଲୋ ଶ୍ରେଷ୍ଠ ସଂରକ୍ଷିତ ଚାଷୀ , ସମାରି ନାୟକ ଶ୍ରେଷ୍ଠ ମହିଳା ମଣ୍ଡି ଉଦ୍ୟୋଗୀ, ପରିବର୍ତନ ବେସରକାରୀ ସଂସ୍ଥା – ମାଥିଲି, ଚାଷୀ ଭାଇ ଚାଷ ଉତ୍ପାଦକାରି ସଂସ୍ଥା ଓ ମା ବିରଜା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଶ୍ରେଷ୍ଠ ପୁରସ୍କାର ରେ ସମ୍ମାନିତ ହୋଇଥିଲେ।
କାର୍ୟକ୍ରମ ଶେଷରେ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ ଏବଂ ସମସ୍ତେ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ମାଣ୍ଡିଆ ଚାଷ ଓ ଖାଦ୍ୟ ବ୍ୟବହାର ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *