ବାଲିମେଳା କଲେଜରେ ଓର୍କେଲ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି:ମନୋଜ ଦେବ ପାଙ୍ଗି(ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ
ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଏନଏସଏସ ଓ ମୋ ଗୌରବ ମୋ କଲେଜ ପକ୍ଷରୁ ଓର୍କେଲ ପୋଲିସ ସହଭାଗିତାରେ ସାଇବେର ସୁରକ୍ଷା ସଚେତନତା ଅଧିବେଶନ କାର୍ଯ୍ୟକ୍ରମ ଆଜି ବାଲିମେଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ଉକ୍ତ ଅଧିବେଶନରେ ଠକ ମାନଙ୍କ ସାଇବେର ଅପରାଧର ବିଭିନ୍ନ କୌଶଳ ଯଥା : ଅନଲାଇନ ଠକେଇ, ଲଟେରୀ, ଅନଲାଇନ ଟ୍ରାନଯାକସନ, ଫେକ କଲ ମାଧ୍ୟମରେ ମାଗୁଥିବା ଓଟିପି, ଫେକ ନ୍ୟୁଡ଼ ଭିଡିଓ କଲ ଇତ୍ୟାଦି ଭଳି ଠକାମିରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓର୍କେଲ ପୋଲିସ ଏସଆଇ ଅଜିତ ସିଂ ବରିହା, ଏସଆଇ ମିଲନ ବରିହା, ଏସଆଇ ରୋହିତ ବାଘ, ଏଏସଆଇ ସଞ୍ଜିତ ଟାକରୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ଠକେଇରୁ କିପରି ବର୍ତ୍ତିବେ ସେନେଇ ସଚେତନ କରିଥିଲେ। ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସାଇବର ସୁରକ୍ଷା ନେଇ ଡ଼ିବେଟ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥିଲା। ଯେଉଁଥିରେ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ରାଜା ସାମଲ, ଚନ୍ଦନ ମହାରଣା, ଗଙ୍ଗା ଖେମୁଡୁ ଓ ସ୍ୱର୍ଣ୍ଣମୟୀ ସାହୁ ଏହିପ୍ରତିଯୋଗିତା ମାଧ୍ୟମରେ ପୁରସ୍କୃତ ହୋଇଥଲେ। ଏହି କାର୍ଯ୍ୟକ୍ରମକୁ ରାଜନୈତିକ ବିଜ୍ଞାନ ଅଧ୍ୟାପକ ପୁରୁଷୋତ୍ତମ ସମରଥ, ଅର୍ଥନୀତି ଅଧ୍ୟାପକ ତପନ କର୍ଜୀ, ଏନ.ଏସ.ଏସ ପରିଚାଳକ ଓ ଓଡ଼ିଆ ଅଧ୍ୟାପକ ମନୋରଞ୍ଜନ ଖମାରୀ ପରିଚାଳନା କରିଥିଲେ।











Leave a Reply