Spread the love

ସତ୍ୟ କାହାଣୀ ଶୁଣିବାକୁ ଭଲ ଲାଗେ, କିନ୍ତୁ ବେଳେ ବେଳେ ରହସ୍ୟମୟ କାହାଣୀ ଶୁଣିଲେ “ଚନ୍ଦନ ଚନ୍ଦନ ବାସେ ” ତାହାର କାରଣ ହୁଏତ ମୁଁ ଭାବେ ସେଇ କଥା ଯାହା ଆଗରୁ କିଏ କୋଉ ଯୁଗରୁ କହି ଯାଇଛନ୍ତି ଯୋଉ ଗାତ ପର ପାଇଁ ଖୋଲିବେ ଦିନେ ସେଇ ଗାତରେ ନିଜେ ପଡିବେ,, ଆଜିର କାହାଣୀ ରେ ଦୁଇଟି ପ୍ରକାର ଚନ୍ଦନ ବାସିବ, ଘଟଣା ଟି ଗାଜିଆବାଦ ଉତ୍ତରପ୍ରଦେଶ ରେ ଘଟିଥିଲା 2021 ମସିହାରେ, ଜଣେ ସାଧାରଣ ବ୍ୟବସାୟୀ କିପରି 30 ବର୍ଷ ଭିତରେ 300 କୋଟିର ମାଲିକ ହେଲା,, ସେ ମହାଶୟ ଦେଖିଲେ ଛୋଟ ବ୍ୟବସାୟୀ ହେଇ କିଛି ଲାଭ ନାହିଁ ଆରମ୍ବ କଲେ ଜମି ବାଡ଼ି କାରବାର, 1995 ମସିହାରୁ ଆରମ୍ଭ କଲେ କିଛି ସାଙ୍ଗ ମାନଂକୁ ନେଇ, ଛୋଟ ଛୋଟ ଜମି କିଣିଲେ ଓ ଚଢା ଦାମରେ ବିକିଲେ, ଯେହେତୁ ଦିଲ୍ଲୀ ଠାରୁ ନିକଟ ଗାଜିଆବାଦ ତେଣୁ ଅଫିସ କଲେ ଦିଲ୍ଲୀ ରେ,, ଭଲ ରୋଜଗାର ହେଲା, ରାତାରାତି କୋଟିପତି ହେବା ଆରମ୍ବ ହେଲା,, ତା ପରେ ନିଜେ କଲେ ମାର୍କେଟକମ୍ପ୍ଲେସ,, ସ୍କୁଲ, କଲେଜ ବି କଲେ,,, ତାଙ୍କ ପ୍ରସିଦ୍ଧ କଲେଜ ନାଁ ଥିଲା UIMP,,ପୁଣି ଦୁଇଟି କଲେଜ କରି 60 ବର୍ଷ ବୟସରେ ଅମାପ ସମ୍ପତିର ମାଲିକ ହେଲେ,, ଦୁଇଟି ପୁଅ ଓ ଗୋଟିଏ ଝିଅ,, ଝିଅ ଆକାଂକ୍ଷା କୁ ବହୁତ ସ୍ନେହ କରୁଥିଲେ, ବଡ଼ ପୁଅ ବିଶେଷ ନିଜ କାରବାର ରେ ସମୟ ଦେଉନଥିଲେ,, ତେଣୁ ବାପା ଙ୍କ ମନ ଦୁଃଖ,, ଆଉ ଗୋଟିଏ ପୁଅ ଆକର୍ମଣ, (ହାଣ୍ଡିକ୍ରାଫ୍ଟ) ତେଣୁ ଝିଅ ଉପରେ ବେଶୀ ଭରୋସା କଲେ,,2019 ରେ ଝିଅ ଆକାଂକ୍ଷା ର ବାହାଘର କରେଇଥିଲେ,2021ମସିହାରେ ବଡ଼ ପୁଅ ଆକ୍ସିଡେଣ୍ଟ ରେ ମୁର୍ତ୍ତୃ ବରଣ କଲେ, ବାପାଙ୍କ ଦୁଃଖ ଆରମ୍ଭ ହେଲା,, ଓ ସେଇ ଦୁଃଖରେ ସ୍ତ୍ରୀ (ସୁଧା) ଙ୍କର ବି ବେମାରୀ ଆରମ୍ଭ ହେଲା,ସମସ୍ତେ ଚିନ୍ତାରେ ଥିବା ବେଳେ ଝିଅ ଆସି ସାନ୍ତ୍ୱନା ଦେଇ କିଛି ଦିନ ପାଖରେ ରହିଲା,,, ବାପା ମା ଙ୍କୁ ବୁଝେଇଲା, ସେଇ ବର୍ଷ ବାପାଙ୍କର ହାର୍ଟ ଆଟେକ ହେବାରୁ ମୁର୍ତ୍ତୃ ବରଣ କଲେ, ସୁଧା ବେଶୀ ଚିନ୍ତିତ ହେଲେ,, ସ୍ୱାମୀ ପୁଅ ଚାଲିଗଲେ ଉପରକୁ,, ଆଉ ଆକର୍ମଣ୍ୟ ପୁଅ ଟେ ରହିଲା, ସେ କିପରି ରହିବ,, ଏହା ଭାବି ଭାବି ଘରେ ଏକୁଟିଆ ରହୁଥିବା ବେଳେ, ଜଣେ ଲୋକ ସଚିନ ବୋଲି କାହା ସହିତ ପରିଚିତ ହେଲେ,ସଚିନ ମଝିରେ ମଝିରେ ଆସି ସୁଧା ମ୍ୟାଡ଼ାମ ଙ୍କୁ ଭେଟ କରି କହିଲେ ଆପଣ ଦୁଃଖିତ ହୁଅନ୍ତୁ ନାହିଁ ମୁଁ ଏକ ଚାକରାଣୀ ଆଣି ଦେବି ଆପଣକୁ, ଯିଏ ଆପଣଙ୍କ ପୁରା ଦାଇତ୍ୱ ନେବ,,, ଏହାର କିଛି ଦିନ ପରେ ସଚିନ ଜଣେ ଗାଉଁଲି ବେଶରେ ସୁନ୍ଦରୀ ଝିଅ ନାଁ (ପ୍ରୀତି) କୁ ଆଣି ଦେଇ କହିଲେ ଗରିବ ଝିଅଟେ ତାର ବାପା ପିଲାଟି ଦିନରୁ ମରିଯାଇଛନ୍ତି ଓ ମା ବୁଢ଼ୀ ହେଲାଣି ତେଣୁ ଆପଣ ପାଖରେ ରଖନ୍ତୁ ଯାହା ଦରମା ଦେବେ ତାର ଚଳିବ, ସୁଧା ଦେଖିଲେ ନିରୀହ ପିଲାଟା ବୟସ 35 ତେଣୁ ଆମ ପାଖରେ ରହିଲେ ଘର ଦାଇତ୍ୱ ନେବ,, ପ୍ରୀତି ବି ସାତ ମାସ ତା ଗୁଣ ଦେଖେଇଲେ, ଯେମିତି ଜଣେ ନିରୀହ ଓ ଶାନ୍ତ ପ୍ରିୟ ପ୍ରୀତି,,ସାନ ପୁଅ ସହିତ ଅଧିକା ସମୟ ଦେଲେ ପ୍ରୀତି, ମା ସୁଧା ଦେଖିଲେ ବୋହୁ ମିଳିଗଲା, ଶେଷରେ ନିଷ୍ପତି ନେଇ ଆକର୍ମଣ ସାନ ପୁଅ ସହିତ ପ୍ରୀତି ର ବାହାଘର କରେଇଦେଲେ ଓ ନିଜେ କ୍ୟାନ୍ସର ରେ ସେଇ ବର୍ଷ ମୁର୍ତ୍ତୃ ବରଣ କଲେ,,ବିରାଟ ଘରେ ରଖି ଭାଇ ଭାଉଜ କୁ ଭଉଣୀ ଆକାଂକ୍ଷା ଚାଲିଲେ ତାଙ୍କ ଘରକୁ, ବ୍ୟବସାୟ ରେ ଯାହା ମିଳୁଥିଲା ମ୍ୟାନେଜର ଠାରୁ ସବୁ ବୁଝୁଥିଲେ ଆକାଂକ୍ଷା,, ଦୁଇ ମାସ ପରେ ଘରକୁ ଆସି ଦେଖିଲେ ଆଉ ଦୁଇ ଜଣ ମହିଳା ଅଛନ୍ତି,, ପ୍ରୀତି ଙ୍କୁ ପଚାରିଲେ ନୂଆ ଲୋକ କିଏ, ପ୍ରୀତି କହିଲେ ତାଙ୍କ ସମ୍ପର୍କୀୟ,, ସେଇଠୁ ଯୁକ୍ତି ଆରମ୍ଭ ହେଲା ପ୍ରୀତି ସେମାନଂକୁ ଘରୁ ବାହାର କରି ନିଜେ ଘରେ ରହିଲେ ଦେଖିବାକୁ, ଯାହାକୁ ଆମେ ଚାକରାଣୀ ରୁ ମଳିକିଆଣି କଲୁ ସେ ମନକୁ ମନ ସବୁ କଣ କଲାଣି,,, ଝଗଡା ହେବାରୁ ପ୍ରତି ପୋଲିସ ଷ୍ଟେସନ ରେ ମିଛ FIR କଲେ କି ସବୁଦିନେ ମାରୁଛନ୍ତି ପ୍ରୀତି, ପୋଲିସ ବି ଆସିଲେ,ଶେଷରେ ଘରେ ରହି ଛାଡ଼ପତ୍ର କେଶ କଲେ, ପ୍ରତିଙ୍କ ଓକିଲ ଅଧା ସମ୍ପତି ଡିମାଣ୍ଡ କରୁଥିବା ବେଳେ, ଏଣେ ଆକାଂକ୍ଷା ଚିନ୍ତିତ,, ସେ ମିଶିଲେ ପୋଲିସ କମିଶନର ଙ୍କ ସହିତ,, ସମସ୍ତ ଘଟଣା କହିଲେ,, କମିଶନର ନିର୍ଦେଶ ଦେଲେ ଥାନା ଅଧିକାରୀଙ୍କୁ, ତୁରନ୍ତ ତଦନ୍ତ କରନ୍ତୁ, ସେ ପ୍ରୀତି କୋଉଠିକା ଝିଅ ଓ ତାର ପରିଚୟ ଓ ଅତୀତ କଣ ଚାଲିଲା ଗୁପ୍ତ ଅନୁସନ୍ଧାନ,,, ଏପଟେ ପ୍ରୀତି ବି ଘରେ ଆରାମ କରୁଛି ମଳିକିଆଣି ହେଇ,, ଯୋଉ ଦିନ ଫାମିଲି କୋର୍ଟ ରେ ଫାଇସଲା ଦିନ ସେଇଦିନ ଟିକେ ଫଇସଲା ହେଲାନି, ଚିନ୍ତାରେ ଥିବା ବେଳେ ପୋଲିସ ଆସି ଗିରଫ କଲେ ପ୍ରୀତି କୁ,, କାରଣ ଫଇସଲା ଦିନ ପ୍ରୀତି ଙ୍କ ଓକିଲ ଏକ ଦଲିଲ ଦେଇଥିଲେ କୋର୍ଟକୁ ଯେ ପ୍ରୀତିଙ୍କ ବାପା ମୂର୍ତ୍ତ ହେବା ପୂର୍ବରୁ ସମସ୍ତ ସ୍ଥାବର ସମ୍ପତି ଝିଅ ଆକାଂକ୍ଷା ଙ୍କ ନାଁ ରେ ୱଇଲ କରିଦେଇ ଯାଇଥିଲେ,, ପୋଲିସ ନେଇ ତଦନ୍ତ କରୁଥିବା ବେଳେ ଜଣାପଡିଲା ସଚିନ ଯିଏ ଆଣି ରଖିଥିଲା ସିଏ ପ୍ରୀତିର ମାମୁ, ସଚିନ କୁ ଉଠେଇଲେ ପୋଲିସ ଦିଲ୍ଲୀରୁ, ସଚିନ ସବୁ ମାନିଲା,, ସେମାନେ ଆଗରୁ ଏହିପରି ଚାରିଜଣକୁ ଧୋକା ଦେଇ ରୋଜଗାର କରିଛନ୍ତି କୋଟି କୋଟି ଟଙ୍କା,, ଏଇ ଗଲା ଡିସେମ୍ବର 2023 ରେ ସବୁ ପରଦାଫାସ ହେଇଥିଲା,, ଓ ଏହାର ଏକ ରାକେଟ କାମ କରୁଛି ବୋଲି ପୋଲିସ ଷ୍ଟେଟମେଣ୍ଟ ଦେଇଥିଲେ,,,

Leave a Reply

Your email address will not be published. Required fields are marked *

You Missed