Spread the love

ବଡ଼ବିଲ ଓ ଯୋଡା ପୌରାଞ୍ଚଳ ରେ ସାଂସଦ ଖେଳ ମହୋତ୍ସବକୁ ଉଦଘାଟନ କଲେ ଚମ୍ପୁଆ ଉପଜିଲ୍ଲାପାଳ
ଦର୍ଶନ ସମୀକ୍ଷା ବଡ଼ବିଲ
ତା-04-11-2025
ବଡ଼ବିଲ -କେନ୍ଦୁଝର ବଡ଼ବିଲ ବିକାଶ ମହଲ ପଡିଆରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି ଏହାକୁ ଚମ୍ପୁଆ ଉପ-ଜିଲ୍ଲାପାଳ ଉମା କାନ୍ତ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ ମହୋତ୍ସବକୁ ଉଦଘାଟନ କରିଥିବା ବେଳେ ଯୋଡ଼ା ବିଡ଼ିଓ ଦାନିସ ବେହେରା, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ରନାଥ ପିଙ୍ଗୁଆ ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ l ପୂର୍ବତନ ବଡ଼ବିଲ ପୌରାଧ୍ୟକ୍ଷ ଦିଲ୍ଲୀପ ମିଶ୍ର, ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଦାସ, ବଡ଼ବିଲ ମଣ୍ଡଳ ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ, ଚନ୍ଦ୍ରଗୁପ୍ତ ପ୍ରସାଦ, ଧମେନ୍ଦ୍ର ମହାନ୍ତ, ରାମ କୁମାର ଶ୍ରଦ୍ଧାଞ୍ଜଳି କର, ସ୍ୱପ୍ନା ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଚମ୍ପୁଆ ଉପ-ଜିଲ୍ଲାପାଳ ଉମାକାନ୍ତ ପରିଡା ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ଦୀପ ପ୍ରଜ୍ୱଳନ ପରେ ବଡ଼ବିଲ ସରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l ଏହା ପରେ ସାଂସଦ ଖେଳ ମହୋତ୍ସବ ର ପତାକା ଉତ୍ତୋଳନ ଓ ଶପଥ ପାଠ ପରେ ଖେଳ ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା l ବଡ଼ବିଲ ବିକାଶ ମହଲ ପଡିଆରେ ଖୋ ଖୋ, କବାଡି, ୪00ମିଟର ଦୌଡ଼ି, ୧00 ମିଟର ଦୌଡ଼ି, ଲମ୍ବ ଡିଆଁ, ଉଚ୍ଚ ଡିଆଁ ପ୍ରତିଯୋଗିତା କରାଯିବାର କାର୍ଯ୍ୟକ୍ରମ ରହିଛି l ସେହିପରି ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ କଳିଙ୍ଗ ଖେଳ ପଡିଆରେ ଭଲିବଲ,ବେଳକୁଣ୍ଡି ଖେଳ ପଡିଆରେ ଫୁଟବଲ, ଓ ଯୋଡ଼ା ମୁନିସିପାଲିଟି ସେଣ୍ଟ୍ରାଲ ଖେଳ ପଡିଆରେ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି l ଏହି ଖେଳ ମହୋତ୍ସବ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା l

Leave a Reply

Your email address will not be published. Required fields are marked *